ଓଡିଶା ଲଳିତ କଳା ଏକାଡେମୀ ଦ୍ୱାରା  ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ : ଓମଟିଭି

ଓଡିଶା ଲଳିତ କଳା ଏକାଡେମୀ, ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଏବଂ  ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ବୁଦ୍ଧ ଜୟନ୍ତୀ ପାର୍କ ନିକଟସ୍ଥ ବୁଦ୍ଧ ଆର୍ଟ ଗ୍ୟାଲେରୀଠାରେ ଉଦଘାଟିତ ହୋଇଯାଇଛି ଗାନ୍ଧିଜୀଙ୍କ ଉପରେ ଆଧାରିତ ଚିତ୍ରକଳା ପ୍ରଦର୍ଶନୀ I ଉଦଘାଟନ ଉତ୍ସବରେ  ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶ

ଓଡିଶା ଲଳିତ କଳା ଏକାଡେମୀ ଦ୍ୱାରା  ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ : ଓମଟିଭି

ଓଡିଶା ଲଳିତ କଳା ଏକାଡେମୀ ଦ୍ୱାରା  ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ : ଓମଟିଭି

ବୁଦ୍ଧ ଆର୍ଟ ଗ୍ୟାଲେରୀରେ ୩୬  ଜଣ ଶିଳ୍ପୀଙ୍କ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର, ୧୫, ୮ (ଓମ)- ଓଡିଶା ଲଳିତ କଳା ଏକାଡେମୀ, ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଏବଂ  ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ବୁଦ୍ଧ ଜୟନ୍ତୀ ପାର୍କ ନିକଟସ୍ଥ ବୁଦ୍ଧ ଆର୍ଟ ଗ୍ୟାଲେରୀଠାରେ ଉଦଘାଟିତ ହୋଇଯାଇଛି ଗାନ୍ଧିଜୀଙ୍କ ଉପରେ ଆଧାରିତ ଚିତ୍ରକଳା ପ୍ରଦର୍ଶନୀ I ଉଦଘାଟନ ଉତ୍ସବରେ  ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ମୁଖ୍ୟ  ଅତିଥି ଭାବେ ଯୋଗ ଦେଇ ପ୍ରଦର୍ଶନୀକୁ  ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ I  ମୁଖ୍ୟ ଅତିଥି ଶ୍ରୀ ଦାସ ଗାନ୍ଧିଜୀଙ୍କ ଓଡିଶା ଆଗମନ ଓ ତାଙ୍କର ଜୀବନ ଦର୍ଶନକୁ ନେଇ ପ୍ରଦର୍ଶିତ ଚିତ୍ର ଗୁଡିକର ପ୍ରଶଂସା କରିଥିଲେ I ଏହି ଉତ୍ସବରେ  ଏକାଡେମୀର ସଭାପତି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶ୍ରୀଯୁକ୍ତ ସୁଦର୍ଶନ ପଟ୍ଟନାୟକ, ବରିଷ୍ଠ ଚିତ୍ରଶିଳ୍ପୀ  ଶ୍ରୀ ବିନୋଦ ମହାରଣା ଓ ଏକାଡେମୀର ପୂର୍ବତନ ସଚିବ ଶ୍ରୀ ତାରାକାନ୍ତ ପରିଡା ଚିତ୍ରରେ ଗାନ୍ଧିଜୀ ଓ ସ୍ୱାଧୀନତାର  ଚିତ୍ରଣର ବିଭିନ୍ନତାକୁ ଭୂୟସୀ ପ୍ରଶଂସା କରିଥିଲେ I ପ୍ରାରମ୍ଭରେ ଏକାଡେମୀର ସଚିବ ଶ୍ରୀ ପଞ୍ଚାନନ ସାମଲ ଅତିଥିମାନଙ୍କୁ ସ୍ୱାଗତ  କରିବା ସହିତ ପ୍ରଦର୍ଶନୀରେ ୩୬ ଜଣ ଶିଳ୍ପୀଙ୍କ ଏକାଡେମୀ ଦ୍ୱାରା ସଂରକ୍ଷିତ ଚିତ୍ରଗୁଡିକ ପ୍ରଦର୍ଶନ ହୋଇଥିବା ଦର୍ଶାଇ ଥିଲେ I

ପ୍ରଦର୍ଶନୀ ଅବସରରେ ଚିତ୍ରଶିଳ୍ପୀ ରଘୁନାଥ ସାହୁ , ସୁଶାନ୍ତ କୁମାର ସିଂ ସାମନ୍ତ, ଚନ୍ଦନ କୁମାର ସାମଲ, ରବୀନ୍ଦ୍ର କୁମାର ମହାରଣା, ଜଗନ୍ନାଥ ଦାସ, ଅବନ୍ତୀ ମହାରଣା, ନରୋତ୍ତମ ଦାସଙ୍କ ସହ ବିକାଶ ଚୌଧୁରୀ ଏବଂ ୫ ଜଣ ବିଦେଶୀ ପର୍ଯ୍ୟଟକ,ଛାତ୍ର ଛାତ୍ରୀ  ତଥା ଅନେକ କଳାନୁରାଗୀ ପ୍ରଦର୍ଶନୀକୁ ବୁଲି ଦେଖିଥଲେ I ଏହି ପ୍ରଦର୍ଶନୀ ଆସନ୍ତା ୧୭ତାରିଖ ସନ୍ଧ୍ୟା ୭ଟା  ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ I