ହାତୁରା ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ମାତୃ ସମ୍ମିଳନୀ: ଓମଟିଭି

ହାତୁରା ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ମାତୃ ସମ୍ମିଳନୀ: ଓମଟିଭି

ହାତୁରା ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ମାତୃ ସମ୍ମିଳନୀ: ଓମଟିଭି

ହାତୁରା ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ମାତୃ ସମ୍ମିଳନୀ: ଓମଟିଭି

ଢେଙ୍କାନାଳ (ଶଶିକାନ୍ତ ଗଡନାୟକ)ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ହାତୁରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଆଜି ୧୦ ଟା ସମୟରେ ଏକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସୁନାମଧନ୍ଯ ପ୍ରବଚକ ସାଧୁ କାଳନ୍ଦୀ ଦାଶ ଯୋଗ ଦେଇ ପରିସରରେ ଏକ ଆଧ୍ୟାତ୍ମିକ ବକ୍ତବ୍ୟ ପ୍ରଦାନ କରି ମାଆ ମାନେ ଶିଶୁ ମାନଙ୍କ ଭବିଷ୍ୟତ ଗଠନ ଦିଗରେ ସେମାନଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ଉପରେ ଦିଗଦର୍ଶନ ଦେଇଥିଲେ। ସମ୍ମାନିତ ଅତିଥି  ଭାବେ ସମାଜସେବୀ ରତିକାନ୍ତ ଗଡନାୟକ ଯୋଗ ଦେଇଥିଲେ। ମାଆ ମାନଙ୍କ ମଧ୍ୟରେ ସରସ୍ଵତୀ ବନ୍ଦନା, ଝୋଟି, ମ୍ୟୁଜିକ୍ ଚେୟାର ପ୍ରତିଯୋଗୀତା ହୋଇଥିଲା। କୃତୀ ପ୍ରତିଯୋଗୀଙ୍କୁ ଅତିଥି ଦ୍ୱୟ କପ୍ ସହ ପୁରସ୍କାର ପ୍ରଦାନ କରିଥିଲେ। ମଧୁସ୍ମିତା ଗୁରୁମା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କଲ୍ୟାଣୀ ଗୁରୁମା ଓ ଅନ୍ୟ ଗୁରୁମା ମାନେ ସହଯୋଗ କରିଥିଲେ। ସର୍ବଶେଷରେ ସମ୍ପାଦିକା ମୀନତି ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।