ପଟିଆ ପଦ୍ମକେଶରପୁରରେ ବୋମା ମାଡ଼..ପୁରୁଣା ଘଟଣାକୁ କେନ୍ଦ୍ରକରି ପୁଣି ଅଶାନ୍ତ ପରିସ୍ଥିତି : Ommtv Round The Clock

ପଟିଆ ପଦ୍ମକେଶରପୁରରେ ବୋମା ମାଡ଼..ପୁରୁଣା ଘଟଣାକୁ କେନ୍ଦ୍ରକରି ପୁଣି ଅଶାନ୍ତ ପରିସ୍ଥିତି : Ommtv Round The Clock

ପଟିଆ ପଦ୍ମକେଶରପୁରରେ ବୋମା ମାଡ଼..ପୁରୁଣା ଘଟଣାକୁ କେନ୍ଦ୍ରକରି ପୁଣି ଅଶାନ୍ତ ପରିସ୍ଥିତି : Ommtv Round The Clock

ପଟିଆ ପଦ୍ମକେଶରପୁରରେ ବୋମା ମାଡ଼..ପୁରୁଣା ଘଟଣାକୁ କେନ୍ଦ୍ରକରି ପୁଣି ଅଶାନ୍ତ ପରିସ୍ଥିତି : Ommtv Round The Clock

: ଆଜି ବିଳମ୍ବିତ ରାତିରେ ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷକୁ ନେଇ ହୋଇଛି ବୋମା ମାଡ଼। ଦୁଇ ଗୋଷ୍ଠୀର ଶତାଧିକ ଲୋକ ନିଜ ସାହିରେ ଠିଆହୋଇ ବୋମାମାଡ଼ପରେ ଢ଼େଲା ପଥର ମାରିଛନ୍ତି। ଏହି ଘଟଣାରେ ଦୁଇ ଜଣ ଗୁରୁତ ଆହତ ହୋଇଥିବା ସୂଚନା ମଳିଛି। ଆହତମାନଙ୍କୁ ପଟିଆ ନିକଟ ଏକ ଘ‌ରୋଇ ହସ୍ପିଟାଲରେ ଭର୍ତିକରାଯାଇ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ଅନ୍ୟପକ୍ଷ‌ରେ  ମଞ୍ଚେଶ୍ବରଥାନା ପୁଲିସ୍ ଖବାରପାଇ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଗ୍ରାମ କିଛି ଦୁର୍ବୃତ ଷ୍ଟ୍ରିଟ୍ ଲାଇଟକୁ କାଟିଦେଇ ଗ୍ରାମ ଭିତରେ ଅନ୍ଧାରକରିଦେଇଥିଲେ। ଫଳରେ ପଥର ମାଡ଼ ଦେଖି ପୁଲିସ୍ ଗ୍ରାମ ଭିତରକୁ ପ୍ରବେଶ କରିପାରି ନଥିଲା। ଏଣେୁ ପଟିଆ ରେଳ ଫାଟକ ଦିଗରୁ କିଛି ସ୍ଥାନୀୟ ମୁରବିଙ୍କ ସହଯୋଗରେ ସାହିରେ ପ୍ରବେଶ କରିବାକୁ ପୁଲିସ୍ ଚେଷ୍ଠାକରି ବିଳମ୍ବିତ ରାତି‌ ପର୍ଯ୍ୟନ୍ତ ଘଟଣାକୁ ଆୟତ ରଖିଥିବା ସୂଚନା ମିଳିଛି। ପୁଲିସ ପିସିଆର ଡ଼ାକବାଜି ଯନ୍ତ୍ରରେ ଗଣ୍ଡଗୋଳ ନକରିବାପାଇଁ ଘୋଷଣା କରିଛି। ଘଟଣାଅନୁଯାୟୀ ଗତ ବର୍ଷ ନଭେମ୍ବର ମାସରେ ସୁଧ କାରବାରକୁ ନେଇ ଏହି ଗ୍ରାମର ଦୁଇ ଟି ସାହି ମଝିସାହି ଓ ତଳସାହିର ଲୋକାମନଙ୍କ ମଧ୍ୟରେ ବଚସା ଓ ପରେ ବଡ଼ ଧରଣର ଗଣ୍ଡୋଗୋଳ ଦେଖାଯାଇଥିଲା। ଯେଉଁ ଗଣ୍ଡଗୋଳରେ ୧୨୦ ଜଣ ଗିରଫ ହୋଇ ଜେଲ ଯାଇଥିଲେ। ପୁଲିସ୍ ସ୍ଥାନୀୟ ମୁରବିମାନଙ୍କ ସହଯୋଗରେ ଗ୍ରାମରେ ଶାନ୍ତି କମିଟି ତିଆରିକରି ଘଟଣାକୁ ଶାନ୍ତ ରଖିଥିଲା। ଆଜି ପୁଣିଥରେ ସେହି ଘଟଣାକୁ କେନ୍ଦ୍ରକରି ତଳସାହି ପାଲା ମଣ୍ଡପ ନିକଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରେ ସେମାନେ ବାଡ଼ିଆବାଡ଼ିହୋଇ ଘରକୁ ଚାଲିଯାଇତିଲେ। ଏହି ଘଟଣାର କିଛି ସମୟପରେ ପ୍ରାୟ ରାତି ୧୧ଟାରେ କିଛି ଯୁବକ ଦୁଇଟି ହାତଭିଡ଼ା ସୁତୁଲି ବୋମାକୁ ଆଣି ମଝିସାହିରେ ଜଣେ ବ୍ୟକ୍ତିଙ୍କ ଘର ଆଗରେ ଫୋପାଡ଼ି ଫୁଟାଇଥିଲେ। ବୋମା ଶବ୍ଦହେବାରୁ ସାହିର ଲୋକମାନେ ଚିତ୍କାର କରି ବାହାରକୁ ବାହାରି ଆସିବାରୁ ଦାଣ୍ଡରେ ମାରଣାସ୍ତ୍ରଧରି ଜଗିଥିବା ଯୁବକମାନଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଏହି ଘଟଣାରେ ଅନେକ ଲୋକ ଖଣ୍ଡିଆ ଖାବରା ହୋଇଥିବା ଜଣାପଡ଼ିଛି। ପୁଲିସ୍ ଘଟଣାକୁ ଗୁରୁତର ଭାବରେ ନେଇ ରିଜର୍ବ ‌ପୁଲିସରୁ ଦୁଇଟି ପ୍ଲାଟୁନ୍ ପୁଲିସ୍ ଡ଼ାକି ସାହିର ବିଭିନ୍ନ ସ୍ଥାନରେ ଜଗାଇଛି। ଏହି ଘଟଣାର ସୂଚନାପାଇ ମଞ୍ଚେଶ୍ବର ସହିତ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ପୁଲିସ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଆସିବା ଭୟରେ ଗଣ୍ଡଗୋଳ କରୁଥିବା ଯୁବକମାନେ ଗାଁ ଛାଡ଼ି କେଉଁଆଡ଼େ ପଳାଇଥିବା ଜଣାପଡ଼ିଛି । ବର୍ତମାନ ପୁଲିସ୍ ଗ୍ରାମରେ ପସି ଗଣ୍ଡଗୋଳ ‌କରୁଥିବା ଯୁବକମାନଙ୍କୁ ଖୋଜାଖେଜି କରୁଛି। ଆସନ୍ତା କାଲି ଉକ୍ତ ଗୋଷ୍ଠୀ ସଂଘର୍ଷକୁ ନେଇ ଡ଼ିସିପି ଓ ଅନ୍ୟ ବରି‌ଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯିବା ବ‌ୋଲି ଘଟଣାସ୍ଥଳରେ ଉପସ୍ଥିତ ପୁଲିସ୍ ଅଧୀକାରିମାନେ କହିଛନ୍ତି।