ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ର ‘ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡ’ର ପଞ୍ଚମ ସଂସ୍କରଣ : Ommtv

ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ର ‘ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡ’ର ପଞ୍ଚମ ସଂସ୍କରଣ : Ommtv

ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ର ‘ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡ’ର ପଞ୍ଚମ ସଂସ୍କରଣ : Ommtv

ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ର ‘ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡ’ର ପଞ୍ଚମ ସଂସ୍କରଣ : Ommtv 

- ୨୦ ଜଣ ଉଦ୍ୟୋଗୀ ସମ୍ବର୍ଦ୍ଧିତ

‘ସଫଳତା ପାଇଁ ନିଷ୍ଠାପର ମନୋଭାବ ପୋଷଣ ଜରୁରୀ’

ଭୁବନେଶ୍ୱର,୫ା୪: ଦୈନିକ ଖବରକାଗଜ ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ‘ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡ’ର ୫ମ ସଂସ୍କରଣ ଶନିବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଓଡ଼ିଆ ପୁଅ ତଥା ‘ବିଗିଜ୍‌ ବର୍ଗର୍‌’ର ପ୍ରତିଷ୍ଠାତା ବିରଜା ପ୍ରସାଦ ରାଉତ ଯୋଗଦେଇଥିଲେ। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବିଭିନ୍ନ ଉଦ୍ୟୋଗରେ ସଫଳତା ହାସଲ କରିଥିବା ରାଜ୍ୟର ୨୦ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ସ୍ବାଗତ ଅଭିଭାଷଣ ପ୍ରଦାନ କରି ଉଦ୍ୟୋଗୀ ଭାବେ ଭବିଷ୍ୟତ ଗଢ଼ିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶନ କରିଥିଲେ। ଖବରକାଗଜ ଶିଳ୍ପର ଉଦାହରଣ ଦେଇ ଅନ୍ୟ ଯେକୌଣସି ଉଦ୍ୟୋଗ ବା ଶିଳ୍ପରେ କିପରି ସଫଳତା ପାଇହେବ ସେନେଇ ମତ ଦେଇଥିଲେ। ଉଦ୍ୟୋଗୀମାନେ ବିଭିନ୍ନ ସମୟରେ ଆସୁଥିବା ସମସ୍ୟାର ମୁକାବିଲା ପାଇଁ ସର୍ବଦା ପ୍ରସ୍ତୁତ ରହିବା ସହ ନିଜ କମ୍ପାନୀର କର୍ମଚାରୀଙ୍କୁ ଖୁସି ରଖିବା ଜରୁରୀ ବୋଲି କହିଥିଲେ। ମୁଖ୍ୟବକ୍ତା ବିରଜା ପ୍ରସାଦ ନିଜର ଔଦ୍ୟୋଗିକ ଯାତ୍ରାର ଅନୁଭୂତି ବର୍ଣ୍ଣନା କରିବା ସହ ସମସ୍ତ ଉଦ୍ୟୋଗୀ ନିଜ ନିଜ କ୍ଷେତ୍ରରେ ନିଷ୍ଠାପର ମନୋଭାବ ପୋଷଣ ପାଇଁ ମତ ଦେଇଥିଲେ। ମୁଖ୍ୟ ଅତିଥି ସିଂଦେଓ ନିଜ ଅଭିଭାଷଣରେ ଓଡ଼ିଶାରେ ଅନେକ ଶିଳ୍ପ ସମ୍ଭାବନା ରହିଥିବା ମତ ଦେଇଥିଲେ। ଦେଶରେ ଓଡ଼ିଶାକୁ ଏକ ନମ୍ବର କରିବାକୁ ହେଲେ ପ୍ରତିଟି ବ୍ୟକ୍ତି ନିଜ ନିଜ ସ୍ତରରେ ଉଦ୍ୟମ କରିବା ଉଚିତ୍‌ ବୋଲି ସେ କହିଥିଲେ। ରାଜ୍ୟର ଉଦ୍ୟୋଗୀଙ୍କୁ ଚିହ୍ନଟ କରି ସମ୍ମାନିତ କରିବାରେ ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ର ପ୍ରୟାସକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ ସମ୍ପାଦକ ତଥାଗତ ସତପଥୀ କହିଥିଲେ, ଓଡ଼ିଶାର ଛୋଟବଡ଼ ବ୍ୟବସାୟୀଙ୍କ ପାଇଁ କୋଭିଡ୍‌ ମହାମାରୀ ସମୟ ଏକ ଗୁରୁତ୍ୱପୂର୍ଣ୍ଣ ଥିଲା। ସେତେବେଳେ ଯେଉଁମାନେ ନିଜ ବ୍ୟବସାୟ ବଞ୍ଚାଇ ରଖିପାରିଥିଲେ ସେମାନେ ଆଜି ବହୁତ ଆଗକୁ ବଢ଼ିଲେଣି। ଆଇପିଏସ୍‌ ଓ ଆଇଏଏସ୍‌ ଭଳି ଚାକିରିକୁ ପୂର୍ବରୁ ସଫଳତାର ଶେଷ ପାହାଚ ବୋଲି ବିଚାର କରାଯାଉଥିବାବେଳେ ବର୍ତ୍ତମାନ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିଲାଣି। ଉଦ୍ୟୋଗ ପ୍ରତିଷ୍ଠା କରି ମଧ୍ୟ ଜଣେ ସଫଳ ହୋଇପାରେ, ଏହା ଲୋକମାନେ ଏବେ ବୁଝିଲେଣି ବୋଲି ତଥାଗତ କହିଥିଲେ।