ଜେଇଇ-ଆଡ୍‍ଭାନ୍‍ସ ଓଡ଼ିଶା ଟପ୍‍ପର କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ : ଓମଟିଭି

ଜେଇଇ ଆଡ୍‍ଭାନ୍‍ସରେ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟକୁ ଗୌରବାନ୍ୱିତ କରିଥିବା କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ଛାତ୍ର ଦିବ୍ୟାଂଶୁ ଓ ୨୨୮ ସ୍ଥାନରେ ରହିଥିବା ତାଙ୍କ ଭାଇ ଦିପ୍ତାଂଶୁ ମଲୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସମ୍ବର୍ଦ୍ଧିତ କରିଛନ୍ତି । ଦିବ୍ୟାଂଶୁ ଜେଇଇ ଆଡ୍‍ଭାନ୍‍ସରେ ସର୍ବଭାରତୀୟସ୍ତରରେ ୧୧ ରାଙ୍କ ସହ ଓଡ଼ିଶା ଟପ୍‍ପର ହୋଇଛନ୍ତି । ଏହା ସହ ସେ ଆନ୍ତର୍ଜାତିକ ଫିଜିକ୍‍ସ ଅଲିମ୍ପି

ଜେଇଇ-ଆଡ୍‍ଭାନ୍‍ସ ଓଡ଼ିଶା ଟପ୍‍ପର କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ : ଓମଟିଭି

ଜେଇଇ-ଆଡ୍‍ଭାନ୍‍ସ ଓଡ଼ିଶା ଟପ୍‍ପର କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ : ଓମଟିଭି

: ଜେଇଇ ଆଡ୍‍ଭାନ୍‍ସରେ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟକୁ ଗୌରବାନ୍ୱିତ କରିଥିବା କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ଛାତ୍ର ଦିବ୍ୟାଂଶୁ ଓ ୨୨୮ ସ୍ଥାନରେ ରହିଥିବା ତାଙ୍କ ଭାଇ ଦିପ୍ତାଂଶୁ ମଲୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସମ୍ବର୍ଦ୍ଧିତ କରିଛନ୍ତି । ଦିବ୍ୟାଂଶୁ ଜେଇଇ ଆଡ୍‍ଭାନ୍‍ସରେ ସର୍ବଭାରତୀୟସ୍ତରରେ ୧୧ ରାଙ୍କ ସହ ଓଡ଼ିଶା ଟପ୍‍ପର ହୋଇଛନ୍ତି । ଏହା ସହ ସେ ଆନ୍ତର୍ଜାତିକ ଫିଜିକ୍‍ସ ଅଲିମ୍ପିଆଡରେ ମଧ୍ୟ ସ୍ୱର୍ଣ୍ଣପଦକ ପାଇଛନ୍ତି । ମୁଖ୍ୟମନ୍ତ୍ରୀ ଦୁଇଭାଇଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଏହି ଅବସରରେ ସେମାନଙ୍କ ବାପା ଚନ୍ଦନ ମଲୁ, ମାଆ ସ୍ୱାତୀ ମଲୁ ଏବଂ କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ର ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ସିବିଏସ୍‍ଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ପ୍ରତିବର୍ଷ ଶତପ୍ରତିଶତ ସଫଳତା କରିଆସୁଥିବା ବେଳେ ଆଇଜିସିଏସ୍‍ଇର ଇଣ୍ଟରନ୍ୟାସ୍‍ନାଲ୍‍ କରିକୁଲମରେ ମଧ୍ୟ ସଫଳତା ପାଇ ଆସୁଛନ୍ତି । ନିକଟରେ ପ୍ରକାଶିତ ଆଇଜିସିଏସ୍‍ଇ ୧୦ମ ଗ୍ରେଡ୍‍ ବାର୍ଷିକ ପରୀକ୍ଷାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ କେମ୍ବ୍ରିଜ୍‍ ଆସେସମେଣ୍ଟ ଇଣ୍ଟରନ୍ୟାସନାଲ୍‍ ଏଜୁକେସନ୍‍, ଇଂଲଣ୍ଡ (ସିଏଆଇଇ)ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୮୦ ପ୍ରତିଶତ ଛାତ୍ରଛାତ୍ରୀ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଛନ୍ତି । ସେହିପରି ଇଣ୍ଟରନ୍ୟାସ୍‍ନାଲ୍‍ ବାକୁଲରେଟ୍‍ ଅର୍ଗାନାଇଜେସନ୍‍ (ଆଇବିଓ)ର ଇଣ୍ଟରନ୍ୟାସ୍‍ନାଲ୍‍ ବାକୁଲରେଟ୍‍ ଡିପ୍ଲୋମା ପ୍ରୋଗ୍ରାମ (ଆଇବିଡିପି)ରେ ସମସ୍ତ ଛାତ୍ରଛାତ୍ରୀ ଦ୍ୱାଦଶ ଗ୍ରେଡରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ସହ ଭାରତ ଓ ବିଦେଶର ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ପାଇଛନ୍ତି । ଆଇବିଡିପି ପରୀକ୍ଷାରେ ରାଜ୍ୟରେ ଟପ୍‍ପର ହୋଇଥିବା ଇଶିତା ରାଣୀ ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।