୫ଦିନ ପରେ ଭାଇରାଲ ହେଲା କଙ୍ଗାରୁ କୋର୍ଟ ଭିଡ଼ିଓ : ଓମଟିଭି

୫ଦିନ ପରେ ଭାଇରାଲ ହେଲା କଙ୍ଗାରୁ କୋର୍ଟ ଭିଡ଼ିଓ : ଓମଟିଭି ଅସାମାଜିକ ଯୁବକଙ୍କୁ ପାନେ ଦେବାକୁ ଯାଇ ଫଲିଲେ ୫ ଯୁବକ

୫ଦିନ ପରେ ଭାଇରାଲ ହେଲା କଙ୍ଗାରୁ କୋର୍ଟ ଭିଡ଼ିଓ : ଓମଟିଭି

୫ଦିନ ପରେ ଭାଇରାଲ ହେଲା କଙ୍ଗାରୁ କୋର୍ଟ ଭିଡ଼ିଓ : ଓମଟିଭି

ଅସାମାଜିକ ଯୁବକଙ୍କୁ ପାନେ ଦେବାକୁ ଯାଇ ଫଲିଲେ ୫ ଯୁବକ

ଚନ୍ଦ୍ରଶେଖରପୁର, ୧୩।୭ (ଓମ): ବସ୍ତିରେ କେବେ ଖଣ୍ଡା ‌ତ ପୁଣି କେବେ କଟୁରୀ ଧରି ଉତ୍ପାତ କରୁଥିବା ଜଣେ ଅସାମାଜିକ ଯୁବକକୁ ସାବାଡ଼ କରିବାକୁ ଯାଇ ବେଆଇନ୍ ପନ୍ଥା ଅପଣାଇବା କିଛି ଯୁବକଙ୍କୁ ପଡ଼ିଲା ମହଙ୍ଗା। ଉତ୍ପାତ କରୁଥିବା ଯୁବକର ହାତଗୋଡ଼ ବାନ୍ଧି ବସ୍ତି ମଝିରେ ନିସ୍ତୁକ ମାଡ଼ମାରିବା ଓ ଏସବୁର ଭିଡ଼ିଓ କରି ବସ୍ତି ଲୋକଙ୍କୁ ଦେଖାଇବା ଅଭିଯୋଗରେ ଅସାମାଜିକ ଯୁବକଙ୍କୁ ମାଡ଼ ମାରୁଥିବା ଯୁବକମାନେ ପାଲଟା ଫସିଗଲେ । ଫଳରେ ସେମାନଙ୍କୁ ପୁଲିସ୍ ଗିରଫକରି କରିଛି କୋର୍ଟ ଚାଲଣ। ଏହି ଘଟଣାକୁ ୬ ଦିନ ବିତିଯାଇଥିଲା ବେଳେ ଏବେ ଭିଡ଼ିଓ ‌ସ୍ଥାନୀୟ ଅଞ୍ଚଳରେ ମୋବାଇଲରୁ ମୋବାଇଲକୁ ବୁଲି ଆଜି ସାରା ସହରରେ ଭାଇରାଲ ହୋଇଛି। ଶେଷରେ ପଦାକୁ ଆସିଛି ଧିରିକୁଟି ସାହି କଙ୍ଗାରୁ କୋର୍ଟର ଭିଡ଼ିଓ। ଯାହାକୁ ଦେଖି କିଛିଲୋକ ସମାଲୋଚନା କରୁଥିବା ବେଳେ ଆଉ କିଛି ଲୋକ ପୁଲିସର ଏକତରଫା କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଛନ୍ତି।

ଘଟଣା ଅନୁଯାୟୀ ମଞ୍ଚେଶ୍ବର ଥାନା ଅଧୀନ ଧିରିକୁଟି ବସ୍ତିରେ ଗତ ୬ ତାରିଖ ଦିନ ସେହି ବସ୍ତିର ସଂଗ୍ରାମ ଜେନା ନାମକ ଜଣେ ନିଶାଡ଼ି ଯୁବକ ଅସଭ୍ୟଭାଷାରେ ଗାଳିଗୁଲଜକରି ହାତରେ ମାରଣାସ୍ତ୍ର ଧରି ବାରମ୍ବାର ଉତ୍ପାତ କରିଥିଲା। ବସ୍ତିରେ ଏନେଇ ବାରମ୍ବାର ମିଟିଂ କରି ସଂଗ୍ରାମର ବ୍ୟବହାରକୁ କାବୁକରିପାରୁନଥିବାରୁ ସେଠାକାର କିଛି ଯୁବକ ବେଆଇନ୍ କାର୍ଯ୍ୟକୁ ଆପଣାଇଥିଲେ। ସଂଗ୍ରାମକୁ ପାନେ ଦେବାପାଇଁ ନିସ୍ତୁକ ମାଡ଼ ମାରି ବସ୍ତି ଛକରେ ଥିବା ଏକ ସ୍କୁଲ ଗେଟରେ ହାତ ଗୋଡ଼ ବାନ୍ଧି କାଠ, ବାଉଁଶ, ଗଛ ଗାଳରେ ପିଟି ଚାଲିଥିଲେ। ଶେଷରେ ଗୁରୁତର ଅବସ୍ଥାରେ ସଂଗ୍ରାମକୁ ଛାଡ଼ିବାପରେ ସେ ଆଉ ଚାଲିପାରୁ ନଥିଲା। ଏନେଇ ସଂଗ୍ରାମର ପରିବାରଲୋକ ସ୍ଥାନୀୟ ଜଣେ ପୁଲିସ୍ ମିତ୍ରକୁ ସୂଚନାଦେଇଥିଲେ। ମିତ୍ର ଜଣଙ୍କ ମାଡ଼ମରାଯିବାର ଭିଡ଼ିଓ ପୁଲିସକୁ ‌ଦେଖାଇଥିଲେ। ଏନେଇ ମଞ୍ଚେଶ୍ବର ଥାନା ଆଇଆଇସି ସୁଧିର ସାହୁ ଘଟଣାସ୍ଥଳରେ ତଦନ୍ତ ଆରମ୍ଭକରି ୫ ଜଣ ମାଡ଼ମାରିଥିବା ଯୁବକ ଆକାଶ ବେହେରା, ପ୍ରକାଶ କୁମାର ବେହେରା, ମାୟାଧର ନାୟକ, ବଜିନାଥ ମୁର୍ମୁ ଓ ହିମାଂଶୁ ବେହେରାକୁ ଗିରଫ କରିଥିଲେ। ବସ୍ତିରେ ସେହି ଭିଡ଼ିଓ ମୋବାଇଲରୁ ମୋବାଇଲ ଭାଇରାଲ ହେବାପରେ ଆଜି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟିକରିଛି। ଧିରିକୁଟି ବସ୍ତିରେ କଙ୍ଗାରୁ କୋର୍ଟ ଚାଲିଥିବା ‌ଭିଡ଼ିଓ ଦେଖି ଘଟଣାର ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ପୁଲିସ୍ ଗୋଟିଏ ପଟକୁ ଚିନ୍ତାକରି ଅଭିଯୁକ୍ତମାନଙ୍କୁ ଗିରଫକରିଥିଲା ବେଳେ ବସ୍ତିରେ ବାରମ୍ବାର ଉତ୍ପାତ କରୁଥିବା ସଂଗ୍ରାମ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ କାହିଁକି ବୋଲି ପ୍ରଶ୍ନକରିଛନ୍ତି।