ସଦର ପ୍ରେସ୍ କ୍ଲବ ପକ୍ଷରୁ ମେଧା ସମ୍ମାନ ସମାରୋହ:Ommtv

ସଦର ପ୍ରେସ୍ କ୍ଲବ ପକ୍ଷରୁ ମେଧା ସମ୍ମାନ ସମାରୋହ:Ommtv

ସଦର ପ୍ରେସ୍ କ୍ଲବ ପକ୍ଷରୁ ମେଧା ସମ୍ମାନ ସମାରୋହ:Ommtv

ସଦର ପ୍ରେସ୍ କ୍ଲବ ପକ୍ଷରୁ ମେଧା ସମ୍ମାନ ସମାରୋହ:Ommtv

ଫୁଲନଖରା (ରିପୋର୍ଟ J.R ଡ଼ନ୍‌ )

 ପ୍ରତାପନଗରୀସ୍ଥିତ ମା' ଧାକୁଲେଇ ପୀଠ ସଭାଗୃହରେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ବିଦ୍ୟାଳୟ ସ୍ତରୀୟ ସର୍ବୋଚ୍ଚ ନମ୍ବର ରଖିଥ‌ିବା ଛାତ୍ରଛାତ୍ରୀଙ୍କୁ ସଦର ପ୍ରେସ୍ କ୍ଲବ ଫୁଲନଖରା ପକ୍ଷରୁ ମେଧା ସମ୍ମାନ ପ୍ରଦାନ କରାଯାଇଛି। ଅନୁଷ୍ଠାନର ଉପଦେଷ୍ଟା ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀ ସନ୍ନ୍ୟାସୀ ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ପୂର୍ବତନ ବିଧାୟକ ସୌମ୍ଯ ରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥ୍‌, ଅବସରପ୍ରାପ୍ତ ଅଧ୍ୟାପକ ଡ. ନିରଞ୍ଜନ ପାଢ଼ୀ ମୁଖ୍ୟବକ୍ତା, ଆଞ୍ଚଳିକ ଶାନ୍ତି କମିଟିର ସମ୍ପାଦକ ସୁରେନ୍ଦ୍ର ମହାପାତ୍ର ଓ ଅଭିଷେକ ମେମୋରିଆଲ ଚାରିଟେବୁଲ୍ ଟ୍ରଷ୍ଟର ଉପଦେଷ୍ଟା ରଞ୍ଜନ କୁମାର ଲେଙ୍କା ସମ୍ମାନିତ ଅତିଥିଭାବେ ଯୋଗଦେଇ ଅଭିଭାଷଣ ପ୍ରଦାନ କରି କହିଥିଲେ ବୃତ୍ତି ଚୟନରେ ଅଭିଭାବକଙ୍କ ଅପେକ୍ଷା ଛାତ୍ରଛାତ୍ରୀମାନଙ୍କ ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ କଟକ ସଦର ଅ ଞ୍ଚଳର ପ୍ରାୟ ୩୦ଟି ବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନେ ଯୋଗଦେଇ ଇଂ ଅଭିଷେକ ମେମୋରିଆଲ ଚାରିଟେବୁଲ୍ ଟ୍ରଷ୍ଟ ସୌଜନ୍ୟରୁ ପ୍ରଦତ୍ତ ପ୍ରଶଂସାପତ୍ର ଫଳକ ଗୁଡିକୁ ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ I ସଦର ପ୍ରେସ୍ କ୍ଲବର ବରିଷ୍ଠ ସଦସ୍ୟ ରମେଶ ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ କାନନ ଵିହାରୀ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାମ୍ବାଦିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ପ୍ରତାପ ପାତ୍ର, ଗଜେନ୍ଦ୍ର ଦାସ, ଅଜୟ ଦାଶ, ରାଜକିଶୋର ବେହେରା, ଆଦିତ୍ୟ ଛୋଟରାୟ, ଟୁନା ଜେନା, ବିଭୁତି ତରାଇ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

            କଟକ,ଫୁଲନଖରା              

                (J. R ଡ଼ନ୍‌ )              

          କଳିଙ୍ଗ ବିକାଶ OMM TV