ପାହାଳରେ ଉତ୍କଳ ବିଲ୍ଡର୍ସର ଉତ୍କଳ ଲେଭେଲ୍ସ ଉନ୍ମୋଚିତ :Ommtv

ପାହାଳରେ ଉତ୍କଳ ବିଲ୍ଡର୍ସର ଉତ୍କଳ ଲେଭେଲ୍ସ ଉନ୍ମୋଚିତ :Ommtv

ପାହାଳରେ ଉତ୍କଳ ବିଲ୍ଡର୍ସର ଉତ୍କଳ ଲେଭେଲ୍ସ ଉନ୍ମୋଚିତ :Ommtv

ପାହାଳରେ ଉତ୍କଳ ବିଲ୍ଡର୍ସର ଉତ୍କଳ ଲେଭେଲ୍ସ ଉନ୍ମୋଚିତ :Ommtv

 * ରହିବ ୨୧ ମହଲା ବିଶିଷ୍ଟ ୩ ଟାୱାର
 * ଲକ୍‌ଜ୍ୟୁରୀ ଲାଇଫ୍‌ଷ୍ଟାଇଲର ନୂଆ ପରିଚୟ ହେବ
 * ୫ ତାରକା ହୋଟେଲ ଭଳି ରହିବ ସୁବିଧା
ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ବିଳାସପୂର୍ଣ୍ଣ ରିୟଲ ଇଷ୍ଟେଟ୍ ବ୍ରାଣ୍ଡ ଉତ୍କଳ ବିଲ୍ଡର୍ସ ଗ୍ରୁପ ପକ୍ଷରୁ ନୂଆ ପ୍ରକଳ୍ପ ‘ଉତ୍କଳ ଲେଭେଲ୍ସ’ର ରବିବାର ଉନ୍ମୋଚନ ହୋଇଛି ।  କମ୍ପାନୀର ଅଧ୍ୟକ୍ଷ ଶ୍ରୀ ସୁବାଷ ଭୁରା ଏବଂ ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ ।  ଏହି ମାଷ୍ଟରପିସ୍ ପ୍ରକଳ୍ପ ସ୍ଥାନୀୟ ପାହାଳ ଜଗନ୍ନାଥ ମନ୍ଦିର ବିପରୀତ ପାର୍ଶ୍ୱରେ ଅବସ୍ଥିତ ।  ଏଥିରେ ୨୧ ମହଲା ବିଶିଷ୍ଟ ୩ଟି ଟାୱାର ଯଥା କ୍ରେଷ୍ଟ, କ୍ରାଉନ ଏବଂ ପିନାକଲ୍ ରହିବ ।  ସୁଉଚ୍ଚ ବିଲ୍ଡିଂ ପାଇଁ ପାହାଳ ବେଶ ଜଣାଶୁଣା ହୋଇଥିôବା ବେଳେ ଏଥିରେ କମ୍ପାନୀର ବହୁ ପ୍ରତୀକ୍ଷୀତ ଲକଜ୍ୟୁରୀ ପ୍ରକଳ୍ପ ଉତ୍କଳ ଲେଭେଲ୍ସ ଯୋଡ଼ି ହେବାକୁ ଯାଉଛି ।  ଏଥିରେ ୧୧ ଫୁଟର ଫ୍ଲୋର ଟୁ ଫ୍ଲୋର ହାଇଟ୍‌, ଆକର୍ଷକ ଡେକ୍‌, ଲାମିନେଟେଡ ଗ୍ଲାସ ରେଲିଂ ଦ୍ୱାରା ରାଜପଥ ଏବଂ ପ୍ରାକୃତିକ ପରିବେଶର ମଜା ନେବାରେ ବେଶ ସହାୟକ ହେବ ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ କହିଛନ୍ତି ।   ପ୍ରକଳ୍ପଟି ଭୁବନେଶ୍ୱର ଏନ୍‌ଏଚ୍ ୧୬ର ସର୍ଭିସ ରୋଡ ନିକଟରେ ଅବସ୍ଥିତ ।  ଏହାର ସବୁ ଆପାର୍ଟମେଣ୍ଟ ୩ ପାଶ୍ୱର୍ ବିଶିଷ୍ଟ ।  ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ ଏବଂ ପବନ ଚଳାଚଳର ଉନ୍ନତ ସୁବିଧା ଏହା ଦ୍ୱାରା ମିଳିପାରିବ ।  ସେହିଭଳି ୨୦୫ ପରିବାରର ଏକ କମ୍ୟୁନିଟି ଏଠାରେ ବସବାସ କରିବେ ।  ୫୦ରୁ ଉର୍ଦ୍ଧ୍ୱ ଆକର୍ଷଣୀୟ ସୁବିଧା ଲୋକଙ୍କୁ ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି ।  ଲେଭେଲ୍ସ ଦ୍ୱାରା କଟକ-ଭୁବନେଶ୍ୱର ହାର୍ଟରେ ଏକ ବିଳାସପୂର୍ଣ୍ଣ ଜୀବନଶୈଳୀ ଗ୍ରାହକ ଲାଭ କରିପାରିବେ ବୋଲି ଶ୍ରୀ ବୈଦ ଉଲ୍ଲେଖ କରିଛନ୍ତି ।  ଏଥିରେ ରହିଛି ଆକର୍ଷଣୀୟ ଲବି ଯାହା ଗ୍ରାହକଙ୍କୁ ପଞ୍ଚତାରକା ହୋଟେଲର ଅନୁଭବ ଦେବ ।  ସେହିଭଳି ୩୦ ହଜାର ବର୍ଗଫୁଟ ସ୍ଥାନକୁ ପୋଡ଼ିୟମ ଏବଂ କ୍ଳବ ହାଉସ୍ ଭାବେ ବିକଶିତ କରାଯାଉଛି ।  ୨୨ତମ ଫ୍ଲୋରରେ ଆକର୍ଷଣୀୟ ଟେରାସ ରହିଛି ଯାହା ନିଜ ପରିବାର ଏବଂ ବନ୍ଧୁବର୍ଗଙ୍କ ସହ ଖୁସିର ମୂହୁର୍ତ୍ତ ବିତାଇବାରେ ସୁବିଧା ଦେବ ।  ପ୍ରକଳ୍ପ ଉନ୍ମୋଚନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ଗ୍ରୁପର ପ୍ରତିଷ୍ଠାତା ଭଁୱରଲାଲ ବୈଦ ଏବଂ ପ୍ରକାଶ ଚନ୍ଦ୍ର ଭୁରା, ନିର୍ଦ୍ଦେଶକ ଅମିତ୍ ବୈଦ ଓ ରାକେଶ ଭୁରା ଉପସ୍ଥିତ  ଥିଲେ ।