ସାବଧାନ ହିନ୍ଦୋଳରେ ମାତିଛନ୍ତି ବଣୁଆ ହାତୀ : ଓମଟିଭି

Elephant news

ସାବଧାନ ହିନ୍ଦୋଳରେ ମାତିଛନ୍ତି ବଣୁଆ ହାତୀ : ଓମଟିଭି
ସାବଧାନ ହିନ୍ଦୋଳରେ ମାତିଛନ୍ତି ବଣୁଆ ହାତୀ : ଓମଟିଭି
OMM TV ( ହିନ୍ଦୋଳ ରତିକାନ୍ତ ଗଡନାୟକ ଙ୍କ ଠାରୁ):
ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ଦୁଦୁରକୋଟ ଗ୍ରାମ ବାଘୁଆସାହି ର ଅଗାରି ମାଝୀ (60)ପୁଟି ସାମଲ (75)ବିଧବା ଦୁଇଜଣ ମହିଳା ଭୋର୍ ସମୟ ରୁ ମହୁଲ ସଂଗ୍ରହ କରିବାକୁ ଯାଉଥିବା ସମୟରେ ଜଙ୍ଗଲ ମଧ୍ୟରେ ଥିବା ଦନ୍ତାହାତୀ ହାବୁଡରେ ପଡି ଯିବାରୁ ଜଣକ ପରେ ଜଣଙ୍କୁ ଦଳି ମାରି ଦେଇଥିଲା। ବହୁ ବିଳମ୍ବରେ ସକାଳ 9 ଟା ସମୟରେ ଖବର ବ୍ୟାପି ଯିବାରୁ ଶହ ଶହ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବର ପାଇ ବନ ବିଭାଗ ଅଧିକାରୀ ଲୋହିତ କୁମାର ରଥ ତାଙ୍କ ଷ୍ଟାଫ୍ ଆସି ତଦନ୍ତ କରିଥିଲେ। ସେତେବେଳକୁ ଶହ ଶହ ଅଞ୍ଚଳ ବାସୀ କଟକ ସମ୍ବଲପୁର ରାସ୍ତା ଅବରୋଧ କରି ରଖିଥିଲେ କ୍ଷତି ପୂରଣ ଦାବିରେ। ମୃତକ ଦୁଇ ପରିବାର ସଦସ୍ୟ ଙ୍କୁ ବୁଝା ଶୁଝା କରି 7 ଦିନ ମଧ୍ୟରେ 4 ଲକ୍ଷ ଲେଖାଏଁ ଉଭୟ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶୁତି ପରେ ଦୁଇ ଘଣ୍ଟା ପରେ ସାଢେ 11 ଟା ସମୟରେ ରାସ୍ତା ରୋକ ଉଠିଥିଲା। ଦୁଦୁରକୋଟ ଅଞ୍ଚଳ ମଧ୍ୟରେ ହାତୀପଲ ଙ୍କୁ ତୁରନ୍ତ ଘଉଡାଇବା ପାଇଁ ଜନ ସାଧାରଣଙ୍କ ପକ୍ଷରୁ ବନ ବିଭାଗ ନିକଟରେ ଦାବୀ ହୋଇଥିଲା। ରାସ୍ତାରୋକ ସ୍ଥଳ ରେ ହିନ୍ଦୋଳ ଉପଖଣ୍ଡ ପୁଲିସ ଅଧିକାରୀ, ବାଲିମି ଥାନା, ରାସୋଳ ଥାନା ଓ ହିନ୍ଦୋଳ ଥାନା ଅଧିକାରୀ ମାନେ ଉପସ୍ଥିତ ରହି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। #Dhenkanal #Hindol #NAC #OmmTv #OmTV #KalingaCineArts #Elephant #NBPS