Dhenkanalnews Ommtv Kalinga Vikas

Ommtv Kalinga Vikas

Dhenkanalnews Ommtv Kalinga Vikas

Ommtv Kalinga Vikash ଢେଙ୍କାନାଳ। JP ସିନେମା ପକ୍ଷରୁ ଗତକାଲି ସନ୍ଧ୍ୟାରେ ହିନ୍ଦୋଳ ବ୍ଲକ ସାତମାଇଲ ଦୁଦୁରକୋଟ OD 19 ହୋଟେଲ ପରିସର ରେ ଏକ ନୂତନ ଓଡ଼ିଆ ଫିଲ୍ମ ହଲ ର ଭୂମି ପୂଜାରେ ଓଡ଼ିଆ ଚଳଚିତ୍ର ଜଗତ ର ସୁନାମଧନ୍ୟ ଅଭିନେତା ବାବୁସାନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବେ ଅନଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ପ୍ରମୁଖ ଯୋଗ ଦେଇଥିଲେ। ବାବୁସାନ ଙ୍କୁ ଦେଖିବା ପାଇଁ ଦର୍ଶକ ମାନଙ୍କ ଭିଡ଼ ସହ ଧସ୍ତାଧସ୍ତି ହୋଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସ ବ୍ୟବସ୍ଥା ନଥିବାରୁ କିଛି ଦର୍ଶକ ଅସନ୍ତୋଷ ପ୍ରକାଶ ପାଇଥିଲା। ଦୀର୍ଘ ଦିନ ପରେ ହିନ୍ଦୋଳ ରେ ଏକ ଫିଲ୍ମ ହଲ ପ୍ରତିଷ୍ଠା ହେବାକୁ ଯାଉଥିବାରୁ ହିନ୍ଦୋଳବାସୀ ଙ୍କ ଆନନ୍ଦ ପ୍ରକାଶ ପାଇଛି। ଜାତୀୟ ପୁରସ୍କୃତ ଦମନ ଓଡ଼ିଆ ଚଳଚିତ୍ର ପ୍ରଯୋଜକ ଦିପେନ୍ଦ୍ର ସାମଲ ଓ OD 19 ରେସଟୁରାଣ୍ଟ ଉନର ଦେବବ୍ରତ ସାହୁ ଙ୍କ ସହଭାଗିତା ରେ ପ୍ରତିଷ୍ଠା ହେବାକୁ ଯାଉଛି।