ଅପରେସନ ସିନ୍ଦୂର' ଭାରତୀୟ ସେନାର ସମ୍ମାନର୍ଥେ 'ତ୍ରିରଙ୍ଗା ଯାତ୍ରା':Ommtv
ଅପରେସନ ସିନ୍ଦୂର' ଭାରତୀୟ ସେନାର ସମ୍ମାନର୍ଥେ 'ତ୍ରିରଙ୍ଗା ଯାତ୍ରା':Ommtv
'ଅପରେସନ ସିନ୍ଦୂର' ଭାରତୀୟ ସେନାର ସମ୍ମାନର୍ଥେ 'ତ୍ରିରଙ୍ଗା ଯାତ୍ରା':Ommtv

ଭୁବନେଶ୍ୱର ; ପହଲଗାମ ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ, ଭାରତ ଯେଉଁ ଅପରେସନ ସିନ୍ଦୂର ଅନୁଷ୍ଠାନ କରିଥିଲା , ସେଥିରେ ଯୋଗଦେଇଥିବା ଆମ ସୁରକ୍ଷା ବାହିନୀ ର ଅଦ୍ଭୁତ ପୂର୍ବ ସାହସ ଓ ବଳିଦାନ ପ୍ରତି ସମ୍ମାନ ଜଣାଇ ଆଜି ଜୟଦେବ ବିହାର, ଆଇ ଆର ସି ଭିଲେଜ୍ ଅଞ୍ଚଳ ରେ ଏକ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଛି। ଏହି ଫ୍ଲାଗ ମାର୍ଚ୍ଚ ରେ ଭାରତୀୟ ଜନତା ପାର୍ଟିର ବହୁତ୍ କାର୍ଯ୍ୟକର୍ତ୍ତା, ବିଭିନ୍ନ ସ୍କୁଲ, କଲେଜ ର ଛାତ୍ର ଛାତ୍ରୀ ଙ୍କ ସମେତ ଏହି ଅଞ୍ଚଳ ର ବହୁ ବରିଷ୍ଠ ନାଗରିକ ଓ ମହିଳା ମାନେ ପାଖା ପାଖି ତିନି ଶହ ରୁ ଚାରି ଶହ ଲୋକ ଅଂଶ ଗ୍ରହଣ କରିଥିଲେ। ସମସ୍ତେ ହାତରେ ତିରଙ୍ଗା ଧରି ଦେଶ ପ୍ରେମ ଓ ଆତ୍ମବଳିଦାନ ର ଦୃଢ଼ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ ।
ଏହି ଅବସର ରେ ଆରୋହଣ ଟ୍ରଷ୍ଟ ର ଅଧକ୍ଷ ତଥା ସହିଦ ଭଗତ ସିଂ ଯୁବ ପରିଷଦ ର ସମ୍ପାଦକ ସ୍ୱୋପ୍ନେନ୍ଦୁ ମହାନ୍ତି କହିଲେ " ଅପରେସନ ସିନ୍ଦୂର ଆମ ସେନା ଙ୍କ ସୋର୍ଯ୍ୟ, ସମର୍ଥନ। ଓ ତନ୍ତ୍ରଜ୍ଞାନ ର ଏକ ଦୃଢ଼ ଦୃଷ୍ଟାନ୍ତ । ଏହି ତ୍ରିରଙ୍ଗା ମାର୍ଚ୍ଚ ମାଧ୍ୟମ ରେ ଆମେ ସେମାନଙ୍କୁ ନମନ୍ କରୁଛୁ । ଏଥିରେ ଯୋଗ ଦେଇଥିବା ବୁଦ୍ଧିଜୀବୀ ତଥା ସମାଜସେବୀ ରଶ୍ମି ରଞ୍ଜନ କାନୁନଗୋ, ଗୌତମ ମିତ୍ର, ଅନଙ୍ଗ ବିକ୍ରମ ବିଶ୍ଵାଳ, ମାନସୀ ମଞ୍ଜରୀ ରାୟ ପାଢ଼ୀ, ସ୍ମୃତି ରଞ୍ଜନ ଦାସ, ମେନକା ପରିଡ଼ା, କାଳନ୍ଦୀ ପ୍ରଧାନ, ପବିତ୍ର ପଲେଇ ପ୍ରମୁଖ କହିଥିଲେ ଏହି ଅନୁଷ୍ଠାନ ଦ୍ଵାରା ଯୁବପିଢ଼ି ମଧ୍ୟରେ ଦେଶ ପ୍ରେମ ଓ ସୁରକ୍ଷା ବାହିନୀ ପ୍ରତି ଗର୍ବ ଜନ୍ମ ନେଇଛି ।
