OMM TV ଶିଖରଚଣ୍ଡି ମନ୍ଦିରରେ ତେଲୁଗୁ ଚଇତି ପୂଜା ଶୁଭାରମ୍ଭ

Telgupuja

OMM TV ଶିଖରଚଣ୍ଡି ମନ୍ଦିରରେ ତେଲୁଗୁ ଚଇତି ପୂଜା ଶୁଭାରମ୍ଭ
OMM TV ଶିଖରଚଣ୍ଡି ମନ୍ଦିରରେ ତେଲୁଗୁ ଚଇତି ପୂଜା ଶୁଭାରମ୍ଭ
ଭୁବନେଶ୍ୱର : ତେଲୁଗୁ ସମାଜ ପକ୍ଷରୁ ଆଜି ଶିଖରଚଣ୍ଡି ପାହାଡ଼ରେ ଥିବା ମା’ଚଣ୍ଡିଙ୍କ ପୀଠରେ ‌ଚଇତି ପୂଜାର ଶୁଭ ଦିଆଯାଇଛି। ଏହି ଅବସରରେ ସ୍ଥାନୀୟ ଶିଖରଚଣ୍ଡି ନଗରର ଶତାଧିକ ତେଲୁଗୁ ମହିଳା ଓ ପୁରୁଷଙ୍କ ସହି ଓଡ଼ିଆମାନେ ମିଳିମିଶି କଳସ ଶୋଭାଯାତ୍ରାକରି ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ଥିବା ପୂଜକ ଅମୁଲ୍ୟ, ଚନ୍ଦନ ନନା ସେମାନଙ୍କୁ ପୂଜାରେ ସହଯୋଗ କରି ଚଇତି ପୂଜା ପାଇଁ ମା’ଙ୍କ ଠାରୁ ଆଜ୍ଞାମାଳ ପ୍ରଦାନ କରିଥିଲେ। ଯାହାକୁନେଇ ପୁଣିଥରେ ଶୋଭ‌ାଯାତ୍ରା ମାଧ୍ୟମରେ ବାଜା ବାଣ ଫୁଟାଇ ‌ଶ୍ରଦ୍ଧାଳୁମାନେ ଶିଖରଚଣ୍ଡି ନଗରକୁ ଫେରିଥିଲେ। ଏହି ଚଇତି ପୂଜା ଶିଖରଚଣ୍ଡି ନଗର ମଧ୍ୟରେ ଥିବା ଯାତ୍ରା ପଡ଼ିଆରେ ଆଜିଠାରୁ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଯେଉଁଥିରେ ଶତାଧିକ ଶ୍ରଦ୍ଧାଳୁମାନେ ଯୋଗଦେଇ ନିଜର ମନସ୍କାମନା ପୂରଣପାଇଁ ପୂଜାକରିବେ। ଆୟୋଜକ ସଂସ୍ଥାପକ୍ଷରୁ ପ୍ରତିଦିନ ପ୍ରଶାସସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ହୋମ ଯଜ୍ଞ ହେବ। ଏହି ପୂଜା କାର୍ଯ୍ୟକୁ ଅନୁଷ୍ଠାନର ସଭାପତି ଭରତ ପାଣିଗ୍ରାହୀ ଓ ସଂପାଦକ ବିରଞ୍ଚିନାରାୟଣ ମଲ୍ଲିକଙ୍କ ସହିତ ଅନ୍ୟ ବରିଷ୍ଠ ସଭ୍ୟମାନେ ପରିଚାଳନା କରିବେ ବୋଲି ସୂଚନା ମିଳିଛି। #OmmTv #OmTV #KalingaCineArts #NBPC #Odisha #india #telugu #Bhubaneswar

OMM TV Telugu Chaiti Puja inaugurated in Sikharchandi temple
Bhubaneswar: Today Chaiti Puja has been given on behalf of Telugu society at Maa Chandi's shrine in Shikharchandi hills. On this occasion, more than hundreds of Telugu women and men's true Odias of local Sikharchandi Nagar reached the temple with Kalash procession. The worshiper there is Amulya, Chandan brother assisted them in the worship and gave them orders from mother for Chaiti Puja. With whom the devotees returned to Sikharchandi Nagar by bursting firecrackers through Shobha Yatra. This Chaiti Puja will be held from today till 23 at the fair ground in Sikharchandi Nagar. In which hundreds of devotees will join and worship to fulfill their wishes. Along with the organizer organization, there will be administration programs and cultural programs and hom yagyna. It has been informed that the puja work will be conducted by the organization's President Bharat Panigrahi and Editor Biranchinarayan Mallick along with other senior members. #OmmTv #OmTV #KalingaCineArts #NBPC #Odisha #India #Telugu #Bhubaneswar