ଜାଗୃତି ସାସ୍କୃତିକ ପରିଷଦ ଉତ୍ସବ:Ommtv

 ଜାଗୃତି ସାସ୍କୃତିକ ପରିଷଦ ଉତ୍ସବ:Ommtv

 ଜାଗୃତି ସାସ୍କୃତିକ ପରିଷଦ ଉତ୍ସବ:Ommtv

 ଜାଗୃତି ସାସ୍କୃତିକ ପରିଷଦ ଉତ୍ସବ:Ommtv

ଭୁବନେଶ୍ୱର: ଭାରତ ସରକାରଙ୍କ ସସ୍କୃତି ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଜାଗୃତି ସାସ୍କୃତିକ ପରିଷଦ ଦ୍ବାରା ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଦୀର୍ଘ ଦୁଇ ଦଶନ୍ଧୀ ରୁ ଉର୍ଦ୍ଧ ସମୟ ଧରି ଓଡ଼ିଶାର କଳା ସଂସ୍କୃତି କୁ ଓଡିଶୀ ନୃତ୍ୟ ଏବଂ ସଙ୍ଗୀତ ମାଧ୍ୟମରେ ପ୍ରଚାର ପ୍ରସାର କରିଆସୁଥିବା ଭୁବନେଶ୍ୱର ସ୍ଥିତ ଜାଗୃତି ସାଂସ୍କୃତିକ ପରିଷଦ ର ଦୁଇଦିନିଆ ୨୩ ତମ ବର୍ଷିକ ଉତ୍ସବ ତଥା ଜଗୃତି ଜାତୀୟ ନୃତ୍ୟ ମହୋତ୍ସବ ସୋମବାର ସନ୍ଧ୍ୟାରେ ରବିଦ୍ର ମଣ୍ଡପ, ଭୁବନେଶ୍ୱର ଠାରେ ଉଦଘାଟିତ ହୋଇଯାଇଛି । 

ଦୂରଦର୍ଶନ ଓ ସର୍ବଭାରତୀୟ ଆକାଶ ବାଣୀ ର ପୂର୍ବ ନିର୍ଦ୍ଦେଶକ ଡଃ. ଶାନ୍ତନୁ ରଥ ମୂଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ର ଉପ ନିର୍ଦ୍ଦେଶକ ଶ୍ରୀମତୀ ସୁଚିଶ୍ମିତା ମନ୍ତ୍ରୀ, ବିଶିଷ୍ଟ ଓଡିଶୀ ନୃତ୍ୟ ବିଦ୍ୱାନ ଗୁରୁ ନିରଞ୍ଜନ ରାଉତ ଏବଂ ବିଶିଷ୍ଟ ସଂସ୍କୃତି ଗବେଷକ ଡଃ. କୀର୍ତ୍ତନ ନାରାୟଣ ପାଢ଼ୀ ଯୋଗ ଦେଇ ଉତ୍ସବର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ । ପରେ ପରେ ଜାଗୃତି ସାଂସ୍କୃତିକ ପରିଷଦ ଦ୍ବାରା ଓଡିଶୀ ନୃତ୍ୟ ମାଧ୍ୟମରେ ମଙ୍ଗଳା ଚରଣ, ପଲ୍ଲବୀ, ଲୋକନୃତ୍ୟ ଏବଂ ଶେଷରେ ନୃତ୍ୟ ନାଟିକା କାଞ୍ଚି ଅଭିଯାନ ପରିବେଷଣ କରାଯାଇଥିଲା ଯାହା ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା । 

ଉତ୍ସବରେ ବିଭିନ୍ନ ବର୍ଗ ର ଦର୍ଶକ ଯଥା ବିଦ୍ୟାର୍ଥୀ, କଳାକାର, କଳା ସମୀକ୍ଷକ, କଳା ଗବେଷକ, ଗୁରୁ, ରସିକ, ପ୍ରଶାସନିକ ଅଧିକାରୀ ଆଦି ଯୋଗ ଦେଇ ଅନୁଷ୍ଠାନର ଆଭିମୂଖ୍ୟକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ଉତ୍ସବ ଟି ଗୁରୁ ନିରଞ୍ଜନ ସାହୁ, ଗୁରୁ ଦୁଷ୍ମନ୍ତ କୁମାର ସ୍ବାଇଁ ଏବଂ ଗୁରୁ ତ୍ରିଲୋଚନ ସାହୁ ଙ୍କ ମିଳିତ ତତ୍ଵାବଧାନରେ ଆୟୋଜିତ ହୋଇଥିଲା । ଉତ୍ସବ ର ସମସ୍ତ କାର୍ଯ୍ୟଗୁଡ଼ିକ ପର୍ଯ୍ୟାୟ କ୍ରମେ ପରିଚାଳନା କରୁଥିଲେ ଡ଼ଃ. ମୃତ୍ୟୁଞ୍ଜୟ ରଥ ।