ଶ୍ରୀରାମ ନବମୀ ଅବସରରେ ଏକତାଳି ଶ୍ରୀହନୁମାନ ମନ୍ଦିର ପରିଦର୍ଶନ କଲେ ମନ୍ତ୍ରୀ ଇଂ ଗଣେଶରାମ ସିଂ ଖୁଣ୍ଟିଆ : Ommtv
ଶ୍ରୀରାମ ନବମୀ ଅବସରରେ ଏକତାଳି ଶ୍ରୀହନୁମାନ ମନ୍ଦିର ପରିଦର୍ଶନ କଲେ ମନ୍ତ୍ରୀ ଇଂ ଗଣେଶରାମ ସିଂ ଖୁଣ୍ଟିଆ : Ommtv

ଶ୍ରୀରାମ ନବମୀ ଅବସରରେ ଏକତାଳି ଶ୍ରୀହନୁମାନ ମନ୍ଦିର ପରିଦର୍ଶନ କଲେ ମନ୍ତ୍ରୀ ଇଂ ଗଣେଶରାମ ସିଂ ଖୁଣ୍ଟିଆ : Ommtv
ଯଶିପୁର:୦୬/୦୪(କବି): ଯଶିପୁର ବ୍ଲକ ଅନ୍ତର୍ଗତ ଏକତାଳି ଗ୍ରାମରେ ସ୍ଥାପିତ ଶ୍ରୀହନୁମାନ ମନ୍ଦିର ଠାରେ ଶ୍ରୀରାମ ନବମୀ ପାଳିତ ହୋଇଯାଇଛି। ସକାଳେ କଳସପୂଜା ପରେ ପୂଜକ ଦ୍ବାରା ପୂଜାର୍ଚ୍ଚନା କରାଯାଇଥିଲା।ଏହାପରେ ମନ୍ଦିର କମିଟି ସଭାପତି ସୁରେଶ ଚନ୍ଦ୍ର ମହାନ୍ତଙ୍କ ନେତୃତ୍ବରେ କିଛି ସଦସ୍ୟ ଓ ସଦସ୍ୟା ସହିତ ଯଶିପୁର, କପ୍ତିରା ଓ ଅନୁକୁଳପୁର ହନୁମାନ ମନ୍ଦିରକୁ ରାମଝଣ୍ଡା ପହଂଚାଇଥିଲେ। ଏହି ଅବସରରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଇଂ ଗଣେଶରାମ ସିଂ ଖୁଣ୍ଟିଆ ପ୍ରଥମ କରି ଉକ୍ତ ନୂତନ ମନ୍ଦିର ପରିଦର୍ଶନ କରିଥିବାରୁ କମିଟି ତରଫରୁ ହଳଦୀ ପାଣିରେ ଗୋଡଧୋଇ ସ୍ବାଗତ କରିଥିଲେ।ମନ୍ତ୍ରୀଙ୍କ ସହିତ ବରି ବରିଷ୍ଠ ବିଜେପି ନେତା ବିପିନ ବିହାରୀ ମହାନ୍ତ, କାଳିଚରଣ ନାଏକ ପ୍ରମୁଖଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସନ୍ଧ୍ୟାରେ ମହାଦୀପକୁ ଉପରକୁ ଉଠାଯାଇଥିଲା। କମିଟି ତରଫରୁ ଉପଦେଷ୍ଟା ଇଂ ଲଳିତ କୁମାର ମହାନ୍ତ, ଜହରଲାଲ ମହାନ୍ତ, କାର୍ଯକର୍ତ୍ତା ଉଦିତ କୁମାର ମହାନ୍ତ, ନୀହାର ରଂଜନ ମହାନ୍ତ,ହରିଦ୍ରା ମହାନ୍ତ,ରାସବିହାରୀ ମହାନ୍ତ,ଗୌତମ ମହାନ୍ତ,ଇଂ ସତ୍ୟନାରାୟଣ ମାଝୀ,ବ୍ରଜେଶ୍ବର ମହାନ୍ତ,ତୋଫାନ ମହାନ୍ତ,ନିରୂପମା ମହାନ୍ତ,ସ୍ରୋତସ୍ବିନୀ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
ମୟୁରଭଞ୍ଜ ରୁ ନିହାର ରଞ୍ଜନ ମହାନ୍ତ କଳିଙ୍ଗ ବିକାଶ