ଡ଼ମ୍ପିଂୟାର୍ଡ଼ ହଟାଇବା ଦାବିରେ ସିପିଆଇର ବିକ୍ଷୋଭ : Ommtv.in

ଡ଼ମ୍ପିଂୟାର୍ଡ଼ ହଟାଇବା ଦାବିରେ ସିପିଆଇର ବିକ୍ଷୋଭ

ଡ଼ମ୍ପିଂୟାର୍ଡ଼ ହଟାଇବା ଦାବିରେ ସିପିଆଇର ବିକ୍ଷୋଭ : Ommtv.in

ଡ଼ମ୍ପିଂୟାର୍ଡ଼ ହଟାଇବା ଦାବିରେ ସିପିଆଇର ବିକ୍ଷୋଭ : Ommtv.in

Bhubaneswar: ସୈନିକ ସ୍କୁଲ ନିକଟବର୍ତି ପଡ଼ିଆରୁ ଅଳିଆ ଡ଼ମ୍ପିଂୟାର୍ଡ଼ ହଟାଇବା ଦାବିରେ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଭାରତୀୟ କ୍ଷେତ୍ର ମଜଦୁର ୟୁନିୟନ ବା ବିକେଏମୟୁ ପକ୍ଷରୁ ଡ଼ମ୍ପିଂୟାର୍ଡ଼ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଦୁଇ ସଂଗଠନ ନେତା ଓ କର୍ମୀମାନେ ଗାଡ଼କଣ ଗୁରୁ କେଳୁଚରଣ ମହାପାତ୍ର ପାର୍କ ଠାରୁ ଏକ ଶୋଭାଯାତ୍ରାରେ ବାହାରି ରଙ୍ଗମାଟିଆ, ଗାଡ଼କଣ, ଲାଇନସାହି, ଧିରିକୁଟି ବସ୍ତି ସହିତ ରେଲୱେ କଲୋନିବୁଲି ଡ଼ମ୍ପିଂୟାର୍ଡ଼ରେ ପହଞ୍ଚି ବିକ୍ଷୋଭ କରିଥିଲେ।  ବିକେଏମୟୁ ରାଜ୍ୟ ସହ ସମ୍ପାଦକ ଶଙ୍କର ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାବେଶରେ ସିପିଆଇର ରାଜ୍ୟ ସମ୍ପାଦକ ଅଭୟ ସାହୁ, କୃଷକ ସଭାର ସର୍ବଭାରତୀୟ ଉପ ସଭାପତି ଆଶିଷ କାନୁନଗୋ, ଜାତୀୟ ପରିଷଦ ସଭ୍ୟ କ୍ଷୀରୋଦ ସିଂହଦେଓ, ରାଜ୍ୟସମ୍ପାଦକ ମଣ୍ଡଳି ସଭ୍ୟ ଜୟନ୍ତ ଦାସ ଓ ବିକେଏମୟୁ ରାଜ୍ୟ ସମ୍ପାଦକ ସୁ‌ର ଜେନା ଅଭିଭାଷଣଦେଇ କହିଲେ ସ୍ଥାନୀୟ ଗ୍ରାମାଞ୍ଚଳ ଓ କଲୋନିବାସୀଙ୍କ ପ୍ରତି ଏହି ଡ଼ମ୍ପିଂୟାର୍ଡ଼ ଏକ ପ୍ରକାର ବଡ଼ ବିପଦ ପାଲଟିଛି। ଏହାର ଦୃଗର୍ନ୍ଧ ଓ ପ୍ରଦୂଷଣ ଯୋଗୁ ଏହି ଅଞ୍ଚଳରେ ଭଡ଼ା ନେଇ ବାସ କରୁଥିବା ଲୋକମାନେ ଘର ଛାଡ଼ି ଚାଲିଯାଉଛନ୍ତି। ଘର ମାଲିକମାନେ ଅତିଷ୍ଠହୋଇ ଘର ବିକ୍ରିକରିଦେଉଛନ୍ତି। ମାତ୍ର ସ୍ଥାୟୀ ବାସିନ୍ଦାମାନେ କୌଣସି ଉପାୟ ନପାଇ ଦୁଗର୍ନ୍ଧରେ ହନ୍ତସନ୍ତ ହେଉଛନ୍ତି। ଏପରିକି ନିକଟରେ ଥିବା ସୈନିକ ସ୍କୁଲ ଛାତ୍ରମାନେ ଅଳିଆ ଗନ୍ଧରେ ‌ଅସୁସ୍ଥହେଉଥିଲେ ମଧ୍ୟ କତୃପକ୍ଷ ନିରବରେ ସରକାରଙ୍କୁ କିଛି ପ୍ରତିଉତର ଦେଉନାହାଁନ୍ତି। ଯାହାର ଫଳ ଭୋଗୁଛନ୍ତି ନିରିହ ଛାତ୍ର। ଏନେଇ ଉକ୍ତସ୍ଥାନରେ ଡ଼ମ୍ପିଂ ୟାର୍ଡ଼କୁ ତୁରନ୍ତ ସରକାର ସେଠାରୁ ହଟାନ୍ତୁବୋଲି ବିକ୍ଷୋଭକାରୀମାନେ ଦାବିକରିଥିଲେ। ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ନୃସିଂହ ବେହେରା, ଅରକ୍ଷିତ ବେହେରା, ଝରିଆ ବେହେରା, ଶିବ ପାତ୍ର, ଚନ୍ଦ୍ରମଣି ମୁଦୁଲି, ବେଣୁଧର ସାହୁ, ବାଇନ ପଣି, ଅଭିମନ୍ୟୁ ସାହୁ, ଅଭିମନ୍ୟୁ ଭୁତିଆ, ମିନ ନାୟକ, ପାତିଆ ଭୋଇ, ପ୍ରସନ୍ନ ସାହୁ, ପିତାମ୍ବର ନାୟକ, ଚିନା ନାୟକ, ସସ୍ମିତା ନାୟକ ଓ ମିତା ଦେଉରି ଆଦି ଉପସ୍ଥିତରହି ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲେ। ପାଖାପାଖି ଦେଢ଼ଶହ ‌ପୁରୁଷ ଓ ମହିଳା ଏହି ‌ବିକ୍ଷୋଭରେ ସାମିଲହୋଇ ଡ଼ମ୍ପିଂୟାର୍ଡ଼ ମୁଖ୍ୟ ଫାଟକକୁ ଏକ ଘଣ୍ଟାପାଇଁ ବନ୍ଦକରିବା ସହି ସେଠାକାର ବରିଷ୍ଠ ଅଧିକାରୀ ଓ ଜେଡ଼ିସିଙ୍କୁ ଦାବିପତ୍ର ପ୍ରଦାନକରିଛନ୍ତି।