ଲାଞ୍ଜିଗଡ଼ ରୋଡ଼ ଓ ଜାମଗୁଡା ସରକାରୀ ଉଚ୍ଚ ପ୍ରାଥମିକ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ଯୋଗ ଦେଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ : Ommtv

ଲାଞ୍ଜିଗଡ଼ ରୋଡ଼ ଓ ଜାମଗୁଡା ସରକାରୀ ଉଚ୍ଚ ପ୍ରାଥମିକ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ଯୋଗ ଦେଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ : Ommtv

ଲାଞ୍ଜିଗଡ଼ ରୋଡ଼ ଓ ଜାମଗୁଡା ସରକାରୀ ଉଚ୍ଚ ପ୍ରାଥମିକ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ଯୋଗ ଦେଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ : Ommtv

ଲାଞ୍ଜିଗଡ଼ ରୋଡ଼ ଓ ଜାମଗୁଡା ସରକାରୀ ଉଚ୍ଚ ପ୍ରାଥମିକ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ଯୋଗ ଦେଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ : Ommtv 

 କଳାହାଣ୍ଡି ଜିଲ୍ଲା, ୦୫/୦୪(କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ରୋଡ଼ ପଞ୍ଚାୟତ ଅନ୍ତର୍ଗତ ଯାମଗୁଡା ସରକାରୀ ବିଦ୍ୟାଳୟରେ ଆଜି ସକାଳ ନଅଟା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ବୁରୁଣି ବରରୁଚି ପ୍ରଧାନଙ୍କ ସଭାପତିତ୍ବରେ ବାର୍ଷିକ ଉତ୍ସବ ଅନୁଷିତ ହୋଇଯାଇଛି। ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ଗଣପତି ଗଜାନନ ଶ୍ରୀଗଣେଶ ଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରାଯାଇ ଅତିଥି ମାନଙ୍କୁ ମଞ୍ଚରେ ଉପବେଶନ କରାଯାଇଥିଲା।ପରେ ସମସ୍ତ ଅତିଥି ମାନଙ୍କୁ ପୁଷ୍ପ ଗୁଛ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ ପଞ୍ଚାୟତର ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାରତ ଭୂଷଣ ସାହୁ,ସମାଜସେବୀ ଚନ୍ଦ୍ର ଶେଖର ମହାପାତ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତରୁଣ କୁମାର ସାହୁ,ଲାଞ୍ଜିଗଡ ରୋଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ପଟ୍ଟନାୟକ,ପ୍ରାଥମିକ ଶିକ୍ଷକ ସଂଘ ର ଜିଲ୍ଲା ସଭାନେତ୍ରୀ ଅର୍ଚ୍ଚନା ମିଶ୍ର,ଲାଞ୍ଜିଗଡ ରୋଡ଼ ସ୍ବାସ୍ଥ୍ୟ କେନ୍ଦ୍ର ର ଫାର୍ମାସିଷ୍ଟ ରବିନ୍ଦ୍ର କୁମାର ସାହୁ, ସାମ୍ବାଦିକ ଗୋପାଳ ମହାନନ୍ଦ,ପ୍ରମୁଖ ମଞ୍ଚାସୀନ ଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ।‌ବିଦ୍ୟାଳୟ ର ସହ ଶିକ୍ଷକ ଥବିର ଦୋରା ବାର୍ଷିକ ବିବରଣୀ ଉପସ୍ଥାପନା କରିଥିବା ବେଳେ ଶିକ୍ଷକ ରତିକାନ୍ତ ଓଝା ସଭା ପରିଚାଳନା କରିଥିଲେ। ପରିଚାଳନାରେ ସମସ୍ତ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ସହଯୋଗ କରିଥିଲେ । ସେହିପରି ଆଜି ଶୁକ୍ରବାର ଅପରାହ୍ନ ରେ ଜାମଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇ ଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ଯୋଗଦେଇ ଥିଲେ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାରତ ଭୂଷଣ ସାହୁ,ସୁଢଳ ଦେବ ମୁଣ୍ଡ କଦମଗୁଡା ସରପଂଚ ସନ୍ତୋଷ କୁମାର ମାଝୀ,ସିଆରସିସି କୁମାର ଗୌରବ ପରିଡା,ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ ସୁଶିଳ କୁମାର ବାଗ,ପୂର୍ବତନ ସମିତି ସଭ୍ୟ ସରୋଜ କୁମାର ପ୍ରଧାନ,ପୂର୍ବତନ ପ୍ରଧାନ ଶିକ୍ଷକ ନଗେନ୍ଦ୍ର କୁମାର ପଟ୍ଟନାୟକ,ବରିଷ୍ଠ ସମାଜସେବୀ ହରିଶଙ୍କର ପାତ୍ର,ପରିଚାଳନା କମିଟି ସଭାପତି ଡମ୍ବରୁଧର ଗଉଡ ପ୍ରମୁଖ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲିଙ୍ଗରାଜ ପଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ। ସମସ୍ତ ଅତିଥିଙ୍କ ବକ୍ତବ୍ୟ ପରେ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା I ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷକ ତପନ କୁମାର ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଗୋପାଳ ଦାସ ମହାନନ୍ଦ ଓ ମାଧୁରୀ ମାଝୀ ଏବଂ ସହ ଶିକ୍ଷକ ଗୁଣନିଧି ଛତ୍ରିଆ,ସୁରେଶ କୁମାର ମହାରଣା ଗୌର ମାଝୀ,ଖିକସା ଭଟା ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କବି ରାଜ ଶବର,ସି ସିଏ ପଦ୍ମନାଭ ସ୍ବାଇଁ,ପାଚିକା ବନ୍ଧୋ ପଧାନ ସୁମିତ ଗୌଡ ପରିଚାଳନାରେ ସହଯୋଗ କରିଥିଲେ।