ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ବ ଉଠାଦୋକାନୀ ମହାସଂଘ : Ommtv

ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ବ ଉଠାଦୋକାନୀ ମହାସଂଘ : Ommtv

ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ବ ଉଠାଦୋକାନୀ ମହାସଂଘ : Ommtv
ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ବ ଉଠାଦୋକାନୀ ମହାସଂଘ : Ommtv
ପ୍ଲଟ ନଂ. ୨୨୯୭, ଜୟଦେବ ବିହାର, ପୋ.ଅ.-ଆର.ଆର.ଏଲ୍., ଭୁବନେଶ୍ଵର, ମୋ : ୯୮୬୧୧୨୨୯୩୬, ୯୪୩୮୧୮୨୭୭୫
(କବି)୫ ହଜାର ଉଠାଦୋକାନୀ ଘେରିଲେ ଉତ୍ତର ବିଏମ୍‌ସି
ବିଏମ୍‌ସି ଉଠାଦୋକାନ ଉଚ୍ଛେଦ ନକରି ଥାଇଥାନ କରିବ-ସୁଲୋଚନା
ଭୁବନେଶ୍ୱର, ୨୬,୧୨: ଭୁବନେଶ୍ଵରରେ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ବିଏମ୍‌ସି ଓ ବିଡ଼ିଏର ମିଳିତ ଉଚ୍ଛେଦକାରୀ ଦଳ
ଯେଉଁଭଳି ଭାବରେ ଉତ୍ତର ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ଥିବା ପ୍ରତ୍ୟେକ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରି ସ୍ଖଳିଛନ୍ତି, ସେଥୁପାଇଁ ୫
ହଜାର ଉଠାଦୋକାନୀ କ୍ଷତିଗ୍ରସ୍ତ ହେବା ସହିତ ସେମାନଙ୍କ ପରିବାରର ୨୦ ହଜାର ଲୋକ ଭୋକ ଉପାସରେ ରହିବେ । ଏହାକୁ ବିରୋଧ କରି ଗୁରୁବାର
ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ବ ଉଠାଦୋକାନୀ ମହାସଂଘ ରାଜ୍ୟ ସଭାପତି ପ୍ରତାପ କୁମାର ସାହୁଙ୍କ ଡାକରାରେ ପ୍ରାୟ ୫ ହଜାର ଉଠଦୋକାନୀ ଉତ୍ତର ବିଏମ୍‌ସି
କାର୍ଯ୍ୟାଳୟକୁ ତିନିଦିଗରୁ ଷଣ୍ଡୁଆସୀ ଭଳି ଆକ୍ରମଣ କରିଥିଲେ ।
ମହାସଂଘର ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ, ସୁଦର୍ଶନ ପୃଷ୍ଟି, ବିଜୟ କୁମାର ସେନାପତି ଓ ଶରତ କୁମାର ସାହୁଙ୍କ ନେତୃତ୍ବରେ ୧
ହଜାରରୁ ଉର୍ଦ୍ଧ୍ୱ ଉଠାଦୋକାନୀ ଅପୋଲୋ ହସ୍ପିଟାଲ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଉତ୍ତର ବିଏମସିର ଉତ୍ତର ଗେଟ ସମ୍ମୁଖରେ ବିକ୍ଷୋଭ
ପ୍ରଦର୍ଶନ କରିଥିଲେ । ଅନ୍ୟପଟେ ବିପିନ ଜେନା, ସୂର୍ଯ୍ୟମଣି ସାହୁ, ଲଲାଟ ଓଝା ଓ ମିନିରାଣୀ ଦାସଙ୍କ ନେତୃତ୍ବରେ ୧ ହଜାର ଉଠାଦୋକାନୀ ଜାଭିୟର
ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଉତ୍ତର ବିଏମସିର ଦିକ୍ଷଣ ଗେଟ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ପ୍ରଦୀପ କୁମାର ସାହୁ,
ନିରଞ୍ଜନ ପାଣ୍ଡେ, ବାସୁଦେବ ପଣ୍ଡା, ଶୁଭଲକ୍ଷ୍ମୀ ମହାନ୍ତି, ସସ୍ମିତା ସାହୁ, ମଙ୍ଗୁଳି ସାହୁ, ଜଗନ୍ନାଥ ବାବୁ, ଭାରତୀ ସେଠୀ, ପ୍ରଶାନ୍ତ କୁମାର ନାୟକ, ନାରୁଆ
ସାହୁ, ଦମୟନ୍ତୀ ପରିଡ଼ା ଓ ସବନମ ବିବିଙ୍କ ନେତୃତ୍ବରେ ୩ ହଜାର ଉଠାଦୋକାନୀ ଡମଣା ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଉତ୍ତର ବିଏମ୍‌ସି
ପଶ୍ଚିମ ଗେଟ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ପରେ ମହାସଂଘର ରାଜ୍ୟ ସଭାପତି ପ୍ରତାପ ସାହୁଙ୍କ ନେତୃତ୍ୱରେ ଏକ ୫ଜଣିଆ ପ୍ରତିନିଧି ମଣ୍ଡଳୀ ବିଏମ୍‌ସି ମେୟର ଶ୍ରୀମତୀ ସୁଲୋଚନା ଦାସ,
ଡେପୁଟି କମିଶନର ଅଜୟ କୁମାର ମହାନ୍ତି, ଡେପୁଟି କମିଶନର ଶୁଭେନ୍ଦୁ ସାର୍, ଉତ୍ତର ବିଏମ୍‌ସି ଜୋନର ଜେସି ଶଶିଭୂଷଣ ମହାନ୍ତିଙ୍କୁ ଭେଟି ସମ୍ପୂର୍ଣ୍ଣ
ଉଚ୍ଛେଦ ବନ୍ଦ କରିବା ଏବଂ ଯିଏ ଯେଉଁଠି ବେପାର କରୁଛି, ସେହି ଜାଗାକୁ ଭେଣ୍ଟିଂଜୋନ ଘୋଷଣା କରିବା, ଉଠାଦୋକାନୀ ଆଇନକୁ କାର୍ଯ୍ୟକାରୀ
କରିବା, ଉଚ୍ଛେଦ ପୂର୍ବରୁ ମହାସଂଘ ଓ ସ୍ଥାନୀୟ ସଂଘ ସହିତ ଆଲୋଚନା କରିବା, ବିଏମ୍ସି ଦେଇଥୁବା ପରିଚୟ ପତ୍ର ୫ ବର୍ଷ ପୂରଣ ହୋଇଥିବାରୁ ତାହା
ନୂତନ ପରିଚୟ ପତ୍ର ଓ ଭେଣ୍ଡିଂଜୋନ ସାର୍ଟିଫିକେଟ ପ୍ରଦାନ କରିବା, ପ୍ରତ୍ୟେକ ଦୋକାନୀଙ୍କୁ ୧୦ଫୁଟରେ ୮ଫୁଟ ଜାଗା ପ୍ରଦାନ କରିବା, ବିଏମ୍‌ସି ସ୍କାର୍ଡ଼
ସହିତ ମହାସଂଘର ସ୍ଵେଚ୍ଛାସେବୀମାନଙ୍କୁ ସାମିଲ୍ କରିବା, ଭେଣ୍ଡିଂଜୋନ ଚୟନ ସମୟରେ ସେହି ଅଞ୍ଚଳର ଉଠାଦୋକାନୀ କମିଟି ଓ ମହାସଂଘର
ସହାୟତା ନେବା, ଟିଭିସି ନିର୍ବାଚନ ମାଧ୍ୟମରେ କରିବା ଏବଂ ବଳପୂର୍ବକ ଉଚ୍ଛେଦ ବନ୍ଦ କରିବା ଆଦି ୯ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ
କରିଥିଲେ । ଆଲୋଚନା ସମୟରେ ମେୟର, ଦୁଇ ଡେପୁଟି କମିଶନର ଏହିସବୁ କଥାକୁ ହୃଦୟଙ୍ଗ କରି କହିଲେ ଯେ, ଆମ୍ଭେ କାହାରିକୁ ଉଚ୍ଛେଦ
କରୁନାହୁଁ । ସମସ୍ତଙ୍କର ଜୀବନ ଜୀବିକା ରହିଛି । ଥଇଥାନ କରିବା ଆମର ଦାୟିତ୍ଵ । ତେଣୁ ସମସ୍ତଙ୍କୁ ଥଇଥାନ କରାଯିବା ସହ ୯ ଦଫା ଦାବିପତ୍ରକୁ ମାନି
ନେଇଥିଲେ ଏବଂ ମହଂସଘ ବିଏମ୍‌ସିକୁ ସବୁ କ୍ଷେତ୍ରରେ ସହଯୋଗ କରିବ ବୋଲି ଶ୍ରୀଯୁକ୍ତ ସାହୁ ବିଏମ୍‌ସି ଅଧିକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।
ଶ୍ରୀଯୁକ୍ତ ସାହୁ କହିଛନ୍ତି ଯେ, ଯଦି ବିଏମ୍‌ସି ତାର ପ୍ରତିଶୃତିରୁ ଓହରିଯାଏ, ତେବେ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି
ଚେତାବନୀ ଦେଇଥିଲେ ।