ମିଲେଟ୍ ମିସନ୍ ସହାୟତା : Ommtv

ମିଲେଟ୍ ମିସନ୍ ସହାୟତା : Ommtv

ମିଲେଟ୍ ମିସନ୍ ସହାୟତା : Ommtv

ମିଲେଟ୍ ମିସନ୍ ସହାୟତା : Ommtv

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ ଙ୍କ ରିପୋର୍ଟ)ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ବାଲିମି ସ୍ଥିତ ସ୍ଵେଚ୍ଛାସେବୀ ସଂଗଠନ ଫାର ପକ୍ଷରୁ ଆଜି ପ୍ରଥମ କରି ମିଲେଟ୍ ମିସନ୍ ସହାୟତା ରେ ଏକ ମାଣ୍ଡିଆ ଫୁଡ୍ ଫେଷ୍ଟିଭାଲ କୁ ହିନ୍ଦୋଳ ବିଡିଓ ଶିବ ଶଙ୍କର ମିଶ୍ର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଏଫ୍ ଆର ସି ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ରାକେଶ ସାହୁ, ବ୍ଲକ୍ କୃଷି ଅଧିକାରୀ ସନ୍ତୋଷ କୁମାର ଭୋଇ, ଉପ କୃଷି ଅଧିକାରୀ ହିରଣ୍ୟମୟୀ ବେହେରା, ବ୍ଲକ୍ ସଂଯୋଜିକା ସ୍ଥିତି ସୌମ୍ୟା ରାଉତ ପ୍ରମୂଖ ଉପସ୍ଥିତ ରହି ମାଣ୍ଡିଆ ମିସନ୍ ଉପରେ କୃଷକ ମାନଙ୍କୁ ବୁଝାଇଥିଲେ। ଏହି ଫୁଡ୍ ଫେଷ୍ଟିଭାଲ ରେ ଏସ୍ ଏଚ୍ ଜି ମାନଙ୍କ ଦ୍ଵାରା ମାଣ୍ଡିଆ ରେ ପ୍ରସ୍ତୁତ ବରା, ଆଳୁଚପ୍,ବାଇଗଣୀ, ପକଡ଼ି,ଆରିଶା, ଲଡୁ ଆଦି ପ୍ରସ୍ତୁତ କରିଥିଲେ। ପ୍ରସ୍ତୁତ ଖାଦ୍ୟ ସମାଗ୍ରୀ ଗୁଡିକୁ ସମସ୍ତ କୃଷକ, ଅଂଶଗ୍ରହଣକାରୀ, ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ବଣ୍ଟନ ହୋଇଥିଲା। ଆୟୋଜକ ତଥା ଫାର ସଂଯୋଜକ କାର୍ତିକ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।