ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଉତ୍ତର ବିଧାୟକ ସୁଶାନ୍ତ ରାଉତ : ଓମଟିଭି

ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୪ ନମ୍ବର ଓାର୍ଡର ନୀଳାଦ୍ରି ବିହାର ଠାରେ ୧୦ କୋଟି ଟଙ୍କା ବୟ ଅଟକଳରେ ନିର୍ମିତ

ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଉତ୍ତର ବିଧାୟକ ସୁଶାନ୍ତ ରାଉତ : ଓମଟିଭି

ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଉତ୍ତର
ବିଧାୟକ ସୁଶାନ୍ତ ରାଉତ : ଓମଟିଭି
ଭୁବନେଶ୍ୱର,୨୭ା୯(ରିପୋର୍ଟ: ସୁକାନ୍ତ ରାଉତ): ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୪ ନମ୍ବର ଓାର୍ଡର
ନୀଳାଦ୍ରି ବିହାର ଠାରେ ୧୦ କୋଟି ଟଙ୍କା ବୟ ଅଟକଳରେ ନିର୍ମିତ
ହେଉଥିବା ଇଣ୍ଡୋର ଷ୍ଟାଡିୟମ କାର୍ଯ୍ୟର ସମୀକ୍ଷା କରିଛନ୍ତି ଭୁବନେଶ୍ୱର ଉତ୍ତର
ବିଧାୟକ ସୁଶାନ୍ତ କୁମାର ରାଉତ । ଆଜି ଦିନ ୧୧ଟା ସମୟରେ ଶ୍ରୀଯୁକ୍ତ
ରାଉତ ନୀଳାଦ୍ରି ବିହାର ଇଶାନେଶ୍ୱର ମନ୍ଦିର ଠାରେ ପହଞ୍ଚିଥିଲେ । ସେଠାରୁ
ସିଧା ସଳଖ ନିର୍ମାଣଧୀନ ଷ୍ଟାଡିୟମ ପାଖକୁ ଯାଇ କାର୍ଯ୍ୟର ସ୍ଥିତି
ଦେଖିବା ସହିତ କାର୍ଯ୍ୟର ଅଗ୍ରଗତି ସମ୍ବଦ୍ଧରେ ପୂର୍ତ୍ତ ବିଭାଗର ଯନ୍ତ୍ରୀ
ରାଜକିଶୋର ଜେନା ଓ ଅନ୍ୟାନ୍ୟ ଉପସ୍ଥିତ ଅଧିକାରୀଙ୍କ ସହିତ
ଆଲୋଚନା କରିଥିଲେ । ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ କାର୍ଯ୍ୟ
ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୧୪ନମ୍ବର ଓାର୍ଡର
କର୍ପୋରେଟର ମୋନାଲିସା ସାହୁ, ଯୁବନେତା ମନୋଜ ସାହୁ, ପୂର୍ବତନ
କର୍ପୋରେଟର ଦେବୀ ପ୍ରସାଦ ମଲ୍ଲିକଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଯୁବକ, ମହିଳା ଓ
ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ ।