କ୍ୟୁଟି କିଡ୍ସ୍ ପ୍ରି-ସ୍କୁଲ୍ ସମର କାର୍ଣ୍ଣିଭାଲ୍ : ଆଦିବାସୀ ସଂଗ୍ରହାଳୟ ପରିଦର୍ଶନ:Ommtv

ଭୁବନେଶ୍ୱର : ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ରବିବାର ପ୍ରଭାତ ଅବସରରେ ରବିବାର ୧୦ଟାରେ ଆଇଆଇସି ଭିଲେଜ୍ ଅବସ୍ଥିତ କ୍ୟୁଟି କିନ୍ତୁ ପ୍ରି-ସ୍କୁଲ୍ ସମର କାର୍ଣ୍ଣିଭାଲ୍ ଅନ୍ତର୍ଗତ ପ୍ରାୟ ୬୦ ଜଣ ଶିଶୁ ଓ ସହଯୋଗୀ ଓଡ଼ିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟକୁ ଶିକ୍ଷାନୁଷ୍ଠାନ ଭ୍ରମଣରେ ଯୋଗଦେଇଥିଲେ । 

ସଂଗ୍ରହାଳୟ ପକ୍ଷରୁ ଶିଶୁମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିଲା । ଯାହାଦ୍ୱାରା ସେମାନେ ଓଡ଼ିଶାର ବିବିଧ ଆଦିବାସୀ ସଂସ୍କୃତି, ପରମ୍ପରା, ଜୀବନଶୈଳୀ ଓ ଉପକରଣ ବିଷୟରେ ଜାଣିପାରିଲେ। ଶିଶୁମାନେ ଅତ୍ୟନ୍ତ ଉତ୍ସାହିତ ଥିଲେ ଓ ପ୍ରତ୍ୟେକ ପ୍ରଦର୍ଶିତ ବସ୍ତୁ ବିଷୟରେ ପ୍ରଶ୍ନ କରୁଥିଲେ। ସେମାନଙ୍କର ଜିଜ୍ଞାସାପୂର୍ଣ୍ଣ ପ୍ରଶ୍ନ ବାହୁଲ୍ୟ ଦେଖୁ ସମସ୍ତେ ଆନନ୍ଦିତ ହେଲେ, ଯାହା ଆମ ଭବିଷ୍ୟତ ନାଗରିକମାନେ କିପରି ଜ୍ଞାନ ପ୍ରତି ଆଗ୍ରହୀ ଅଛନ୍ତି ବୋଲି ପ୍ରମାଣ ମିଳିଲା । 

ସଂଗ୍ରହାଳୟର ଏକ କର୍ମଚାରୀ କହିଲେ, ଶିଶୁମାନଙ୍କ ଏହି ଉତ୍ସାହ ଓ ଜ୍ଞାନ ପ୍ରତି ଆଗ୍ରହ ଦେଖ୍ ଆମେ ଅତ୍ୟନ୍ତ ପ୍ରଭାବିତ ହେଲୁ । ଏହି ଭ୍ରମଣ ସେମାନଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ରହିଛି । ଭ୍ରମଣ ପରେ ଶିଶୁମାନଙ୍କ ପାଇଁ ସଂଗ୍ରହାଳୟରେ‌ ଜଳପାନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।