Ommtv C-20 summit opens in KiiT Women have an important role in the development process - Achuyat Samantha

"The more we respect and empower women, the more we feel glorious," said Achuyat Samantha, founder of Kitt and Kiss. Attending the C-20 Gender Equality and Dibang Implementation Group Summit held at Keith University today as a guest, Mr. Samantha said that under the leadership of Chief Minister Naveen Patnaik, the Odisha government has been respecting and empowering women in various ways. 70 lakh women in Odisha are financially and socially empowered today through the efforts of Chief Minister Shri Patnaik

Ommtv   C-20 summit opens in KiiT      Women have an important role in the development process - Achuyat Samantha

କିଟ୍‌ରେ ସି-୨୦ ସମ୍ମିଳନୀ ଉଦ୍‌ଘାଟିତ ; Ommtv
ବିକାଶ ପ୍ରକ୍ରିୟାରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ଅଚୁ୍ୟତ ସାମନ୍ତ
: ମହିଳାଙ୍କୁ ଯେତେ ପରିମାଣରେ ସମ୍ମାନ ଓ ସଶକ୍ତ କରିବା ସେତେ ପରିମାଣରେ ଆମେ ନିଜକୁ ଗୌରବାନ୍ୱିତ ମନେକରିବା ବୋଲି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ କହିଛନ୍ତି । ଆଜି କିଟ୍‌ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ସି-୨୦ ଲିଙ୍ଗଗତ ସମାନତା ଓ ଦିବ୍ୟାଙ୍ଗ କାର୍ଯ୍ୟକାରୀ ଗୋଷ୍ଠୀ ସମିଟ୍‌ରେ ଅତିଥିଭାବେ ଯୋଗଦେଇ ଶ୍ରୀ ସାମନ୍ତ କହିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ସରକାର ମହିଳାମାନଙ୍କୁ ବିଭିନ୍ନ ବାଟରେ ସମ୍ମାନିତ ଓ ସଶକ୍ତ କରିଆସୁଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ପ୍ରୟାସ କ୍ରମେ ମିଶନଶକ୍ତି ଜରିଆରେ ଓଡିଶାରେ ୭୦ଲକ୍ଷ ମହିଳା ଆଜି ଆର୍ଥିକ ଓ ସାମାଜିକଭାବେ ସଶକ୍ତ ହୋଇପାରିଛନ୍ତି । ସେ କହିଲେ, ଏଭଳି ସମ୍ମାନଜନକ ସମ୍ମିଳନୀ ଆୟୋଜନ କରିବାର ପ୍ରକୃଷ୍ଟ ସ୍ଥାନ ହେଉଛି କିଟ୍‌ । କାରଣ କିଟ୍‌ ଓ କିସ୍‌ ପ୍ରତିଷ୍ଠା ହେବା ଦିନଠାରୁ ମହିଳାଙ୍କୁ ସମ୍ମାନ ଓ ସଶକ୍ତ କରିବା ଦିଗରେ କାର୍ଯ୍ୟ କରିଆସୁଛି । କିଟ୍‌ ଓ କିସ୍‌ର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୦% ହେଉଛନ୍ତି ଛାତ୍ରୀ ଏବଂ ୫୦% କର୍ମଚାରୀ ହେଉଛନ୍ତି ମହିଳା । ଅନ୍ୟପକ୍ଷରେ ଦିବ୍ୟଙ୍ଗମାନେ ମଧ୍ୟ ଦକ୍ଷତା କ୍ଷେତ୍ରରେ ଜଣେ ସାଧାରଣ ଲୋକଠାରୁ କମ୍‌ ନୁହେଁ । ସେମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଉକ୍ରର୍ଷତା ପ୍ରଦର୍ଶନ କରୁଛନ୍ତି । କିଟ୍‌ ଓ କିସ୍‌ରେ ୪୦୦ରୁ ଊଦ୍ଧ୍ୱର୍ ଦିବ୍ୟାଙ୍ଗ କାର୍ଯ୍ୟ କରୁଥିବା ସେ ପ୍ରକାଶ କହିଥିଲେ । ମୁଖ୍ୟ ଅତିଥି ଭାବେ ଭର୍ଚୁଆଲ୍‌ରେ ଯୋଗଦେଇ ସି-୨୦ର ଅଧ୍ୟକ୍ଷ ମାତା ଅମୃତାନନ୍ଦମୟୀଦେବୀ କହିଲେ ସମସ୍ତ ଜୀବଜଗତ ପଞ୍ଚଭୂତରେ ଗଠିତ । ଏହି ପଞ୍ଚଭୂତ ପ୍ରକୃତିରୁ ଆସିଛି । ତେଣୁ ସମଗ୍ର ବିଶ୍ୱ ଏକ ବୋଲି ଆମର ଉପନିଷଦ୍‌ରେ ବସୁଧୈବ କୁଟୁମ୍ବକମ୍‌ ବୋଲି ଯାହା କୁହାଯାଇଛି ତାହା ଯଥାର୍ଥ । ଆଜି ବିଜ୍ଞାନ ଓ ବୈଷୟିକ ଜ୍ଞାନର ଯଥେଷ୍ଟ ବିକାଶ ଘଟିଥିବା ବେଳେ ସମଗ୍ର ବିଶ୍ୱ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି କରିଛି । ମାନବ ସମାଜ ଅଧିକ ସଭ୍ୟ ହୋଇଛି । କିନ୍ତୁ ଏବେ ବି ଅନେକ ଦେଶରେ ମହିଳାଙ୍କୁ ନିମ୍ନ ଦୃଷ୍ଟିରେ ଦେଖାଯାଉଛି । ଆଜି ବିଶ୍ୱରେ ୧୫ରୁ ୧୯ବର୍ଷର ବାଳିକାଙ୍କ ମଧ୍ୟରେ ପ୍ରତି ୪ଜଣରେ ଜଣେ ଶିକ୍ଷାରୁ ବଞ୍ଚିତ ହେଉଥିବା ବେଳେ ଏହି ହାର ପୁରୁଷଙ୍କ କ୍ଷେତ୍ରରେ ୧୦ଜଣରେ ଜଣେ । ଅନ୍ୟପକ୍ଷରେ ମହିଳାମାନେ ସେମାନଙ୍କ ମଧ୍ୟରେ ଆତ୍ମବଳ ବୃଦ୍ଧି କରିବା ଉଚିତ୍‌ ବୋଲି ସେ କହିଥିଲେ । ତେଣୁ ସମସ୍ତଙ୍କ ଅନ୍ତର୍ଭୁକ୍ତିରେ ଏକ ସମୃଦ୍ଧ ବିଶ୍ୱ ଗଠନ ନିମନ୍ତେ ଉଭୟ ପୁରୁଷ ଓ ମହିଳା ସମସ୍ତେ ପାରସ୍ପାରିକ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ଆଦି ଗୁଣକୁ ଆପଣେଇ ନେଇ ଲକ୍ଷ୍ୟ ପଥରେ ଆଗେଇ ଯିବାକୁ ସେ ପରାମର୍ଶ ଦେଇଥିଲେ । ସ୍ୱାମୀ ଅମ୍ରିତାସ୍ୱରୂପାନନ୍ଦ କହିଥିଲେ, ଉଭୟ ପୁରୁଷ ଓ ମହିଳା ହେଉଛନ୍ତି ଗୋଟିଏ ପକ୍ଷୀର ଦୁଇଟି ଡେଣା ସଦୃଶ । ତେଣୁ ସବୁ କ୍ଷେତ୍ରରେ ପୁରୁଷଙ୍କ ଭଳି ମହିଳାମାନଙ୍କୁ ସମାନ ସୁବିଧା ଓ ସୁଯୋଗ ଦିଆଯିବା ଉଚିତ୍‌ । ମହିଳାମାନେ ମଧ୍ୟ ପୁରୁଷଙ୍କ ପରି ସମାନ ବୌଦ୍ଧିକ ଓ ମନସ୍ତାତ୍ତ୍ୱିକ ଭାବେ ଦୃଢ ହେବାକୁ ସେ ପରାମର୍ଶ ଦେଇଥିଲେ । ମହିଳାମାନେ ସେମାନଙ୍କର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅଧିକାର ନିମନ୍ତେ ବ୍ୟବସ୍ଥିତ ଭାବେ ଦୃଢତାର ସ୍ୱର ଉତ୍ତୋଳନ କରିବାକୁ ପୂର୍ବତନ ରାଷ୍ଟ୍ରଦୂତ ତଥା ପ୍ରମୁଖ ସଂଯୋଜକ (ସେର୍‌ପା) ସି-୨୦ ବିଜୟ କୁମାର ନାମ୍ବିୟାର୍‌ ମହିଳାମାନଙ୍କୁ ଆହ୍ୱାନ ଦେଇଥିଲେ । ଯେତେବେଳେ ମହିଳାଙ୍କ ଉପରେ ଗୁରୁତ୍ୱ ପ୍ରଦାନ କରିବା ସେତେବେଳେ ଆମେ ଦୃଢ ଅର୍ଥନୀତି ଉପରେ ଯୋର୍‌ ଦେଇପାରିବା ବୋଲି ସେ କହିଥିଲେ । ଅନ୍ୟମାନଙ୍କ ପରି ସମ୍ମାନର ସହ ବଞ୍ଚିବା ପାଇଁ ଦିବ୍ୟାଙ୍ଗ ମହିଳାଙ୍କ ଯେଉଁ ଆଶା ରହିଛଇ ତାହା ପୂରଣ ନିମନ୍ତେ କିପରି ସୁଯୋଗ ସୃଷ୍ଟି ହୋଇପାରିବ ସେ ନେଇ ବିଶ୍ୱ ନେତୃତ୍ୱ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମରିସସ୍‌ର ଲିଙ୍ଗଗତ ସମାନତା ଓ ପରିବାର କଲ୍ୟାଣ ମନ୍ତ୍ରୀ କଳ୍ପନା ଦେବୀ କଞ୍ଜୁ ସାହା କହିଥିଲେ । ୟୁଏନ୍‌ ଏକାଡେମିକ୍‌ ଇମ୍ପାକ୍ଟ, ଇଣ୍ଟରନ୍ୟାସ୍‌ନାଲ୍‌ ଆଡଭାଇଜରି କମିଟି, ସି-୨୦ର ମୁଖ୍ୟ ରାମୁ ଦାମୋଦରନ୍‌, କିଓର ଭାଇଓଲେନ୍‌ସ ଗ୍ଲୋବାଲ୍‌ର ବିଶ୍ୱ ପରାମର୍ଶଦାତା ତଥା ୱିମେନ୍‌ ଫର୍‌ ଏମ୍‌ପାୱାରମେଣ୍ଟ, ୟୁଏସ୍‌ର ଅଧ୍ୟକ୍ଷା ନଇଲା ଚୌଧୁରୀ ଏବଂ ମରିସସ୍‌ ଲିଙ୍ଗଗତ ସମାନତା ଓ ପରିବାର କଲ୍ୟାଣ ବିଭାଗ ସ୍ଥାୟୀ ସଚିବ ଫୁଲରାଣୀ ରାମପଦାର୍ଥ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ସଶକ୍ତିକରଣ ଓ ଦିବ୍ୟାଙ୍ଗଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । #G20 #Y20 #C20 #Kiituniversity #AchyutaSamanta #Ommtv #Omtv #Kalingacinearts #NBPC