ଟାଙ୍ଗିରୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗୁରୁ ଦିବସ ପାଳିତ : ଓମଟିଭି

ଆଜି ପବିତ୍ର ଗୁରୁ ଦିବସ ।  ଗୁରୁ ହିଁ ସମାଜ ଗଠନରେ ମୂଳ ଭୂମିକା ଗ୍ରହଣ କରିଥାନ୍ତି । ଗୁରୁ ଯୋଗୁଁ ଶିଷ୍ୟଟି ସଠିକ ବାଟରେ ଯିବା ସହ ନିଜ ଭବିଷ୍ୟତ ଉଜ୍ଜ୍ୱଳ କରିବାରେ ସକ୍ଷମ ହୋଇଥାଏ । ଏହାକୁ ହୃଦୟଙ୍ଗମ କରି ଅନୁଗୁଳ ଜିଲ୍ଲା ଟାଙ୍ଗିରୀ ଗ୍ରାମ ପଞ୍ଚାୟତ ଆଜି ଭଳି ପବିତ୍ର ଦିନରେ ଏକ ନିଆରା କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ ।

ଟାଙ୍ଗିରୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗୁରୁ ଦିବସ ପାଳିତ : ଓମଟିଭି

ଟାଙ୍ଗିରୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗୁରୁ ଦିବସ ପାଳିତ : ଓମଟିଭି

(ରିପୋର୍ଟ : ଜିତେନ୍ ସାହୁ) : ଆଜି ପବିତ୍ର ଗୁରୁ ଦିବସ ।  ଗୁରୁ ହିଁ ସମାଜ ଗଠନରେ ମୂଳ ଭୂମିକା ଗ୍ରହଣ କରିଥାନ୍ତି । ଗୁରୁ ଯୋଗୁଁ ଶିଷ୍ୟଟି ସଠିକ ବାଟରେ ଯିବା ସହ ନିଜ ଭବିଷ୍ୟତ ଉଜ୍ଜ୍ୱଳ କରିବାରେ ସକ୍ଷମ ହୋଇଥାଏ । ଏହାକୁ ହୃଦୟଙ୍ଗମ କରି ଅନୁଗୁଳ ଜିଲ୍ଲା ଟାଙ୍ଗିରୀ ଗ୍ରାମ ପଞ୍ଚାୟତ ଆଜି ଭଳି ପବିତ୍ର ଦିନରେ ଏକ ନିଆରା କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ । ନିଜ ପଞ୍ଚାୟତରେ ଥିବା ବିଭିନ୍ନ ସ୍କୁଲ ଗୁଡିକରେ ଶିକ୍ଷାଦାନ କରି ଅନେକ ଛାତ୍ରଛାତ୍ରୀଙ୍କ ଜୀବନ ଗଠନ କରାଇଥିବା ଅବସରପ୍ରାପ୍ତ ଶିକ୍ଷକଙ୍କୁ ସରପଞ୍ଚ ସମ୍ବର୍ଦ୍ଧିତ କରିଥିଲେ । ଅବସର ନେଇଥିବା ପ୍ରାୟ 60 ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରା ଯାଇଥିଲା । ଏହା ସହ ସେହି ଅଂଚଳରେ ଏବେ ଶିକ୍ଷକତା କରୁଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ପୁଲତୋଡା , ଉତ୍ତରୀ ଦେଇ ସମ୍ବର୍ଦ୍ଧନା ଜଣା ଯାଇଥିଲା । ଟାଙ୍ଗିରୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ ମଧ୍ୟ ଯୋଗ ଦେଇଥିବା ବେଳେ ସରପଞ୍ଚଙ୍କ ଦ୍ଵାରା ଆୟୋଜିତ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ପାଇଁ ବେଶ ପ୍ରଶଂସା ମଧ୍ୟ କରିଥିଲେ ।