ହିନ୍ଦୋଳର ସର୍ବ ପୂରାତନ ବାସୁଦେବ ମନ୍ଦିରରେ ଭାଗବତ ଜନ୍ମ ଦିବସ : Ommtv

ହିନ୍ଦୋଳର ସର୍ବ ପୂରାତନ ବାସୁଦେବ ମନ୍ଦିରରେ ଭାଗବତ ଜନ୍ମ ଦିବସ

ହିନ୍ଦୋଳର ସର୍ବ ପୂରାତନ ବାସୁଦେବ ମନ୍ଦିରରେ ଭାଗବତ ଜନ୍ମ ଦିବସ : Ommtv

ହିନ୍ଦୋଳର ସର୍ବ ପୂରାତନ ବାସୁଦେବ ମନ୍ଦିରରେ ଭାଗବତ ଜନ୍ମ ଦିବସ : Ommtv

(ହିନ୍ଦୋଳ ରତିକାନ୍ତ ଗଡନାୟକ) : ହିନ୍ଦୋଳର ସର୍ବ ପୂରାତନ ବାସୁଦେବ ମନ୍ଦିରରେ ଭାଗବତ ଜନ୍ମ ଦିବସ ପାଳନ ଅବସରରେ ଆଜି ଦୁଦୁରକୋଟ ବଡ ପାଟଣା ଠାରେ ଜନ୍ମ ଦିବସ ପାଳନ ସହ ପ୍ରତିଷ୍ଠାର ୨୫୦ ବର୍ଷ ପରେ ନବ ଗ୍ରହ ବିଗ୍ରହ ପ୍ରତିଷ୍ଠା ଓ ଦଶ ଅବତାର ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ଆନନ୍ଦ ଉଲ୍ଲାସର ସହିତ ପାଳନ ହେଉଛି। ପଣ୍ଡିତ ଭବାନୀ ପ୍ରସାଦ ରଥ ଓ ଅନ୍ୟାନ୍ୟ ବ୍ରାହ୍ମଣ ମାନଙ୍କ ଦ୍ଵାରା ଗୀତା ଯଜ୍ଞ ଅନୁଷ୍ଠିତ ହୋଇଛି। ଟୁନା ମିଶ୍ର, ପ୍ରଶାନ୍ତ ମିଶ୍ର, ଅଭିଜିତ ମିଶ୍ର ବାସୁଦେବ ଙ୍କ ଠାରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଦର୍ଶନ କରାଇଥିଲେ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବିଶିଷ୍ଠ ସମାଜସେବୀ ଡଃ ଚୈତନ ସାହୁ, ଜିଲ୍ଲା ପରିଷଦ ସଭ୍ଯ ସୁମନ୍ତ ଦେହୁରୀ ଯୋଗ ଦେଇଥିଲେ। ପରିଚାଳନା କମିଟି ର ବରିଷ୍ଠ ସଭ୍ଯ କେଶବ ସାହୁ, ମହୁର ସାହୁ, ହରିହର ସାହୁ, ଅରୁଣ ସାହୁ ପ୍ରମୂଖ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ହିନ୍ଦୋଳ ବିଭିନ୍ନ ଅଞ୍ଚଳ ମଧ୍ୟରୁ ଭକ୍ତ ଶ୍ରଦ୍ଧାଳୁମାନେ ଯୋଗଦାନ କରି ଅନ୍ନ ପ୍ରସାଦ ସେବନ କରିଥିଲେ।