ଅଗ୍ରୟୋଧୀ ଲୋଗୋ, ୱେବ୍‌ସାଇଟ୍ ଉନ୍ମୋଚିତ, ଉପକୃତ ହେବେ ଦଶମ ଓ ଦ୍ୱାଦଶ ଶ୍ରେଣୀର ସି.ବି.ଏସ୍‌.ଇ ଛାତ୍ରଛାତ୍ରୀ : Ommtv

ଅଗ୍ରୟୋଧୀ ଲୋଗୋ, ୱେବ୍‌ସାଇଟ୍ ଉନ୍ମୋଚିତ, ଉପକୃତ ହେବେ ଦଶମ ଓ ଦ୍ୱାଦଶ ଶ୍ରେଣୀର ସି.ବି.ଏସ୍‌.ଇ ଛାତ୍ରଛାତ୍ରୀ : Ommtv

ଅଗ୍ରୟୋଧୀ ଲୋଗୋ, ୱେବ୍‌ସାଇଟ୍ ଉନ୍ମୋଚିତ, ଉପକୃତ ହେବେ ଦଶମ ଓ ଦ୍ୱାଦଶ ଶ୍ରେଣୀର ସି.ବି.ଏସ୍‌.ଇ ଛାତ୍ରଛାତ୍ରୀ : Ommtv

ଅଗ୍ରୟୋଧୀ ଲୋଗୋ, ୱେବ୍‌ସାଇଟ୍ ଉନ୍ମୋଚିତ, ଉପକୃତ ହେବେ ଦଶମ ଓ ଦ୍ୱାଦଶ ଶ୍ରେଣୀର ସି.ବି.ଏସ୍‌.ଇ ଛାତ୍ରଛାତ୍ରୀ : Ommtv

ଭୁବନେଶ୍ୱର : ସମ୍ବାଦ ଡ଼ିଜିଟାଲ୍ ଦ୍ୱାରା ଆରମ୍ଭ ହୋଇଥିବା ଅଗ୍ରୟୋଧୀ ଲୋଗୋ ଏବଂ ୱେବ୍‌ସାଇଟ୍ ଉନ୍ମୋଚିତ କରାଯାଇଛି । ସି.ବି.ଏସ୍‌.ଇ ଅନୁବନ୍ଧିତ ବିଦ୍ୟାଳୟରେ ଦଶମ ଏବଂ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସମ୍ବାଦ ଡ଼ିଜିଟାଲ୍ ଏହି ଅଭିନବ ଚିନ୍ତାଧାରା ଆଣିଛି । ଡ଼ିଜିଟାଲ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ଏହା ବେଶ୍ ସହାୟକ ହେବ । ଛାତ୍ରଛାତ୍ରୀମାନେ ୨୪ ଜାନୁଆରୀ, ୨୦୨୩ ରୁ
www.sambadepaper.com, www.sambad.in, www.sambadenglish.com ଏବଂ www.kanaknews com ରେ ନିର୍ଦ୍ଦିଷ୍ଟ ସିଲାବସ୍ ଉପରେ ଆଧାର କରି ନମୁନା ପ୍ରଶ୍ନପତ୍ର ପାଇପାରିବେ । ଗୋଟିଏ ଦିନ ପରେ, ଏହି ଅନ୍‌ଲାଇନ୍ ପ୍ଲାର୍ଟଫର୍ମରେ ପ୍ରଶ୍ନର ଉତ୍ତର ଉପଲବ୍ଧ ହେବ । ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ, ହିନ୍ଦୀ, ସାମାଜିକ ବିଜ୍ଞାନ, ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ, ଗଣିତ, ପଦାର୍ଥ ବିଜ୍ଞାନ, ରାସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଏବଂ କମ୍ପ୍ୟୁଟର ବିଜ୍ଞାନ ନମୁନା ପ୍ରଶ୍ନପତ୍ର ଉପଲବ୍ଧ ହେବ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧନ କରି ସମ୍ବାଦର ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି: ଅଗ୍ରୟୋଧୀ ହେଉଛି ସି.ବି.ଏସ୍‌.ଇ ବୋର୍ଡ଼ ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ରଛାତ୍ରୀଙ୍କ ପାଇଁ ସୂଚନାର ଏକ ଭଣ୍ଡାର । ଅଗ୍ରୟୋଧୀ, ଚାମ୍ପିଅନ୍ ସୃଷ୍ଟି କରିବା ପାଇଁ ଏକ ପ୍ରୟାସ । ଉଲ୍ଲେଖଯୋଗ୍ୟ, ସମ୍ବାଦ ଗ୍ରୁପ୍ ସି.ବି.ଏସ୍‌.ଇ ଦଶମ ଶ୍ରେଣୀ ଫାଇନାଲ୍ ପରୀକ୍ଷାରେ ୯୫ ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ସ୍କୁଲ୍ ଟପ୍ପରମାନଙ୍କୁ ଅଗ୍ରୟୋଧୀ ପୁରସ୍କାର ସହିତ ଉତ୍ସାହିତ କରେ । ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କହିଛନ୍ତି: “ବର୍ତ୍ତମାନ ପ୍ରାୟ ସବୁକିଛି ଡ଼ିଜିଟାଲ୍ ହୋଇଯାଇଛି ଏବଂ ଏହାର ଆଗକୁ ଯଥେଷ୍ଟ ସମ୍ଭାବନା ରହିଛି । କିଛି ବର୍ଷ ପୂର୍ବେ ଇ-ଲର୍ଣ୍ଣି ଏକ ଦୂର ସ୍ୱପ୍ନ ଥିଲା । କିନ୍ତୁ ନିକଟ ଅତୀତରେ ଏହା ବାସ୍ତବ ରୂପ ନେଇଛି । ଅଗ୍ରୟୋଧୀ ହେଉଛି ଅଗ୍ରଣୀ ସି.ବି.ଏସ୍‌.ଇ ବିଦ୍ୟାଳୟ ଗୁଡ଼ିକର ବିଷୟବସ୍ତୁ ବିଶେଷଜ୍ଞ ଦ୍ୱାରା ପ୍ରସ୍ତୁତ ସମୃଦ୍ଧ ବିଷୟବସ୍ତୁର ଏକ ସଂକଳନ । ମୁଁ ନିଶ୍ଚିତ ଯେ ଛାତ୍ରଛାତ୍ରୀମାନେ ଏଥିରୁ ଅଧିକ ଉପକୃତ ହେବେ । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଆକାଶ+ବାଇଜୁସ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ଡ଼କ୍ଟର ଅଜୟ ବାହାଦୂର ସିଂ, ଡ଼ିଏଭି ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ଼. କେଶବଚନ୍ଦ୍ର ଶତପଥି, ସେଣ୍ଟ ଜାଭିୟର୍ ଗ୍ରୁପ୍ ଅଫ୍ ସ୍କୁଲ୍ ସମୂହର ଅଧ୍ୟକ୍ଷ ଡ଼କ୍ଟର ଜି.ଏସ୍ ପଟ୍ଟନାୟକ, ଓଡ଼ିଶା ମୋ ପରିବାରର ଲିଗାଲ ପରାମର୍ଶଦାତା ଅବନୀ ସାହୁ ଉପସ୍ଥିତ ଥିଲେ ।

AGRAYODHI's logo, website unveiled; Class X, XII students to be benefited : Ommtv
Bhubaneswar, 23 January, 2023: The logo and website of AGRAYODHI, an initiative by Sambad Digital, were unveiled at a function held here today. With an aim to aid the students preparing for Class X and XII board exams in CBSE affiliated schools, Sambad Digital has come up with this innovative idea to make the students exam-ready. Students can access sample papers based on the prescribed syllabus from 24 January, 2023 at www.sambadepaper.com, www.sambad.in,
www.sambadenglish.com and www.kanaknews com. A day later, the answers to the questions will be available on these online platforms. Sample questions papers will be available for English, Hindi, Social Science, Science and Mathematics for Class X students, wherein English, Mathematics, Physics, Chemistry, Biology and Computer Science will be live for Class XII students. Speaking on the occasion,
Sambad Group Chairman Shri Soumya Ranjan Patnaik said: "AGRAYODHI is a treasure trove of information for students preparing for CBSE board exams. AGRAYODHI, as the name suggests, is an initiative to make champions. I hope they make use of it to the fullest." Notably, Sambad Group felicitates school toppers with AGRAYODHI Award who secure above 95 percent marks in Class X final exam. Sambad Group's Executive Director Tanaya Patnaik said: "Almost everything has gone digital now. It has enormous potential as far as it's reach is concerned. Few years ago, e-learning was a distant dream but in the recent years it has become a reality. AGRAYODHI is a compilation of rich content prepared by subject matter experts from leading CBSE schools. I am sure students will be highly benefitted from this." The event was attended by eminent educationists: Dr. Ajay Bahadur Singh, Regional Director, Akash+Byjus, Dr. Keshab Chandra Satapathy, Regional Director, DAV Group of Institutions and Dr. G S Patnaik, Chairman, St. Xavier's chain of schools. Among others, Shri Abani Sahu, Legal Convener, Odisha Mo-Parivar also graced the occasion.