ଆଣ୍ଟି ରାଗିଙ୍ଗ ଆକଟ ଆଣିବାକୁ ଉଚ୍ଚ ଶିକ୍ଷା ସଚିବଙ୍କୁ ଭେଟି ଦାବୀ ଜଣାଇଲା ଅଭିଭାବକ ମହାସଂଘ : ଓମଟିଭି

ଭୁବନେଶ୍ୱର ତା 4 ରିଖ l ବଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ପରେ ଆମର ଶିକ୍ଷାନୁଷ୍ଠାନ ମାନଙ୍କରେ ରହିଥିବା ଶିକ୍ଷା ଓ ତଦାରଖ ବ୍ୟବସ୍ଥା ଉପରେ ବିରlଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l

ଆଣ୍ଟି ରାଗିଙ୍ଗ ଆକଟ ଆଣିବାକୁ ଉଚ୍ଚ ଶିକ୍ଷା ସଚିବଙ୍କୁ ଭେଟି ଦାବୀ ଜଣାଇଲା ଅଭିଭାବକ ମହାସଂଘ : ଓମଟିଭି

ଆଣ୍ଟି ରାଗିଙ୍ଗ ଆକଟ ଆଣିବାକୁ ଉଚ୍ଚ ଶିକ୍ଷା ସଚିବଙ୍କୁ ଭେଟି ଦାବୀ ଜଣାଇଲା ଅଭିଭାବକ ମହାସଂଘ : ଓମଟିଭି
ଭୁବନେଶ୍ୱର ତା 4 ରିଖ l ବଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ପରେ ଆମର ଶିକ୍ଷାନୁଷ୍ଠାନ ମାନଙ୍କରେ ରହିଥିବା ଶିକ୍ଷା ଓ ତଦାରଖ ବ୍ୟବସ୍ଥା ଉପରେ ବିରlଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ବର୍ତମାନ ଦେଶର ଓଡିଶା ରେ ରାଗିଙ୍ଗ ଜନିତ ମୃତ୍ୟୁ ସଂଖ୍ୟା ରେ ଦ୍ଵିତୀୟ ଓ ରାଗିଙ୍ଗ ଘଟିବା କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି l ଏହା ଆମ ବ୍ୟବସ୍ଥା ରେ ତୃଟି ପାଇଁ ଘଟୁଛି l ବଜେବି କଲେଜ ଭଳି ଓଡିଶା ର ସର୍ବୋତମ ଶିକ୍ଷାନୁଷ୍ଠାନ ରେ ପୁଣି ରାଜଧାନୀ ର ଛାତି ଉପରେ ଏହି ଘଟଣା ଘଟିଛି l ଦେଶର  ତାମିଲନାଡୁ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଭଳି ଅନ୍ୟାନ୍ୟ ସାତଟା ରାଜ୍ୟରେ ଏହି ଆଣ୍ଟି ରାଗିଙ୍ଗ ଆକଟ ରହିଛି l ଓଡିଶା ରେ ମଧ୍ୟ ଏହି ଆକ୍ଟ ଆସିବା ନିହାତି ଦରକାର l ଏହା ହେଲେ ଭୟ ରହିବ ଓ ଏଭଳି ଘଟଣା ଘଟାଇବାକୁ ଛାତ୍ର ଛାତ୍ରୀ ମାନେ ବହୁ ବାର ଚିନ୍ତା କରିବେ l ତାଛଡା ଏହି ଘଟଣା ରେ ସମ୍ପୃକ୍ତ ଛାତ୍ରୀ ଓ ଦାୟିତ୍ୱ ରେ ଅବହେଳl କରିଥିବା ବ୍ୟକ୍ତିବିଶେଷ ମଧ୍ୟ ଦଣ୍ଡିତ ହେବା ଦରକାର l ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା କି ଯେଉଁ ଆଣ୍ଟି ରାଗିଙ୍ଗ ସ୍କ୍ୱାଡ଼ ରହିବା କଥା କଲେଜ ମାନଙ୍କରେ ତାର ସଠିକ କାର୍ଯ୍ୟକାରିତା ଓ ଅତି କମରେ ଏକ ମାସ ସମୟ ଭିତରେ ତାର ରିଭି୍ୟୁ ମଧ୍ୟ ହେବା ଦରକାର l ଏହି ସବୁ ଦାବୀ ନେଇ ଆଜି ଅଭିଭାବକ ମହାସଂଘ ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଓ ସହ ଅଧକ୍ଷ ଶ୍ରୀ ପ୍ରସନ୍ନ ବିଷୋୟୀ ଉଚ୍ଚ ଶିକ୍ଷା ସଚିବ ଙ୍କୁ ଭେଟି ଦାବୀ ଜଣାଇଛନ୍ତି l ଉଚ୍ଚ ଶିକ୍ଷା ସଚିବ ଶ୍ରୀ ଯୁକ୍ତ ଶାଶ୍ୱତ ମିଶ୍ର ଅନ୍ୟ ରାଜ୍ୟରେ ହୋଇଥିବା ଆକ୍ଟ କୁ ପର୍ଯ୍ୟବେକ୍ଷଣ କରି ଓ ଆମ ରାଜ୍ୟରେ ତାର କଣ ସବୁ ନିୟମ ରହିବ ତାକୁ ଉପଲବ୍ଧି କରି ଏକ ଆଣ୍ଟି ରାଗୁଙ୍ଗ ଆଇନ ଆଣିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି l
ପ୍ରସନ୍ନ ବିଷୋୟୀ ସହ ଅଧକ୍ଷ
ଓଡିଶା ଅଭିଭାବକ ମହାସଂଘ