ଲାଞ୍ଜିଗଡ ଷ୍ଟେଟ ବ୍ୟାଙ୍କରୁ ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ ବିଫଳ : ommtv Kalinga Vikas
ଲାଞ୍ଜିଗଡ ଷ୍ଟେଟ ବ୍ୟାଙ୍କରୁ ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ ବିଫଳ : ommtv Kalinga Vikas
ଲାଞ୍ଜିଗଡ ଷ୍ଟେଟ ବ୍ୟାଙ୍କରୁ ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ ବିଫଳ : ommtv Kalinga Vikas
କଳାହାଣ୍ଡି ଜିଲ୍ଲା,୧୩/୦୯ (କ,ବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଗତକାଲି ବା ତା ୧୨/୦୯ ରିଖ ଶୁକ୍ରବାର ରାତି ୦୨ ଘଣ୍ଟା ୦୬ ମିନିଟ ସମୟରେ ଚୋରମାନେ ଲାଞ୍ଜିଗଡ ଷ୍ଟେଟ ବ୍ୟାଙ୍କରୁ ଲୁଟ କରିବା ପାଇଁ ଉଦ୍ୟମ କରି ଚୋରି କରିବାରେ ବିଫଳ ହୋଇଛନ୍ତି I ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଆଲୁମିନା କମ୍ପାନୀର ମୁଖ୍ୟ ଫାଟକ ପାଖ ପାଚେରୀକୁ ଲାଗି ଲାଞ୍ଜିଗଡ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ରହିଅଛି I

ଏହି ବ୍ୟାଙ୍କରେ ପ୍ରଚୁର ପରିମାଣରେ ପ୍ଲାଣ୍ଟର ଦେଣନେଣ କାରବାର ହୋଇଥାଏ,ଏହି ଷ୍ଟେଟ ବ୍ୟାଙ୍କ ଉପରେ ଲାଞ୍ଜିଗଡ଼ ବ୍ଲକର ୧୨ ଗୋଟି ପଞ୍ଚାୟତ ଜନସାଧାରଣ ନିର୍ଭର କରିଥାନ୍ତି I ତତ ସଙ୍ଗେ ସଙ୍ଗେ ବେଦାନ୍ତ କର୍ମଚାରୀ ଓ ବେଦାନ୍ତ ସହଯୋଗୀ କମ୍ପାନୀ କର୍ମଚାରୀମାନେ ମଧ୍ୟ ନିର୍ଭର କରିଥାନ୍ତି,ଏହି ବ୍ୟାଙ୍କରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଦେଣନେଣ କରବାର ହୋଇଥାଏ I ଆଜି ସକାଳୁ ଖବର ପାଇ ଲାଞ୍ଜିଗଡ ଥାନା ଆଇ ଆଇ ସି ଯଶବନ୍ତ ହିଆଲ ଲାଞ୍ଜିଗଡ ଥାନା ଏ ଏସ ଆଇ ବଳଭଦ୍ର ଗୌଡ଼ଙ୍କୁ ନିର୍ଦ୍ଧେଶ ଦେବା ପରେ ଶ୍ରୀ ଗୌଡ଼ ଓ ଆଇ ଆର ବି ବାହିନୀ ଓ ଥାନାର କିଛି କର୍ମଚାରୀଙ୍କୁ ଧରି ଚୋରି ହୋଇଥିବା ଏଟିଏମ ଭାଙ୍ଗିଥିବା ଘଟଣା ସ୍ଥଳକୁ ଯାଇଥିଲେ I ସେଠାରୁ ସମସ୍ତ ତଦନ୍ତ କରି ସିସି ଟିଭି ଫୋଟେଜ ଦେଖି ଫେରି ଆସି ଜଣକୁ ସନ୍ଦେହ ଘେରରେ ଥାନାକୁ ଅଣା ଯାଇଅଛି,ତାପରେ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିର୍ଦ୍ଧେଶ କ୍ରମେ ଭବାନୀପାଟଣାର ଜିଲ୍ଲା ପୋଲିସ ବିଭାଗରୁ ଗୋଟିଏ ବିଶେଷଜ୍ଞ ଦଳ ଆସି ଷ୍ଟେଟ ବ୍ୟାଙ୍କ ଭାଙ୍ଗିଥିବା ଏଟିଏମ ପାଖକୁ ଯାଇ ସମସ୍ତ ପରୀକ୍ଷା ନିରୀକ୍ଷI କରି ଫେରି ଯାଇଛନ୍ତି I ତାଙ୍କରି ସାଥିରେ ଲାଞ୍ଜିଗଡ ଥାନାର ଏସ ଆଇ ଡୋଳାମଣୀ ବିଶି ଉପସ୍ଥିତ ଥିଲେ, ତାପରେ ଶ୍ରୀ ବିଶି ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ ସମସ୍ତ କଥା ପଚାରି ବୁଝିଥିଲେ ଓ ସେ ପୁଣି ସିସି ଟିଭି ଫୋଟଜକୁ ଭଲ ଭାବେ ତଦIରଖ କରି ଦେଖିଥିଲେ ସମସ୍ତ ତଦନ୍ତ କରି ଥାନାକୁ ଆସି ୯୦/୨୦୨୫ କେଶ ମକଦମIରୁଜୁ କରିଥିଲେ I ଲାଞ୍ଜିଗଡ ପୋଲିସ ପକ୍ଷରୁ ଯାହା ଜଣା ପଡିଛି ଯେ ଏବ ପର୍ଯ୍ୟନ୍ତ ଆଉ କୌଣସି ସନ୍ଦହରେ ଚୋରି କରିଥିବା ବ୍ୟକ୍ତିକୁ ଧରାଯାଇ ନାହିଁ I
