କିଟ୍ ସେଣ୍ଟ୍ରାଲ୍ ଲାଇବ୍ରେରୀ ପରିଦର୍ଶନ କଲେ ଓଡ଼ିଶା ବିଧାନସଭା ଲାଇବ୍ରେରୀ ସବ୍-କମିଟି : Ommtv

: ଓଡ଼ିଶା ବିଧାନସଭା ଲାଇବ୍ରେରୀ ସବ୍-କମିଟି ଅନ ବୁକ ସିଲେକ୍ସନ ଆଜି କିଟ ବିଶ୍ୱବିଦ୍ୟାଳୟ ମୁଖ୍ୟ ପାଠାଗାର ପରିଦର୍ଶନ କରି ଏହାର ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ପାଠାଗାର ଦେଶର ସର୍ବୋତ୍ତମ ଲାଇବ୍ରେରୀ ବୋଲି ଲାଇବ୍ରେରୀ ସବ୍-କମିଟିର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ ମତ ଦେଇଛନ୍ତି। ପୁସ୍ତକ ପଠନ ବ୍ୟକ୍ତିକୁ ଯୁଗୋପଯୋଗୀ କରାଇବା ସହ ସୁସ୍ଥ ସମାଜ ଗଠନ ଏବଂ ସଂସ୍କାରବାନ ମଣିଷ ଭାବେ ଗଢି ତୋଳିଥାଏ । କେରଳ ଏବଂ ପଶ୍ଚିମବଙ୍ଗରେ ଦେଶର ସବୁଠାରୁ ଅଧିକ ପାଠାଗାର ରହିଛି, ସେଠାରେ ଅଧିକାଂଶ ଲୋକ ପୁସ୍ତକ ପଠନକୁ ଗୁରୁତ୍ୱ ଦିଅନ୍ତି। ଆମମାନଙ୍କୁ ମଧ୍ୟ ପ୍ରତ୍ୟେକ ଦିନ କୌଣସି ବି ପୁସ୍ତକର ଗୋଟିଏ ପୃଷ୍ଠା ପଢିବା ଦରକାର ବୋଲି ସେ କହିଥିଲେ । ଶ୍ରୀ ସାମଲଙ୍କ ନେତୃତ୍ଵରେ ୧୧ ଜଣିଆ ବିଧାୟକ ଦଳ କିଟ ମୁଖ୍ୟ ପାଠାଗାର ପରିଦର୍ଶନ କରିବା ସହ ଏଠାରେ ଛାତ୍ରଛାତ୍ରୀଙ୍କୁ ପଢିବାକୁ ମିଳୁଥିବା ବିଭିନ୍ନ ପୁସ୍ତକ, ଏଠାରେ ଥିବା ସୁବିଧା ସୁଯୋଗ ଓ ଅନ ଲାଇନ ସୁବିଧା, ୱାଇଫାଇ ଓ ସିସିଟିଭି ବ୍ୟବସ୍ଥା ବିଷୟରେ ଜାଣିଥିଲେ। ଓଡିଶାରେ ଏଭଳି ଏକ ପାଠାଗାର ପ୍ରତିଷ୍ଠା କରିଥିବାରୁ କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସମନ୍ତଙ୍କୁ ଶ୍ରୀ ସାମଲ ପ୍ରଶଂସା କରିଥିଲେ। ଶ୍ରୀ ସାମଲଙ୍କ ସହ ବିଧାୟକ ଭାସ୍କର ମଡେଇ, ମନୋହର ରାନ୍ଧାରି, ପ୍ରକାଶ ମାଝି, ରାଜକିଶୋର ଦାସ, ରମେଶ ଚନ୍ଦ୍ର ବେହେରା, ରମେଶ ଚନ୍ଦ୍ର ସାଇ, ସନାତନ ବିଜୁଳି, ସତ୍ୟ ନାରାୟଣ ପ୍ରଧାନ, ସୁଧାଂଶୁ ଶେଖର ପରିଡା ଓ ସୁନନ୍ଦା ଦାସ ପ୍ରମୁଖ ଏହି ବିଧାନସଭା ଲାଇବ୍ରେରୀ ସବ୍-କମିଟି ଅନ ବୁକ ସିଲେକ୍ସନ କିଟ ପରିଦର୍ଶନ କରିଥିଲେ।