ଡ୍ରୋନ୍ ନିପାତ କରିବ ମଶା ବଂଶ, ନୀଳାଦ୍ରି ବିହାରରେ ଡ୍ରୋନ୍ ଦ୍ୱାରା ମଶା ମରା ଅଭିଯାନ ଆରମ୍ଭ : Ommtv

ଡ୍ରୋନ୍ ନିପାତ କରିବ ମଶା ବଂଶ, ନୀଳାଦ୍ରି ବିହାରରେ ଡ୍ରୋନ୍ ଦ୍ୱାରା ମଶା ମରା ଅଭିଯାନ ଆରମ୍ଭ : Ommtv

ଡ୍ରୋନ୍ ନିପାତ କରିବ ମଶା ବଂଶ, ନୀଳାଦ୍ରି ବିହାରରେ ଡ୍ରୋନ୍ ଦ୍ୱାରା ମଶା ମରା ଅଭିଯାନ ଆରମ୍ଭ : Ommtv

ଡ୍ରୋନ୍ ନିପାତ କରିବ ମଶା ବଂଶ, ନୀଳାଦ୍ରି ବିହାରରେ ଡ୍ରୋନ୍ ଦ୍ୱାରା ମଶା ମରା ଅଭିଯାନ ଆରମ୍ଭ : Ommtv

ଭୁୁବନେଶ୍ୱର,୧୭ା୧୨(ରିପୋର୍ଟ: ସୁକାନ୍ତ ରାଉତ): - ରାଜଧାନୀରେ ଉତ୍ପାତ କରୁଛନ୍ତି ମଶା । ଦିନ କି ରାତି
ବସାଇ ଉଠାଇ ଦେଉ ନାହାନ୍ତି । ଗୋଡେଇ ଗୋଡେଇ କାମୁଡୁ ଛନ୍ତି କିଛି
ମାନୁ ନାହାଁନ୍ତି । ଅତିଷ୍ଟ ହୋଇ ପଡିଲେଣି ଲୋକ । ବାରମ୍ବାର ବିଏମସି
ନିକଟରେ ଅଭିଯୋଗ କରି ଆସୁଛନ୍ତି । ବିଏମସି ପକ୍ଷରୁ ମଶା ମାରିବା
ପାଇଁ ମଶା ଧୂଆଁ ଓ ତରଳ ରସାୟନିକ ପଦାର୍ଥ ଛିଞ୍ଚନ କରା ଯାଉଥିଲେ ମଧ୍ୟ ମଶା
ବଂଶ ଏତେ ବଢି ଯାଇଛି ଯେ ତାହା କାମ କରୁନାହିଁ । ବିଏମସି ପକ୍ଷରୁ ମଶା ବଂଶ
ନିପାତ କରିବା ପାଇଁ ଏକ ଘରୋଇ କମ୍ପାନୀ ସହିତ ଚୁକ୍ତିନାମା କରାଯାଇ
ଡ୍ରୋନ୍ ଅଣା ଯାଇଛି । ଏହି ଡ୍ରୋନ୍ ମଶା ଉତ୍ପତି ସ୍ଥଳ ଖୋଜି ଖୋଜି
ମଶା ମାରିବା ସହିତ ମଶା ବଂଶ ନିପାତ କରିବ । ଆଜି ଭୁବନେଶ୍ୱର ମହାନଗର
ନିବମ ପକ୍ଷରୁ ଉତ୍ତର ଜୋନ୍ ଅର୍ନ୍ତଗତ ୧୪ ନମ୍ବର ଓାର୍ଡର ନୀଳାଦ୍ରି ବିହାର ସେକ୍ତର ୩
ଓାର୍ଡ କାଯ୍ୟାଳୟ ଠାରେ ଡ୍ରୋନ୍ ଦ୍ୱାରା ମଶା ମରା ଅଭିଯାନ ଆରମ୍ଭ
କରାଯାଇଛି । ଏଥିପାଇଁ ବ୍ୟବହୃତ ହେଉଥିବା ଦୁଇଟି ଡ୍ରୋନ୍ ମଧ୍ୟରୁ ଛୋଟ
ଡ୍ରେନ୍‌ଟି ଉଡାଣ କରି ନୀଳାଦ୍ରି ବିହାରର ସେକ୍ତର ତିନି, ଚାରି, ପାଞ୍ଚ, ଜିଏ
ପ୍ଲଟ, ଲୁମ୍ବିନୀ ବିହାର ଓ ୧୦ ଟି ବସ୍ତି ଅଞ୍ଚଳରେ ରହିଥିବା ମଶା ଉତ୍ପତି ସ୍ଥଳ
ଚିହ୍ନଟ କରିବା ସହିତ ସ୍ଥିର ଚିତ୍ର ଉତ୍ତୋଳନ କରିଥିଲା । ଆସନ୍ତା କାଲି ବଡ
ଡ୍ରୋନ୍ ଦ୍ୱାରା ମଶା ମରା ରାସାୟନିକ ତରଳ ପଦାର୍ଥ ଛିଞ୍ଚନ କରାଯିବାର
ଯୋଜନା ରହିଛି । ଏହି ଡ୍ରୋନ୍ ଟିରେ ୧୦ ଲିଟର କ୍ଷମତା ବିଶିଷ୍ଟ ଏକ ଟାଙ୍କି
ରହିଛି । ଯେଉଁଥିରେ ରସାୟନିକ ତରଳ ପଦାର୍ଥ ଭର୍ତ୍ତି କରାଯାଇ ଡେଣା ମାଧ୍ୟମରେ
ଛିଞ୍ଚନ କରାଯିବ ବୋଲି ସଂସ୍ଥା ତରଫରୁ ଅସିଥିବା ଅଧିକାରୀ କହିଛନ୍ତି ।
ଅଜିର ଏହି କାର୍ଯ୍ୟକ୍ରମରେ ୧୪ ନମ୍ବର ଓାର୍ଡର କର୍ପୋରେଟର ମୋନାଲିସା ସାହୁ,
ଅତିରିକ୍ତ କମିଶନର ଲକ୍ଷୀକାନ୍ତ ସେଠୀ, ଡେପୁଟି କମିଶନର ପୁରନ୍ଦର ନନ୍ଦ , ସହକାରୀ
କମିଶନର ପଲ୍ଲବୀ ବେହେରା, ସିଟି ସ୍ୱାସ୍ଥ୍ୟ ଅଧିକାରୀ ଦୀପକ ବିଶୋଇ, ସ୍ୱାସ୍ଥ୍ୟ
ଅଧିକାରୀ ଅର୍ନ୍ତଯାମୀ ମିଶ୍ର, ଓାର୍ଡ ଅଧିକାରୀ ସୁଜିତ କୁମାର ସ୍ୱାଇଁ ଓ
ଯୁବନେତା ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।