ମୋ ଓଡିଶା ନବୀନ ଓଡିଶା : Ommtv

ମୋ ଓଡିଶା ନବୀନ ଓଡିଶା

ମୋ ଓଡିଶା ନବୀନ ଓଡିଶା : Ommtv

www.ommtv.in  (ହିନ୍ଦୋଳ ରତିକାନ୍ତ ଗଡନାୟକ) : ମୋ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି, କେ, ପାଣ୍ଡିଆନ୍ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଢେଙ୍କାନାଳ ଜିଲ୍ଲାରେ ୮ ଗୋଟି ବ୍ଲକ୍ ରେ ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ହିନ୍ଦୋଳ ଗୋରିଲୋ ଗ୍ରାମ ନିକଟସ୍ଥ ପଡିଆରେ ଭିଡିଓ କନଫରେନ୍ସ ଜରିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ବିଭିନ୍ନ ପ୍ରକଳ୍ପ କୁ ସରକାର ଯୋଗାଇ ଦେଇଥିବା ଅନୁଦାନ ଘୋଷଣା କରିଥିଲେ। ବିଧାୟିକା ସୀମାରାଣୀ ନାଏକ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଓ ଅଧ୍ୟକ୍ଷ ଙ୍କୁ ହିନ୍ଦୋଳ ବାସୀ ଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ ସହ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ ନାଏକ, ବ୍ଲକ୍ ଉପାଧ୍ୟକ୍ଷ ବରୁଣ ସର,ଜିଲ୍ଲା ପରିଷଦ ସଭ୍ୟା ସଭ୍ୟ, ସରପଞ୍ଚ, ସମିତି ସଭ୍ଯ, ୱାର୍ଡ ସଭ୍ଯ ସଭ୍ୟା, ମହିଳା ମିସନ୍ ଶକ୍ତି, କଲେଜ ଛାତ୍ରଛାତ୍ରୀ, ସ୍ଵେଚ୍ଛାସେବୀ, ଓ ଗଣ ମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ହିନ୍ଦୋଳ ଉପ ଜିଲ୍ଲାପାଳ ଶିବାନନ୍ଦ ସ୍ଵାଇଁ, ବିଡିଓ ବିନିତା ବିଜୟନି ,ତହସିଲଦାର ଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀ ମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ ନାୟକ ଙ୍କ ଆନ୍ତରିକ ପ୍ରଚେଷ୍ଠା ପାଇଁ ଅତି ଶାନ୍ତି ଶୃଙ୍ଖଳା ସହ କାର୍ଯ୍ୟକ୍ରମ ସଫଳ ହୋଇଥିଲା।