ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ନାଏକ ଙ୍କ ବିରୁଦ୍ଧରେ ଗଲେ ଜନତା: Ommtv Kalinga Vikas
ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ନାଏକ ଙ୍କ ବିରୁଦ୍ଧରେ ଗଲେ ଜନତା: Ommtv Kalinga Vikas
ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ନାଏକ ଙ୍କ ବିରୁଦ୍ଧରେ ଗଲେ ଜନତା: Ommtv Kalinga Vikas
ଓମଟିଭି କଳିଙ୍ଗ ବିକାଶ ଢେଙ୍କାନାଳ ରତିକାନ୍ତ ଗଡ଼ନାୟକ ଙ୍କ ଠାରୁ। ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ନାଏକ ଙ୍କ ବିରୁଦ୍ଧରେ ଗତକାଲି ଅପରାହ୍ନ ରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ହିନ୍ଦୋଳ ବିଧୟିକା ସୀମାରାଣୀ ନାଏକ ବିଜେଡ଼ି ଦଳ ରେ ଥିଲାବେଳେ ତାଙ୍କ ଝିଆରୀ ସସ୍ମିତା ଙ୍କୁ ନୟାଗଡ଼ ଜିଲ୍ଲାରୁ ଆଣି ହିନ୍ଦୋଳ ବ୍ଲକ ଅଧକ୍ଷା ଆସନ ରେ ଓ ବରୁଣ ସର ଙ୍କୁ ଉପାଧ୍ୟକ୍ଷ ଆସନରେ ବସାଇଥିଲେ। ଏବେ ବିଜେପି ବିଧାୟିକା ଙ୍କ ଦୃଢ଼ ସମର୍ଥକ ବରୁଣ ସର ଓ ବିଜେଡି ଅଧ୍ୟକ୍ଷା ଙ୍କ ମଧ୍ୟରେ ପ୍ରତ୍ୟେକ କାର୍ଯ୍ୟରେ ମତାନ୍ତର ହୋଇ ଶେଷରେ ଉପାଧ୍ୟକ୍ଷ ବରୁଣ ସର ଙ୍କ ନେତୃତ୍ୱ ରେ ବିଧାୟିକା ଙ୍କ ସମର୍ଥନ ରେ ବ୍ଲକ ର 35 ଗୋଟି ପଞ୍ଚାୟତ ର ସତୁରି ସରପଞ୍ଚ ସମିତି ସଭ୍ୟ ଙ୍କ ମଧ୍ୟରୁ 62 ଜଣଙ୍କୁ ନେଇ ଗତକାଲି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପରେ ଉପଜିଲ୍ଲାପାଳ ପ୍ରଭାସ କୁମାର ବେହୁରା ସରକାରଙ୍କ ନିକଟ କୁ ପଠାଇଛନ୍ତି।ବ୍ଲକ ଅଧ୍ୟକ୍ଷା ଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିଜେଡି ବିଜେପିର ମେଣ୍ଟ ହିନ୍ଦୋଳ ରେ ଆରମ୍ଭ ହେଲା।

