ଲାଞ୍ଜିଗଡ ଠାରେ ରାମ ନବମି ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି : Ommtv
ଲାଞ୍ଜିଗଡ ଠାରେ ରାମ ନବମି ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି : Ommtv

ଲାଞ୍ଜିଗଡ ଠାରେ ରାମ ନବମି ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି : Ommtv
କଳାହାଣ୍ଡି ଜିଲ୍ଲା,୦୬/୦୪ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଠାରେ ଆଜି ମହା ରାମ ନବମୀ ପର୍ବରେ ବୋହୁ ଶ୍ରଦ୍ଧାଳୁ ଲାଞ୍ଜିଗଡ ଜଗନ୍ନାଥ ମନ୍ଦିରରେ ଏକତ୍ରିତ ହୋଇଥିଲେ I ଆଜି ସକାଳୁ ସକାଳୁ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା,ସେଥିରେ ଆଜି ରବିବାର ଛୁଟି ଦିନ ପଡିଥିଲା ତେଣୁକରି ମନ୍ଦିରରେ ଭୀଷଣ ଭାବରେ ଭିଡ ଦେଖିବାକୁ ମିଳିଥିଲା I ରାମ ନବମି ଉପଲକ୍ଷେ ଶ୍ରୀ ଶ୍ରୀ ଶ୍ରୀ ହରି ହର ସଂସ୍କର୍ତିକ ସେବା ସମିତି ଅନୁଷ୍ଠାନ ସଭାପତି ରାଜେନ୍ଦ୍ର ପ୍ରତାପ ସିଂ ଦେଓ, ସମ୍ପାଦକ କାମରାଜୂ ଦଳବେହେରା,କୋଷଦକ୍ଷ ଚନ୍ଦ୍ରଧ୍ଵଜ ପେଷିନିଆ ସମସ୍ତ କର୍ମ କର୍ତ୍ତାଙ୍କ ତରଫରୁ ଉପବାସ ରଖିଥିବା ସମସ୍ତ ଭକ୍ତ ମାନଙ୍କ ପାଇଁ ଶାନ୍ତି ଶୃଙ୍ଖଳା ସହିତ ପ୍ରସାଦ ସେବନ କରିବା ଓ ଦୀପ ପ୍ରଜ୍ବଳନ କରବା ଏହି ରାମ ନବମୀକୁ ଆଖି ଆଗରେ ରଖି ସମସ୍ତ କମିଟି ସଦସ୍ୟଙ୍କୁ ଲାଞ୍ଜିଗଡ ଗ୍ରାମବାସୀ ସହଯୋଗ କରିଥିଲେ I ସନ୍ଧ୍ୟା ୦୭ ଘଣ୍ଟା ସମୟରେ ଠାକୁରଙ୍କ ପାଖରେ ଆଳତି ଲାଗି ଅନୁଷ୍ଠିତ ହୋଇଥିଲା,ଉପବାସ ରଖିଥିବା ସମସ୍ତ ଭକ୍ତ ଏହି ଆଳତି ସରିବା ପରେ ପ୍ରସାଦ ସେବନ କରି ଉପବାସ ଭଙ୍ଗ କରିଥିଲେ I