Friendly Cricket Match at DAV Cspur : Ommtv

Friendly Cricket Match at DAV Cspur : Ommtv

Friendly Cricket Match at DAV Cspur : Ommtv

Friendly Cricket Match at DAV Cspur : Ommtv

Like in previous years,  a friendly Cricket Match was organised between Principal XI and Chairman XI comprising both parents and teachers at DAV Public School, Chandrasekharpur on Saturday. Chairman XI won the match by 8 wickets. Principal XI scored 98 runs in the allotted 15 overs choosing to bat first after winning the toss. The winning team reached the target in 13.5 overs losing only 2 wickets . Chinmay Mishra and Pradipta Swain were declared best batsman and best bowler respectively while Vivekananda Das was adjudged as Man of the Match for his  allround performance.  School Principal I /C Indira Bhattacharya inaugurated the Match. The DAV Regional Director Dr K C Satapathy and Chairman of DAV Cspur Sarat Chandra Mishra encouraged the players joining as the guests. The winning team and best players  will be honoured during the Annual Sports Meet scheduled on 10th of January, informed the School officials.

 ଡିଏଭି ଚନ୍ଦ୍ରଶେଖରପୁରରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍‍ ମ୍ୟାଚ୍‍ : Ommtv

ଭୁବନେଶ୍ୱର – ୭/୧ : ଡିଏଭି ପବ୍ଲିକ୍‍ ସ୍କୁଲ୍‍, ଚନ୍ଦ୍ରଶେଖରପୁରରେ ପୂର୍ବବର୍ଷମାନଙ୍କ ପରି ଅଭିଭାବକ ଓ ଶିକ୍ଷକମାନଙ୍କୁ ମିଳିତ ଭାବରେ ନେଇ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍‍ ମ୍ୟାଚ୍‍ ଆୟୋଜିତ ହୋଇଯାଇଛି । ଏଥିରେ ଚେୟାର୍‍ମ୍ୟାନ୍‍ ଏକାଦଶ ୮ ୱିକେଟ୍‍ରେ ବିଜୟ ଲାଭ କରି ଟ୍ରଫି ହାସଲ କରିଛି । ଟସ୍‍ ଜିତି ପ୍ରଥମେ ପ୍ରିନ୍ସିପାଲ୍‍ ଏକାଦଶ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୯୮ରନ୍‍ କରିଥିଲେ । ଏହାର ଜବାବରେ ବିଜୟୀଦଳ ୧୩.୫ ଓଭରରେ ମାତ୍ର ୨ ୱିକେଟ୍‍ ହରାଇ ୧୦୨ରନ୍‍ କରିବା ସହିତ ବିଜୟ ହାସଲ କରିଥିଲେ । ୧୬ ବଲ୍‍ରେ ୨୪ ରନ୍‍ କରି ଚିନ୍ମୟ ମିଶ୍ର ଶ୍ରେଷ୍ଠ ବ୍ୟାଟର୍‍, ୩ ଓଭରରେ ୧୭ ରନ୍‍ ବିନିମୟରେ ୩ ୱିକେଟ୍‍ ହାସଲ କରି ପ୍ରଦୀପ୍ତ ସ୍ୱାଇଁ ଶ୍ରେଷ୍ଠ ବୋଲର୍‍ ଏବଂ ବିଜୟୀ ଦଳର ବିବେକାନନ୍ଦ ଦାସ ୨୦ ବଲ୍‍ରୁ ୨୪ ରନ୍‍ ସଂଗ୍ରହ ସହ ୨ ୱିକେଟ୍‍ ହାସଲ କରି ମ୍ୟାନ ଅଫ ଦି ମ୍ୟାଚ୍‍ ବିବେଚିତ ହୋଇଥିଲେ । ଦିଲୀପ କୁମାର ଜେନା ଓ ଦିଲୀପ୍‍ କୁମାର ନାୟକ ଏହି ମ୍ୟାଚ୍‍ରେ ଅମ୍ପାୟାରିଂ କରିଥିଲେ ଏବଂ ସତ୍ୟେନ୍ଦ୍ରନାଥ ରଥ ଓ ଦେବେନ୍ଦ୍ର ପତି ଧାରା ବିବରଣୀ ପ୍ରଦାନ କରିଥିଲେ । ଡିଏଭି ଚନ୍ଦ୍ରଶେଖରପୁରର ନିର୍ବାହୀ ଅଧ୍ୟକ୍ଷା ଇନ୍ଦିରା ଭଟ୍ଟାଚାର୍ଯ୍ୟ ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚକୁ ଆନୁଷ୍ଠାନିକ ଉଦ୍‍ଘାଟନ କରିଥିବା ସ୍ଥଳେ ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ ଡ. କେ.ସି. ଶତପଥୀ ଓ ଡିଏଭି ଚନ୍ଦ୍ରଶେଖରପୁର ଚେୟାରମ୍ୟାନ୍‍ ଶରତ ଚନ୍ଦ୍ର ମିଶ୍ର ସମ୍ମାନନୀୟ ଅତିଥି ରୂପେ ଯୋଗଦାନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କୃତୀ ଖେଳାଳି ଓ ଦଳଙ୍କୁ ବିଦ୍ୟାଳୟର ବାର୍ଷିକ କ୍ରୀଡୋତ୍ସବ ଅବସରରେ ଆଗାମୀ ୧୦ ତାରିଖରେ ପୁରସ୍କୃତ କରାଯିବ ବୋଲି କର୍ତ୍ତୃପକ୍ଷ ଜଣାଇଛନ୍ତି । ସଫଳତାର ସହ ମ୍ୟାଚ୍‍ ଆୟୋଜିତ ହୋଇଥିବାରୁ ବିଦ୍ୟାଳୟ ସ୍ପୋର୍ଟ୍ସ କମିଟି ଅଧ୍ୟକ୍ଷ ପ୍ରମୋଦ କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।