ଶହୀଦ ନଗର ଦୁର୍ଗାପୂଜା ସମିତି, ଓଡିଶାର ଚାରିଜଣ କୃତୀ କ୍ରୀଡାବିତ୍ ଶାରଦୀୟ ଉତ୍ସବରେ ସମ୍ବର୍ଦ୍ଧିତ ହେବେ : ଓମଟିଭି

ପ୍ରକୃତିର ବିଡମ୍ବନା ସତ୍ତ୍ଵେ ଆରମ୍ଭ ପାର୍ବଣର ଧାରା । ଆଉ ଦିନ କେଇଟା ପରେ ଆରମ୍ଭ ହୋଇଯିବ ଜଗଜ୍ଜନନୀ ମା' ଦୁର୍ଗାଙ୍କର ଶାରଦୀୟ ଉତ୍ସବ । ଏହି ଅବସରରେ ୨୦୨୨ ଶାରଦୀୟ ଦୁର୍ଗାପୂଜା ପାଇଁ ଆପଣଙ୍କୁ ଶୁଭେଚ୍ଛା । ପ୍ରତିବର୍ଷ ଭଳି ଏ ବର୍ଷର ଶାରଦୀୟ ଉତ୍ସବକୁ ଚିରାଚରିତ ଭାବେ ପାଳନ କରିବାପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ମା’ଙ୍କ କରୁଣା ଓ ଭକ୍ତମାନଙ୍କ ଶ୍ରଦ୍ଧା ବଳରେ ଅନ୍ୟବର୍ଷ ଭଳି ଏବର୍ଷ ଯଥାଶକ୍ତି ଦଶହାରା ଉତ୍ସବ ପାଳନ କରିବା

ଶହୀଦ ନଗର ଦୁର୍ଗାପୂଜା ସମିତି, ଓଡିଶାର ଚାରିଜଣ କୃତୀ କ୍ରୀଡାବିତ୍ ଶାରଦୀୟ ଉତ୍ସବରେ ସମ୍ବର୍ଦ୍ଧିତ ହେବେ : ଓମଟିଭି

ଶହୀଦ ନଗର ଦୁର୍ଗାପୂଜା ସମିତି, ଓଡିଶାର ଚାରିଜଣ କୃତୀ କ୍ରୀଡାବିତ୍ ଶାରଦୀୟ ଉତ୍ସବରେ ସମ୍ବର୍ଦ୍ଧିତ ହେବେ : ଓମଟିଭି

(ରିପୋର୍ଟ : ସ୍ମୃତି ରଂଜନ ଦାସ) : ପ୍ରକୃତିର ବିଡମ୍ବନା ସତ୍ତ୍ଵେ ଆରମ୍ଭ ପାର୍ବଣର ଧାରା । ଆଉ ଦିନ କେଇଟା ପରେ ଆରମ୍ଭ ହୋଇଯିବ ଜଗଜ୍ଜନନୀ ମା' ଦୁର୍ଗାଙ୍କର ଶାରଦୀୟ ଉତ୍ସବ । ଏହି ଅବସରରେ ୨୦୨୨ ଶାରଦୀୟ ଦୁର୍ଗାପୂଜା ପାଇଁ ଆପଣଙ୍କୁ ଶୁଭେଚ୍ଛା । ପ୍ରତିବର୍ଷ ଭଳି ଏ ବର୍ଷର ଶାରଦୀୟ ଉତ୍ସବକୁ ଚିରାଚରିତ ଭାବେ ପାଳନ କରିବାପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ମା’ଙ୍କ କରୁଣା ଓ ଭକ୍ତମାନଙ୍କ ଶ୍ରଦ୍ଧା ବଳରେ ଅନ୍ୟବର୍ଷ ଭଳି ଏବର୍ଷ ଯଥାଶକ୍ତି ଦଶହାରା ଉତ୍ସବ ପାଳନ କରିବାକୁ ପ୍ରୟାସ କରୁଛୁ । ତତ୍‌ସହ ମା'ଙ୍କ ପୂଜା ପୂର୍ବପରି ଯଥାବିଧରେ ପାଳନ କରାଯିବାର ସମସ୍ତ ବ୍ୟବସ୍ଥା ସମିତି ପକ୍ଷରୁ କରାଯାଉଛି । ଉତ୍ସବକୁ ଆହୁରି ମନମୁଗ୍ଧ କରିବାପାଇଁ ମା'ଙ୍କର ତାରକଷି ରୂପା ମେଢ, ସୁନା ମୁକୁଟ ସହ ଏକ ସୁନ୍ଦର ତୋରଣ (ନିର୍ମିତ ହେଉଥିବା ଅଯୋଧ୍ୟା ରାମ ମନ୍ଦିର) ମଧ ଆୟୋଜନ କରାଯାଇଛି । ମହାସମପ୍ତମୀରୁ ବିଜୟାଦଶମୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଓଡିଶାର କୃତୀ କ୍ରୀଡାବିତ୍‌ଙ୍କୁ ସମ୍ବର୍କିତ
କରିବାକୁ ଯାଉଛୁ। ଏହି ନିଆରା ଧାରା ୨୦୦୭ ମସିହାରୁ ଆମ ସମିତି ପକ୍ଷରୁ ପ୍ରଥମଥର ପାଇଁ ଆରମ୍ଭ କରାହୋଇ
ଆସୁଅଛି ।୨୦୦୭ ମସିହାରୁ ବିଭିନ୍ନ କ୍ରୀଡା ବର୍ଗରେ ଏହି ସମ୍ବର୍ଦ୍ଧନା ଦିଆଯାଉଛି, ଏଯାଏଁ ଅଲିମ୍ପିୟାନ ଅନୁରାଧା ବିଶ୍ଵାଳ
(ଆଥେଲେଟ୍‌), ଫୁଟବଲ ଖେଳାଳୀ ଶ୍ରଦ୍ଧାଞ୍ଜଳୀ ସାମନ୍ତରାୟ, ଚେସ୍ ତାରକା ସ୍ଵୟଂଶୁ ସତ୍ୟପ୍ରଜ୍ଞ, ଅଲିମ୍ପିଆନ୍ ପଦ୍ମଶ୍ରୀ ଦିଲିପ୍ ତିର୍କୀ, କ୍ରିକେଟର ଦେବାଶିଷ ମହାନ୍ତି, ଚେସ୍ ଖେଳାଳି କିରଣ ମନିଷା ମହାନ୍ତି, ଫୁଟବଲର ସସ୍ମିତା ମଲ୍ଲିକ, ଭାରଉତ୍ତଳନକାରୀ ରାନୁ ମହାନ୍ତି, ଆଥେଲେଟିକ କୋଚ ଅରୁଣ ଦାସ, କ୍ରିକେଟ୍ କୋଚ ଶଶାଙ୍କ ଶେଖର ଦାସ, ଫୁଟବଲ ଖେଳାଳୀ ଗୀତାଞ୍ଜଳୀ ଖୁଣ୍ଟିଆ, ବଡିବିଲଡର କାର୍ତ୍ତିକେଶ୍ବର ଜେନା, ଆଥେଲେଟିକ୍ କୋଡ୍ ନୀଳମାଧବ ଦେଓ, ଫୁଟବଲ ତାରକା ରାଜେନ୍ଦ୍ର ପ୍ରସାଦ
ସିଂ, ମହିଳା ଫୁଟବଲର ଯବାରାଣୀ ସୋରେନ, ବାସ୍କେଟବଲ ତାରକା ତଥା କୋଚ୍ ଅରୂପାନନ୍ଦ ରାଉତରାୟ, କ୍ରିକେଟ
ଖେଳାଳୀ ଶିବସୁନ୍ଦର ଦାସ, ବିଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, କରାଟେ ଖେଳାଳି ଭାଲିନା ଭାଲେଣ୍ଟିନା, ପର୍ବତାରୋହୀ ଗଣେଷ ଜେନା, ଧାବିକା ସରସ୍ଵତୀ ଚାନ୍ଦ ଏବଂ ନାମୀ ଫୁଟବଲ କୋଚ ନନ୍ଦ କିଶୋର ପଟ୍ଟନାୟକ, ଫୁଟବଲ ଖେଳାଳୀ
ଆଲୋଚନା ସେନାପତି, ଭାରୋତ୍ତନକାରୀ ପ୍ରମିଳା କ୍ରିଷାନୀ ପ୍ରମୁଖ ସମ୍ବର୍ଦ୍ଧିତ ହୋଇସାରିଛନ୍ତି । ସେହିପରି ଫୁଟବଲ ତାରକା ଶୁଭଦ୍ରା ନାଏକ, କବାଡି ଖେଳାଳୀ ଅରବିନ୍ଦ ଖୁଣ୍ଟିଆ, ଜୁନିଅର ସ୍ତରର ସୁଇମର ପ୍ରତ୍ୟାଶା ରାୟ ଏବଂ ବିଶିଷ୍ଟ ଫୁଟବଲ କୋଚ୍ ଗଙ୍ଗାଧର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜାତୀୟ ସ୍ତରରେ ରଗବି ଖେଳାଳି ପ୍ରଜ୍ଞା ଗରାବଡୁ, ଆନ୍ତଃଜାତୀୟ ଆଥେଲେଟ୍ ଅମୀୟ ମଲ୍ଲିକ, ଜାତୀୟ ଚେସ୍ ଖେଳାନି ସାଇନା ସାଲୋନିକା ଏବଂ ରୋଇଂକୋଚ ଜୋସ୍ ଜାକବ ଏବଂ ବିଗତ ୨୦୧୯
ମସିହାରେ ରଶ୍ମୀରଂଜନ ସାହୁ, ବଡି ବଲିଂ ଲାକି ସ୍ୱାଇଁ, ଗଲବ୍ ଅଶୋକ ମହାନ୍ତି, ସ୍ପୋର୍ଟ ପ୍ରଶାସକ, ପ୍ରଶାନ୍ତ ନାୟକ, ବାସ୍କେଟ୍ ବଲ କୋଚ୍ ଏବଂ ସେଟିସ୍ ପ୍ରମୋଟର ।ଗତ ୨୦୨୦ ଏବଂ ୨୦୨୧ ମସିହାରେ ଏହି ମହତ୍ କାର୍ଯ୍ୟ କୋଭିଚ୍‌-୧୯ ପାଇଁ ବନ୍ଦ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ ଏହି ପରମ୍ପରା ଧାରାକୁ ବଜାୟ ରଖ୍ ଚଳିତବର୍ଷ ଆମେ ଚାରିଜଣ ଉତ୍କୃଷ୍ଟ ଖେଳାଳୀଙ୍କୁ ମନୋନୀତ କରିଅଛୁ,
ଯଥା- ଆନ୍ତଃର୍ଜାତିକ ବାସ୍କେଟ୍ ବଲ ଖେଳାନୀ ସେକ୍ ଫଏଜ୍‌, ଜାତୀୟ ଫୁଟବଲ ମହିଳା ତାରକା ପୂର୍ଣିମା ମଲ୍ଲିକ,
ଜାତୀୟ ରଗବି ତାରକା ସାହାନାୱାଜ୍ ଅହମ୍ମଦ, ଇନ ଟେନିସ୍‌ ମହିଳା ତାରକା ଆହାନା (ବାର ବର୍ଷରୁ କମ୍‌) ଯେଉଁମାନେ କି ମହାସପ୍ତମୀ, ଅଷ୍ଟମୀ, ନବମୀ ଏବଂ ଦଶମୀରେ ସମ୍ମାନିତ କରାଯିବ ପାଇଁ କମିଟି ସ୍ଥିର କରିଛି ।

ଉକ୍ତ କୃତୀ କ୍ରୀଡାବିତ୍‌ମାନଙ୍କୁ ପ୍ରତ୍ୟେହ ସନ୍ଧ୍ୟା ଆଳତୀ ପରେ ପୂଜା ମଣ୍ଡପରେ ସମ୍ବର୍ଦ୍ଧିତ କରାଯିବ ।ସମିତିର ସଭାପତି ଶ୍ରୀଯୁକ୍ତ ହେମନ୍ତ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସଚ୍ଚିନନ୍ଦନ ନାୟକ, ସ୍ଥାନୀୟ କର୍ପୋରେଟର ରାଜକିଶୋର ଦାସ, ବରିଷ୍ଠ ଉପଦେଷ୍ଟା ଶ୍ରୀ ମନୋରଂଜନ ଦାସ, ଉପ-ସଭାପତି ଶ୍ରୀ ସରୋଜ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସଚ୍ଚିନନ୍ଦନ ନାୟକ
ସମ୍ପାଦକ ଶହିଦନଗର ଦୁର୍ଗାପୂଜା ସମିତି