ପାହାଡ଼ ବଞ୍ଚାଓ ଅଭିଯାନ : Ommtv

Sikharchandi

ପାହାଡ଼ ବଞ୍ଚାଓ ଅଭିଯାନ : Ommtv

ପାହାଡ଼ ବଞ୍ଚାଓ ଅଭିଯାନ : Ommtv

ମା ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ତରଫରୁ ଚାଲିଥିବା ପାହାଡ଼ ବଞ୍ଚାଓ ଅଭିଯାନ କୁ ଆଜି ଓଡ଼ିଶାର ପୂର୍ବତନ୍ ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ କୁମାର ପଟ୍ଟନାୟକ ସମର୍ଥନ କରିଛନ୍ତି । ସେ ନିଜେ ଆସି ପାହାଡ଼ ବୁଲି ପରିଦର୍ଶନ କରିଥିଲେ ପାହାଡ଼ ଅବସ୍ଥା ଦେଖି ଅତି ଦୁଃଖ ପ୍ରକାଶ କରିଥିଲେ । ବିକାଶ ନାମରେ ମଣିଷ ସମାଜ ବିନାଶ ଆଡକୁ ଯାଉଛି ଭୁବନେଶ୍ୱର ରେ ଏମିତି ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥାନ କେଉଁଠି ନାହୁଁ ତାକୁ ଏମିତି ନଷ୍ଟ କରିବା କେବେବି ଗ୍ରହଣୀୟ ନୁହେଁ ସେ ସମିତି କୁ କହିଥିଲେ ଆଗାମୀ ଆନ୍ଦୋଳନରେ ସମ୍ପୂର୍ଣ୍ଣ ସାଙ୍ଗରେ ରହିବେ ଆଉ ପାହାଡ଼କୁ ବଞ୍ଚେଇବା ଆନ୍ଦୋଳନ କୁ ସଫଳ କରିବେ । ସମିତି ତରଫରୁ ngt ର ଦ୍ୱାରାସ୍ତ ହୋଇଛି ଆସନ୍ତା ସୋମବାର ତାର ପ୍ରଥମ ଶୁଣାଣି ହେବାକୁ ଯାଉଛି । ମନ ଇଚ୍ଛା ବିନା ପଲ୍ଲୀ ସଭା କି ଜଣ ଶୁଣାଣି କି ବିନା ଫଳକ ମାରି କେମିତି ଏତେ ବଡ ପାହାଡ଼କୁ ଧ୍ୱଂସ କରିଦେଲେ ଯିଏ ଭି ଆମ ମା ପାହାଡ଼ର ଏମିତି ଅବସ୍ଥା କରିଛି ତାକୁ କେବେ ଛଡ଼ାଯିବନି , 212 ଏକର ର ଏହି ପାହାଡ଼ ଅଯୋଗ୍ୟ ଅବାଧ୍ୟ ଅନାବାଦୀ ଜମିକୁ କେମିତି ସରକାର idco କୁ ଦେଲେ ଆଉ ସେ କେଉଁ ଆଧାରରେ ପାଣି ଟାଙ୍କି କରିବା ପାଇଁ ପାହାଡ଼ କଟିଲେ ସେ ସବୁର ହିସାବ ଦେବାକୁ ପଡିବ। ଏହି ପାହାଡ଼ ଉପରେ ଅନେକ ଗବେଷଣା କରିଥିବା ବ୍ୟକ୍ତି ମାନେ ମଧ୍ୟ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି ସେଇ ପାହାଡରେ 220 ପ୍ରକାର ଓଷଧ ବୃକ୍ଷ ଥିବା ଗବେଷଣା ରେ ମଧ୍ୟ ଦାଖଲ କରାଯାଇଛି ସେମାନେ ମଧ୍ୟ ଆଗକୁ ଆସି ସମର୍ଥନ କରିଛନ୍ତି ବେଳ ପଡିଲେ ସେମାନେ କୋଟ ର ଆଶ୍ରୟ ନେବେ ବୋଲି ସମିତିକୁ ଜଣେଇଛନ୍ତି ।। ତେଣୁ ଏହି ଅଞ୍ଚଳର ଅସ୍ମିତା ହେଉଛି ଏହି ଶିଖରଚଣ୍ଡୀ ପାହାଡ଼ ଏହାକୁ କେବେବି ଆଉ କାହା ହାତରେ ଟେକ ଜୀବନାହିଁ ବୋଲି ସମିଟ ତରଫରୁ କୁହାଯାଇଛି ଏଥିପାଇଁ ଅଞ୍ଚଳବାସୀ ମା ଙ୍କ ପାଖରେ ସଂକଳ୍ପ କରିଛନ୍ତି । #Bhubaneswar #Sikharachandi #Odishagovernment #Ommtv #Omtv #Kalingacinearts #NBPC #trend #virals #News #5T