ରାହୁଲ ବୋରୱେଲରେ ଗଳିବା ପରେ ରାଜଧାନୀ ଲୋକପ୍ରତିନିଧି ତତ୍ପର: ଓମଟିଭି

ଅଶିଫୁଟର ଗାତରେ ବୋରୱେଲ ତିଆରି ହେଉଥିବା ବେଳେ ରାହୁଲ ନାମକ ଜଣେ ନାବାଳକ ସେହି ଗାତରେ ଗଳିବାପରେ ଦେଶରେ ଏକ ପରିବର୍ତନର ଧାରା ଦେଖାଯାଇଛି।

ରାହୁଲ ବୋରୱେଲରେ ଗଳିବା ପରେ ରାଜଧାନୀ ଲୋକପ୍ରତିନିଧି ତତ୍ପର: ଓମଟିଭି

ଭୁବନେଶ୍ବର,୨୭.୬.୨୨(ଓମ): ନିକଟରେ ବୋରୱେଲର ଅଶି ଫୁଟିଆ ଗାତରେ ରାହୁଲ ଗଳିପଡ଼ିବାପରେ ସାରାଦେଖରେ ଚେତା ପଶିଛି। ଯେଉଁଠାରେ ଯେଉଁସ୍ଥାନରେ ଗାତ ରହିଛି ସେଠାରେ ଲୋକମାନେ ମାଟି ପକାଇ ପୋତି ଦେଉଛନ୍ତି। କେବଳ ସେତିକି ନୁହେଁ। ନିକଟରେ ଆଦିବାସୀଅଧୁସିତ ଅଞ୍ଚଳରେ ରାସ୍ତା କଡ଼ର ଗାତରେ ୪ଜଣ ଶିଶୁ ଗଳିପଡ଼ି ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଏହି ସବୁ ସମସ୍ୟାନେଇ ସବୁ ଠାରେ ସାଧାରଣ ଲୋକ ତତ୍ପର ହୋଇଛନ୍ତି। ଆଜି ମଞ୍ଚେଶ୍ବର ଗାଡ଼କଣ ଗ୍ରାମର ସ୍କୁଲ ପଛ ପାଖରେ ଥିବା ଏକ ବହୁ ବର୍ଷର ବାମ୍ଫିକୁ ସ୍ଥାନୀୟ କର୍ପୋରେଟର ସୁସମା ସହୁଙ୍କ ପ୍ରତିନିଥି ତଥା ପୁଅ ଟିକି ସାହୁ ମାଟି ପକାଇ ସେହି ବାମ୍ପିକୁ ସବୁଦିନ ପାଇଁ ବନ୍ଦ କରିଦେଇଛନ୍ତି। ଏହିାପରେ ସ୍ଥାନୀୟଲୋକ ଓ ଛାତ୍ରଛତ୍ରୀଙ୍କ ସହ ଗାଡ଼କଣ ସରକାରୀ ଶିକ୍ଷାନୁ‌ଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ ଲୋକପ୍ରତିନିଧି ଜଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନା ଥାଉକି ଉକ୍ତ ବାମ୍ପିଂରେ ଅନେକଥର ଦୃର୍ଘଟଣା ଘଟିଛି। ଅନେକ ଥର ଅନେକ ପିଲା ଏଥିରେ ପଡ଼ି ଖଣ୍ଡିଆଖାବରା ହୋଇଛନ୍ତି। ତେବେ ବର୍ଷ ଆସିବା ପୂର୍ବରୁ ଟ୍ରକ୍ ଟ୍ରକ୍ ମାଟି ପକାଇ ବାମ୍ପିଂ ବନ୍ଦକରିବା ପଦକ୍ଷେପକୁ ସ୍ଥାନୀୟଲୋକ ପ୍ରାଶଂସା କରିଛନ୍ତି।