କିସରେ ଜୀବନ କୌଶଳ ଶିକ୍ଷା ଉପରେ ଦିନିକିଆ କର୍ମଶାଳା : ଓମଟିଭି

କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନସେସ (କିସ୍‌), ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି (UNFPA) ଏବଂ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD)ର ମିଳିତ ସହଯୋଗରେ କିସରେ ଆଜି  ଦିନିକିଆ କର୍ମଶାଳା ଆୟୋଜିତ ହୋଇଯାଇଛିା କିସ୍ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସାମର୍ଥ୍ୟ ପ୍ରକଳ୍ପ ଅଧିନରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା।

କିସରେ ଜୀବନ କୌଶଳ ଶିକ୍ଷା ଉପରେ ଦିନିକିଆ କର୍ମଶାଳା : ଓମଟିଭି
କିସରେ ଜୀବନ କୌଶଳ ଶିକ୍ଷା ଉପରେ ଦିନିକିଆ କର୍ମଶାଳା : ଓମଟିଭି
ଭୁବନେଶ୍ୱର,୧୭ ।୮: କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନସେସ (କିସ୍‌), ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି (UNFPA) ଏବଂ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD)ର ମିଳିତ ସହଯୋଗରେ କିସରେ ଆଜି  ଦିନିକିଆ କର୍ମଶାଳା ଆୟୋଜିତ ହୋଇଯାଇଛିା କିସ୍ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସାମର୍ଥ୍ୟ ପ୍ରକଳ୍ପ ଅଧିନରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ଦେଶର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ଶିକ୍ଷାବିତ୍ ଓ ସାଧନ କର୍ମୀମାନେ ଯୋଗ ଦେଇଥିଲେ। ଓଡ଼ିଶାର ବିଭିନ୍ନ ସ୍ଥାନରେ ଭିନ୍ନକ୍ଷମମାନଙ୍କ ସମସ୍ୟା ଓ ସଶକ୍ତିକରଣ ଉପରେ କାର୍ଯ୍ୟକରୁଥିବା ଅନୁଷ୍ଠାନର କର୍ମକର୍ତ୍ତା ମଧ୍ୟ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡ଼ିଶାର ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ପରିଚାଳିତ ୧୫୫ରୁ ଊର୍ଦ୍ଧ୍ୱ ବିଦ୍ୟାଳୟରେ ଜୀବନକୌଶଳ ଶିକ୍ଷାକୁ ଅଭିନବ ପଦ୍ଧତିରେ କିପରି କାର୍ଯ୍ୟକାରୀ କରାଯାଇପାରିବ। ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ଜୀବନ କୌଶଳ ଶିକ୍ଷାର ମହତ୍ୱ ଓ ଶିକ୍ଷା ପଦ୍ଧତି ଉପରେ  ଆଲୋଚନା ଏବଂ ଏହା ଉପରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ସାଧନକର୍ମୀ ତଥା ଶିକ୍ଷାବିତ୍‌ମାନଙ୍କ ଜ୍ଞାନ ତଥା ଅଭିଜ୍ଞତାର ଆଦାନ ପ୍ରଦାନ ସହ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଏହି କର୍ମଶାଳାର ପ୍ରମୁଖ ବିଷୟ ଥିଲା।

ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିବା ଅନୁଷ୍ଠାନଗୁଡ଼ିକ ତରଫରୁ ଷ୍ଟଲ୍ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା। କର୍ମଶାଳାରେ ଯୋଗ ଦେଇଥିବା ପ୍ରତିନିଧି କିସ୍ ଅନୁଷ୍ଠାନର ଏପରି ଏକ ଅଭିନବ ପ୍ରୟାସ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ମାନବବାଦୀ ଚିନ୍ତାଧାରା ଓ ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିଥିଲେ।