ଉପାନ୍ତ ଇଲାକାରେ ସହରୀ ଚୋରଙ୍କ ପ୍ରାଦୁରଭାବ ଶେଷରେ ଗଲେ ଜେଲ:Ommtv
ଉପାନ୍ତ ଇଲାକାରେ ସହରୀ ଚୋରଙ୍କ ପ୍ରାଦୁରଭାବ ଶେଷରେ ଗଲେ ଜେଲ:Ommtv

ଉପାନ୍ତ ଇଲାକାରେ ସହରୀ ଚୋରଙ୍କ ପ୍ରାଦୁରଭାବ ଶେଷରେ ଗଲେ ଜେଲ:Ommtv
ଲାଞ୍ଜିଗଡ,୧୨/୦୪(କବି) ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି (ନବୀନ ନାଏକ) ଙ୍କ ରିପୋର୍ଟ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ସିନ୍ଧିଭଟା ଗ୍ରାମରୁ ଛେଳି ଚୋରି ଅଭିଯୋଗରେ ଗୁରୁବାର ସହରୀ ଚୋର ଚାରି ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଶୁକ୍ରବାର କୋର୍ଟ ଚାଲାଣ କଲା ବିଜେପୁର ପୋଲିସ I କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଉପାନ୍ତ ଅଞ୍ଚଳରେ ଛେଳି,ମେଣ୍ଡା, ଗାଈ,ଗୋରୁ ଓ ମଇଁଷି ଭଳି ଅନେକ ଗୃହପାଳିତ ପଶୁ ଦିନକୁ ଦିନ ସହରୀ ଚୋର ଚୋରି କରି ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଗୁରୁବାର ସକାଳ ୧୦ ଘଣ୍ଟା ସମୟରେ ଚାରି ଜଣ ଛେଳି ଚୋର ସମେତ ଗୋଟିଏ ବୋଲେରୋ (ଓଆର -୦୭-ୱାଇ - ୪୦୬୫) ଗାଡ଼ି ଅଟକ ରଖିଥିବା ଜଣା ପଡିଛି I ସୂଚନାନୁସାରେ ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଦାମଘାଟି ଗାଁର ମଣ୍ଟୁ ହରିଜନ ଓ ଭାସ୍କର ହରିଜନ ଙ୍କ ଦୁଇ ଗୋଟି ଛେଳି ନେଉଥିବା ବେଳେ ସିନ୍ଧିଭଟା ଗାଁର ଆଦ୍ରIଇ ମାଝୀର ଗୋଟିଏ ଛେଳି ହୋଇଥିବା ବେଳେ ଆଉ ଗୋଟିଏ ଛେଳିର ମାଲିକ ଚିହ୍ନଟ ହୋଇ ପାରିନାହିଁ ଯାହାଫଳରେ ବିଜେପୁର ଥାନାରେ ଗୋଟିଏ ଛେଳି ରହିଛି l ଚାରି ଗୋଟି ଛେଳିକୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଫଟାପଡ଼ା ଗ୍ରାମର ବେଣୁଧର ଜାଲ (୩୭), ସିଙ୍ଗଝରଣ ଗ୍ରାମର ପ୍ରଦିପ ନାଏକ( ୪୨) ଓ ହରେକୃଷ୍ଣ ଦୁର୍ଗା (୪୦) ସମେତ ତିରଯୋଡି ଗ୍ରାମର କ୍ଷୀରସିନ୍ଧୁ ହରିଜନ( ୩୦) ଚାରିଜଣ ବୋଲେରୋରେ ଭର୍ତ୍ତି କରି ନେଉଥିବା ବେଳେ ସେହି ଗ୍ରାମର ରବି ମାଝୀ ଗାଧୋଇବାକୁ ଯାଉଥିବା ବେଳେ କଲାଙ୍ଗ ଘାଟି ରାସ୍ତା ପାଖରେ ଗୋଟିଏ ବୋଲେରୋ ଠିଆ ହୋଇଥିବା ବେଳେ ଛେଳିମାନଙ୍କୁ କୁରକୁରେ ଖାଇବାକୁ ଦେଉଥିବା ଦେଖି ଗାଁକୁ ଆସି ଜଣାଇଥିଲେ l ଗ୍ରାମ ବାସୀଙ୍କୁ ଜଣାଇଲା ପରେ ବାଇକ ଯୋଗେ ପିଛାକାରୀ ଥିଲେ କିନ୍ତୁ ସେମାଙ୍କୁ ଅଟକାଇକାରେ ବିଫଳ ହୋଇ ମାଳତି ପଦର ଗାଁ ନିଜ ସମ୍ପକୀୟ ଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରି ଥିଲେ l ଯୋଗାଯୋଗ ପରେ ମଳିତ ପଦର ଗାଁ ଲୋକ ସହରୀ ଚୋର ଚାରି ଦୁର୍ବୁତ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲେ l ସଫଳ ପରେ ବିଜେପୁର ଥାନାରେ ଜଣାଇଲା ପରେ ଥାନା ଅଧିକାରୀ ବିଶ୍ୱାମ୍ବର କହଁର ଓ ତାଙ୍କ ଘଟଣା ସ୍ଥଳରେ ପହଞ୍ଚି ଛେଳି ଓ ଚାରି ଦୁର୍ବୁତ୍ତଙ୍କୁ ଉଦ୍ଧାର କରି ଆଜି କୋଟ ଚାଲାଣ କରିଛନ୍ତି ବିଜେପୁର ଥାନା ପୋଲିସ l