ପାଞ୍ଚପୀଢ ଉପଖଣ୍ଡ ନୂତନ ଉପଜିଲ୍ଲାପାଳ ଭାବେ କସ୍ତୁରୀ ପଣ୍ଡା(ଆଇଏଏସ) ଙ୍କ କାର୍ଯ୍ୟଭାର ଗ୍ରହଣ:Ommtv Kalinga Vikas
ପାଞ୍ଚପୀଢ ଉପଖଣ୍ଡ ନୂତନ ଉପଜିଲ୍ଲାପାଳ ଭାବେ କସ୍ତୁରୀ ପଣ୍ଡା(ଆଇଏଏସ) ଙ୍କ କାର୍ଯ୍ୟଭାର ଗ୍ରହଣ:Ommtv Kalinga Vikas
ପାଞ୍ଚପୀଢ ଉପଖଣ୍ଡ ନୂତନ ଉପଜିଲ୍ଲାପାଳ ଭାବେ କସ୍ତୁରୀ ପଣ୍ଡା(ଆଇଏଏସ) ଙ୍କ କାର୍ଯ୍ୟଭାର ଗ୍ରହଣ:Ommtv Kalinga Vikas
ମୟୂରଭଞ୍ଜ ଜିଲ୍ଲା ପାଞ୍ଚପୀଢ ଉପଖଣ୍ଡ ନୂତନ ଉପଜିଲ୍ଲାପାଳ ଭାବେ କସ୍ତୁରୀ ପଣ୍ଡା ଆଇଏଏସ ଆଜି ଭାରପ୍ରାପ୍ତ ଉପଜିଲ୍ଲାପାଳ ପ୍ରକାଶ କୁମାର ଦାଶଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।ପାଞ୍ଚପୀଢ ଉପଖଣ୍ଡ ପ୍ରଥମ ଥର ପାଇଁ ଜଣେ ଆଇଏଏସ ଅଧିକାରୀଙ୍କୁ ଉପଜିଲ୍ଲାପାଳ ଭାବେ ପାଇଥିବାରୁ ଜନସାଧାରଣଙ୍କ ମଧ୍ୟରେ ଉତ୍ସୁକତା ଦେଖା ଦେଇଛି।

ସେ ପୂର୍ବରୁ କଳାହାଣ୍ଡି ଜିଲାରେ ପ୍ରୋବେସନାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।ସେ ପୂର୍ବରୁ ୨୦୨୦ ମସିହାରେ ଓଏଏସ୍ ପାଇଥିବା ବେଳେ ୨୦୨୩ ମସିହାରେ ଓଡ଼ିଶା ବ୍ୟାଚ କ୍ୟାଡ଼ର ଆଇଏଏସ୍ ପାଇଥିଲେ।ଆଜି କରଞ୍ଜିଆ ସାମ୍ବାଦିକ ସଂଘ ପକ୍ଷରୁ ସାଧାରଣ ସଂପାଦକ କର୍ଣ୍ଣାର୍ଜୁନ ସାହାଙ୍କ ନେତୃତ୍ୱରେ ଉଦିପ୍ତ ବେହେରା,ବି ଦିବ୍ୟେନ୍ଦୁ ଶେଖର,ଭାଗବତ ଚନ୍ଦ୍ର ଦାସ,ବିନ୍ଦୁସାର ଦାଶ,ପାର୍ଥ ପ୍ରଶନ୍ନ ମିଶ୍ର,ଅରୁଣ ବେହେରା,ସତ୍ୟବ୍ରତ ମିଶ୍ର ଉପସ୍ଥିତ ରହି ପରିଚୟ ଆଦାନ ପ୍ରଦାନ କରିଥିଲେ। ତେବେ ନୂତନ ଭାବେ କସ୍ତୁରୀ ପଣ୍ଡା କରଞ୍ଜିଆ ଉପଖଣ୍ଡ ଉପଜିଲ୍ଲାପାଳ ଭାବେଦାୟିତ୍ଵ ଗ୍ରହଣ କରିବା ସହିତ ଉପଖଣ୍ଡ ର ବିକାଶ ହେବ ବୋଲି ସର୍ବସାଧାରଣ ଆସା ଏବଂ ବିଶ୍ୱାସ ରଖିଛନ୍ତି।
ମୟୂରଭଞ୍ଜ କରଞ୍ଜିଆ ରୁ ସୁମନ୍ତ ପାତ୍ର ଙ୍କ ରିପୋର୍ଟ
