ମାଷ୍ଟର ଗିରିଜା ମେମୋରିଆଲ ପ୍ରଥମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ, ପୁଅର ସ୍ମୃତିରେ ମା ର ଏକ ଛୋଟ ପ୍ରୟାସ: Ommtv

ମାଷ୍ଟର ଗିରିଜା ମେମୋରିଆଲ ରୋଡ଼ସେଫଟି ଟ୍ରଷ୍ଟ ଆନୁକୂଲ୍ୟରେ ଭୁବନେଶ୍ୱର ଶୈଳଶ୍ରୀ ବିହାର ସ୍ଥିତ ୱାକା ଖେଳାପଡ଼ିଆ ରେ"ପ୍ରଥମ ମାଷ୍ଟର ଗିରିଜା ସ୍ମାରକୀ ଟୁର୍ଣ୍ଣାମେଣ୍ଟ-୨୦୨୨"ଅନୁଷ୍ଠିତ ହୋଇଯାଇଛି।ପ୍ରକାଶ ଥାଉକି ମାଷ୍ଟର ଗିରିଜା ହେଉଛନ୍ତି ଟ୍ରଷ୍ଟ ର ଅଧ୍ୟକ୍ଷା ତଥା ସମାଜସେବୀ ଅମୀୟ ବାଳା ପରିଡା ଙ୍କର ଏକମାତ୍ର ସନ୍ତାନ ଯେକି ଏକ ରାସ୍ତା ଦୁର୍ଘଟଣା ରେ ପ୍ରାଣ ହରାଇଛନ୍ତି।ପୁଅ ର ସ୍ମୃତି ଉଦେଶ୍ୟ ରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ କୁ ସମାଜସେବୀ ତଥା ଲୋକପ୍ରିୟ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ଓ ଶିକ୍ଷାବିତ ତୁଷାରକାନ୍ତି ମହୋଦୟ ଉଦଘାଟନ କରିଥିଲେ ।ମୁଖ୍ୟ ଅତିଥି ଉତ୍ତର ଭୁବନେଶ୍ୱର ର ମାନ୍ୟବର ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ବିଜୟୀ ଦଳଙ୍କୁ ସମ୍ମାନିତ ତଥା ପୁରସ୍କୃତ କରିବା ସହିତ ଆଗାମୀ ଦିନରେ ଟ୍ରଷ୍ଟ ର ସମସ୍ତ ସମାଜସେବା କାର୍ଯ୍ୟକ୍ରମ ରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଫାଇନାଲ ମ୍ୟାଚ ୱାକା ୱାରିଅର ଓ ଶାନ୍ଟାଲିଓନ ଦଳ ମଧ୍ୟରେ ଖେଳାଯାଇଥିଲା ।ବିଜୟୀ ଦଳ ୱା କା ୱାରିଓର ଓ ରନର୍ସ ଅପ ଶାନ୍ଟାଲିଓନ ଦଳକୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା।ସମ୍ମାନିତ ଅତିଥି ଯୁବ ସମାଜସେବୀ ତଥା ଭଏସ ଅଫ ୟୁଥ ସଂଗଠନ ର ସଭାପତି ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ଦାଶ,ସେଣ୍ଟ xavier ହାଇସ୍କୁଲ, ଖଣ୍ଡଗିରି ର କ୍ରୀଡା ଶିକ୍ଷକ ତଥା ଗିରିଜା ର ପ୍ରିୟ କ୍ରୀଡା ଗୁରୁ ଶ୍ରୀ ପରମେଶ୍ୱର ଗୁରୁ,ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ର ସହ ନିର୍ଦେଶୀକା କାନନବାଳା ନାୟକ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ପରେ ପରେ ସ୍ବର୍ଗତଃ ଗିରିଜା ଙ୍କ ସ୍ମୃତିରେ ୪୩ତମ ଅନ୍ନଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଟ୍ରଷ୍ଟ ର ଅଧ୍ୟକ୍ଷା ଅମୀୟ ବାଳା ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।।ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ ର ସଦସ୍ୟ ତଥା ଶୁଭେଛୁ ମଳୟ ରାଉତରାୟ, ସଞ୍ଜିତ ଦାସ, ରାଜେଶ ମହାରଣା,ଜଗନ୍ନାଥ ସାହୁ ,ମନୋଜ ସେଠି ଓ ଜିତୁସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ।