ଏଫଡ଼ିଡ଼ିଆଇ ସାମ୍ବାଦିକ ସମ୍ମିଳନୀ ଜୋତା ଡ଼ିଜାଇନ୍ ଓ ଫ୍ୟାସନ୍‌କୁ ନେଇ କ୍ୟାରିଅର ଗଢ଼ିପାରିବେ ଓଡ଼ିଶା ଶିକ୍ଷାର୍ଥୀ : Ommtv

ଏଫଡ଼ିଡ଼ିଆଇ ସାମ୍ବାଦିକ ସମ୍ମିଳନୀ ଜୋତା ଡ଼ିଜାଇନ୍ ଓ ଫ୍ୟାସନ୍‌କୁ ନେଇ କ୍ୟାରିଅର ଗଢ଼ିପାରିବେ ଓଡ଼ିଶା ଶିକ୍ଷାର୍ଥୀ : Ommtv

ଏଫଡ଼ିଡ଼ିଆଇ ସାମ୍ବାଦିକ ସମ୍ମିଳନୀ  ଜୋତା ଡ଼ିଜାଇନ୍ ଓ ଫ୍ୟାସନ୍‌କୁ ନେଇ କ୍ୟାରିଅର ଗଢ଼ିପାରିବେ ଓଡ଼ିଶା ଶିକ୍ଷାର୍ଥୀ : Ommtv

ଏଫଡ଼ିଡ଼ିଆଇ ସାମ୍ବାଦିକ ସମ୍ମିଳନୀ

ଜୋତା ଡ଼ିଜାଇନ୍ ଓ ଫ୍ୟାସନ୍‌କୁ ନେଇ କ୍ୟାରିଅର ଗଢ଼ିପାରିବେ ଓଡ଼ିଶା ଶିକ୍ଷାର୍ଥୀ : Ommtv

ଚନ୍ଦ୍ରଶେଖରପୁର, ୭/୪(Kalinga Vikas): ମିନିଷ୍ଟ୍ରି ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ଦ୍ବାରା ପରିଚାଳିତ ଫୁଟୱେର ଡ଼ିଜାଇନ୍ ଆଣ୍ଡ୍ ଡ଼େବ୍ଲମେଣ୍ଟ ଇନ‌ଷ୍ଟିଚ୍ୟୁଟ୍ (ଏଫଡ଼ିଡ଼ିଆଇ) ପକ୍ଷରୁ ଆଜି ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି ସାମ୍ବାଦିକ ସମ୍ମିଳନୀ। ଓଡ଼ିଶାରେ ଏହାର କୌଣସି ଶାଖା ନଥିବା ବେଳେ ନିକଟ ରାଜ୍ୟ କୋଲକାତା ଏବଂ ଆନ୍ଦ୍ରପ୍ରେଦେଶ, ହାଇଦ୍ରାବାଦ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ବଡ଼ ଶିକ୍ଷାନୁଷ୍ଠାନ ରହିଛି। ଯେଉଁଠାରେ ଦେଶର ଅନେକ ଶିକ୍ଷାର୍ଥୀମା‌ନେ ଜୋତା ଡ଼ିଜାଇନ୍ ଓ ଫ୍ୟାସନ୍ ବିଷୟରେ ଅଧୟନ କରୁଛନ୍ତି। ମାତ୍ର ଓଡ଼ିଶାରେ ଏହାର ସଚେତନତା ନେଇ କୌଣସି ଉପାୟ ନଥିବାରୁ ପ୍ରଥମ ଥରକରି ଏହି କେନ୍ଦ୍ର ସରକାର ବିଭାଗ ଏକ ସାମ୍ବାଦିକ ସମ୍ମିଳନୀ ଦ୍ବାରା ଏହାର ପ୍ରଚାରପ୍ରସାର କରିବା ଆରମ୍ଭ କରିଛି। ଓଡ଼ିଶାର ଆଗ୍ରହୀ ଛାତ୍ରଛାତ୍ରୀମାନେ ନିଜର କ୍ୟାରିୟରପାଇଁ ଜୋତା ନିର୍ମାଣ ଓ ଫ୍ୟାସନ୍ ସହିତ ଏହାର ଉତ୍ପାଦକ ଗୁଡ଼ିକୁ ଦେଶ ବିଦେଶରେ କିପରି ବିକ୍ରୟ କରିପାରିବେ ତାହାର କୌଶଳ ଶିକ୍ଷା ପାଇପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ ଉପସ୍ଥିତଥିବା କର୍ମକର୍ତ୍ତାମାନେ ନିଜର ମତାମତ ରଖିଥିଲେ। ବିଭାଗୀୟ ସରକାରଙ୍କ ୱେବସାଇଟ୍ ଅନୁସନ୍ଧାନକରି ଶିକ୍ଷାର୍ଥୀମାନ‌େ ଏହି ଶିକ୍ଷା ନେଇ ନିଜର ମତାମତ ଓ ପାଠପଢ଼ା ପାଇଁ ଆବେଦନ କରିପାରିବେ ‌ବୋଲି ଆୟୋଜକ କର୍ମକର୍ତ୍ତାମାନେ କହିଥିଲେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ବିଭାଗ ପକ୍ଷରୁ ଇଡ଼ି ହାଇଦ୍ରାବାଦ ଆଇଏଏସ୍ ଡ଼.ଏନଟିଏଲ୍ ରେଡ଼ି ମୁଖ୍ୟ ଅତିଥି, ବିଭାଗୀୟ ‌ଡ଼େପୁଟି ମ୍ୟାନେଜର ଅମିତ ପୁରୀ ଏବଂ ଆଡ଼ମିଷ୍ଟେସନ୍ ଦଳ ସହଯୋଗୀ ସନ୍ଦିପ୍ ମିଶ୍ରା ଯୋଗଦେଇ ଓଡ଼ିଶାର ଶିକ୍ଷାର୍ଥୀମାନଙ୍କୁ ନିଜର ଭଲ କ୍ୟାରିୟର ଗଢ଼ିବାପାଇଁ ଫୁଟୱେର ଡ଼ିଜାଇନ୍ ଆଣ୍ଡ୍ ଡ଼େବ୍ଲମେଣ୍ଟ ଇନ‌ଷ୍ଟିଚ୍ୟୁଟ୍ (ଏଫଡ଼ିଡ଼ିଆଇ) ଶିକ୍ଷାରେ ରୁଚିବଢ଼ାଇବା ପାଇଁ ଅନୁରୋଧ କରିଥିଲେ।