Jana Mangala Art of Giving : Ommtv
AOG

ଜନ ମଙ୍ଗଳ ଆଜିର ଆର୍ଟ ଅଫ ଗିଭିଂ : Ommtv
( ଢେଙ୍କାନାଳ ଶଶିକାନ୍ତ ଗଡନାୟକ): ଆଜିର ଆର୍ଟ ଅଫ ଗିଭିଂ ଅବସରରେ ଓମ୍ ଟିଭି ବରିଷ୍ଠ ପ୍ରତିନିଧି ରତିକାନ୍ତ ଗଡନାୟକ ଙ୍କ ସଂଯୋଜନାରେ ଜନ ମଙ୍ଗଳ ରାସୋଳ ସ୍ଵେଚ୍ଛାସେବୀ ସଂଗଠନ ଆନୁକୁଲ୍ୟରେ ଓ ରାସୋଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସହଯୋଗରେ ଆଜି ଦଣ୍ଡରୀ ଗ୍ରାମ ପଂଚାୟତ ଗୁରୁଜାଙ୍ଗ ଗୋଷ୍ଠୀକେନ୍ଦ୍ର ପ୍ରାଙ୍ଗଣରେ ଗ୍ରାମବାସୀ ସ୍କୁଲ୍ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ସଭା ଜନ ମଙ୍ଗଳ ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ସମାଜସେବୀକା ଶୁଭଶ୍ରୀ ସାହୁ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ। ସଭାରେ ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶ୍ରୀନିବାସ ମିଶ୍ର, ମୁଖ୍ୟବକ୍ତାଭାବେ ରାସୋଳ ପି ଏଚ୍ ସି ମେଡିକାଲ ଅଫିସର ଡଃ ଦୟାନିଧି ପୃଷ୍ଟି, ସମ୍ମାନିତ ଅତିଥି ଭାବେ ଉପଦେଷ୍ଠା ସତ୍ୟଭାମା ମିଶ୍ର, ସମାଜସେବିକା ସୁଜାତା ମିଶ୍ର, ମରୁତ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଆଜି ବିଶ୍ଵ ଡେଙ୍ଗୁ ଦିବସ ପାଳନ, ଅଂଶୁଘାତ ଜନିତ ସତର୍କତା, ସ୍ଵଚ୍ଛ ପରିବେଶ ସୁରକ୍ଷା ଦିଗରେ ଡଃ ପୃଷ୍ଟି ସଚେତନ କରାଇଥିବା ବେଳେ ପ୍ରଫେସର ଡକ୍ଟର ଅଚ୍ୟୁତ ସାମନ୍ତ ଙ୍କ ଦ୍ଵାରା ପ୍ରତିଷ୍ଠିତ ଆର୍ଟ ଅଫ୍ ଗୀଭିଂ ଉପରେ ଓମ୍ ଟିଭି ସମ୍ପାଦକ ବିଦ୍ୟାଧର ବାରିକ ଙ୍କ ଆହ୍ଵାନକ୍ରମେ ଗତ ଏପ୍ରିଲ ୧୭ ତାରିଖରୁ ମେ ୧୭ ତାରିଖ ଦିନ ମାସ ବ୍ୟାପୀ ଆର୍ଟ ଅଫ୍ ଗୀଭିଙ୍ଗ କାର୍ଯ୍ୟକ୍ରମ ଜନ ମଙ୍ଗଳ ସଂଗଠନ, ରାସୋଳ ମେଡିକାଲ ମିଳିତ ସହଯୋଗରେ ଆୟୋଜିତ ହୋଇ ଆସନ୍ତା କାଲି ହିନ୍ଦୋଳ ଖରମୂଳ ଗ୍ରାମ ଠାରେ ବିଶ୍ଵ ଦାନ କଳା ଦିବସ ପାଳନ ହେବ ବୋଲି ଓମ୍ ଟିଭି ସଂଗଠକ ଶ୍ରୀ ଗଡନାୟକ ଘୋଷଣା କରିଥିଲେ।
ମୁଖ୍ୟ ଅତିଥି ଏଭଳି ଜନହିତକର କାର୍ଯ୍ୟକ୍ରମ ନିୟମିତ ପାଳନ ହେଉଥିବାରୁ ଜନ ମଙ୍ଗଳ ସଂଗଠନ କୁ ଭୂୟସୀ ପ୍ରଶଂସା କରିଥିଲେ। ସର୍ବଶେଷରେ ଅଂଶଗ୍ରହଣକାରୀ ମାନଙ୍କୁ କଟା ତରଭୁଜ ପିଲାଙ୍କୁ ଚକୋଲେଟ୍ ବଣ୍ଟନ ହୋଇଥିଲା। ସଂଗଠନ କୋଷାଧ୍ୟକ୍ଷା ନିବେଦିତା ନାୟକ ଓ ରେଣୁବାଳା ଚିନରା ସମସ୍ତ ପ୍ରକାର ସେବା ଯୋଗାଇଥିଲେ। ଉକ୍ତ କାର୍ଯ୍ୟକ୍ରମ ପାଇଁ ଗ୍ରାମବାସୀମାନେ ସନ୍ତୋଷ ପ୍ରକାଶ କରିଥିଲେ। #Ommtv #Artofgiving #OmTV #AOG #Dhenkanal #NBPC #Kalingacinearts #AchyutaSamanta