ଲାଞ୍ଜିଗଡ ବ୍ଲକରେ କାଳବୈଶାଖୀ ଫଳରେ ପ୍ରବଳ କ୍ଷତି: Ommtv 

ଲାଞ୍ଜିଗଡ ବ୍ଲକରେ କାଳବୈଶାଖୀ ଫଳରେ ପ୍ରବଳ କ୍ଷତି: Ommtv 

ଲାଞ୍ଜିଗଡ ବ୍ଲକରେ କାଳବୈଶାଖୀ ଫଳରେ ପ୍ରବଳ କ୍ଷତି: Ommtv 

ଲାଞ୍ଜିଗଡ ବ୍ଲକରେ କାଳବୈଶାଖୀ ଫଳରେ ପ୍ରବଳ କ୍ଷତି: Ommtv 

କଳାହାଣ୍ଡି ଜିଲ୍ଲା,୦୮/୦୪ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଛାତ୍ର ପଞ୍ଚାୟତରେ କାଳବୈଶାଖୀ ଫଳରେ ଛତ୍ରପୁର ଗ୍ରାମର ୦୫ଟି ବିଦୂତ ଖୁଣ୍ଟ ତାର ଉପରେ ଗଛ ଡାଳ ଭାଙ୍ଗି ପଡ଼ିଯିବ ଫଳରେ ବିଦୂତ ବିଛର୍ଣ ହୋଇଯାଇଛି I ତାପରେ ସେହି ଛାତ୍ରପୁର ଗ୍ରାମର ୦୫ଟି ଘରର ଆଜବେଷ୍ଟ ଉଡିଯାଇଛି ଯାହାକି ଆଜି ଦିନ ୦୪ ଘଣ୍ଟା ସମୟରେ କାଳ ବୈଶାଖୀ ତାର କାଳ ରୂପ ଦେଖାଇଥିଲା I କୁଆ ପଥର ମାଡ଼ ସହିତ ବିଜୁଳି,ଘଡ ଘଡି ବର୍ଷା ଓ ୪୦ ରୁ ୫୦ କିଲୋମିଟର ବେଗରେ ପବନ ହୋଇଥିଲା I ଏହି ପବନ ବର୍ଷା ହେବା ଫଳରେ ଲାଞ୍ଜିଗଡ ବ୍ଲକର ପ୍ରାୟ କିଞ୍ଚିତ ବ୍ୟାପକ କ୍ଷୟ କ୍ଷତି ହୋଇଛି, ଯାହାକି ତାକୁ ଅକାଳନ କରିବା ଅସମ୍ଭଵ କିନ୍ତୁ ଛାତ୍ରପୁର ଗ୍ରାମର ଅଧିକ କ୍ଷତି ହୋଇଛି ତେଣୁକରି ଜନସାଧାରଣ ମଧ୍ୟରେ ଗୋଟିଏ କଥା ଉଙ୍କି ମାରିଛି ଯେ ଆମ କ୍ଷତି ଭରଣ ପୋଷଣ କିଏ କରିବ I ଛତ୍ରପୁର ଯେଉଁ ୦୫ଟି ଘର ଆଜବେଷ୍ଟ ଉଡିଯାଇଛି ଧାନ,ଡାଲି,ଚାଉଳ, ମାଣ୍ଡିଆ ସମସ୍ତ ଖାଦ୍ୟ ପେୟ ଜିନିଷ ଉଦା ହୋଇ ନଷ୍ଟ ହୋଇ ଗଲା ନିଜ ଲୁଗା ପଟା ପବନରେ ଉଡେଇନେଲା ଯାହା ଅଛି ତାହା ପୁଣି ଏକ ଘଣ୍ଟା ବର୍ଷାରେ ଭିଜିଗଲା I ସେହି ଛତ୍ରପୁର ଗ୍ରାମର କିଛି ଭଦ୍ରଲୋକ ବାହାରି ଯେଉଁ ମାନଙ୍କର ଧନଜୀବନ ନଷ୍ଟ ହଇଛି ସେମାନଙ୍କୁ ସାହାଯ୍ୟ କରବା ପାଇଁ ହାତ ବଢ଼େଇଛନ୍ତି ଯଥା ସେନାପତି ନାଏକ, ଅନନ୍ତ ପାଲ,ସୁଦର୍ଶନ ଗରଡିଆ, ମନୋଜ ନାଏକ,ବିନାୟକ ଦଣ୍ଡସେନା,ବୃନ୍ଦାବନ ମାହାଙ୍କୁଡ଼,ବ୍ରଜ କୁଶଳିଆ ଆଜି ରାତି ଠାରୁ ରନ୍ଧା ଖାଦ୍ୟ ଦେବୁ ବୋଲି ନିଷ୍ପତି ନେଇଛନ୍ତି I ଏଡ଼ ବଡ଼ ବୈଶାଖ ମାସ ଖରାରେ ଆମେମାନେ କୋଉଠି ରହିବୁ ଆଉ କଣ ଖାଇବୁ ତେଣୁ କ୍ଷତି ହୋଇଥିବା ୦୫ଟି ପରିବାର କହିବା କଥା ଯେ ସରକାର ଯଥା ଶୀଘ୍ର ଆମ ପାଇଁ କିଛି ସବିଧା କରନ୍ତୁ ନ ହେଲେ ଆମ ପରିବାର ଭାସିଯିବ ବୋଲି ଆମ ଜରିଆରେ ସରକାରଙ୍କ ପାଖରେ ଗୁହାରି ମିନତୀ କରିଛନ୍ତି I