"କଳାହାଣ୍ଡି ଯୁବ ବିକାଶ ପରିଷଦ" ବେଦାନ୍ତ ମୁଖ୍ୟ ଫାଟକରେ କଲେ ବିକ୍ଷୋଭ :Ommtv kalinga vikas
"କଳାହାଣ୍ଡି ଯୁବ ବିକାଶ ପରିଷଦ" ବେଦାନ୍ତ ମୁଖ୍ୟ ଫାଟକରେ କଲେ ବିକ୍ଷୋଭ :Ommtv kalinga vikas
"କଳାହାଣ୍ଡି ଯୁବ ବିକାଶ ପରିଷଦ" ବେଦାନ୍ତ ମୁଖ୍ୟ ଫାଟକରେ କଲେ ବିକ୍ଷୋଭ :Ommtv kalinga vikas
କଳାହାଣ୍ଡି ଜିଲ୍ଲା,୨୧/୧୧ (କ,ବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଆଜି ଲାଞ୍ଜିଗଡ ବେଦାନ୍ତ ମୁଖ୍ୟ ଫାଟକ ସମ୍ମୁଖରେ "କଳାହାଣ୍ଡି ଯୁବ ବିକାଶ ପରିଷଦ" ତରଫରୁ ଆଜି ବିକ୍ଷୋଭ ହୋଇଯାଇଛି I ଏହି ବିକ୍ଷୋଭର ମୁଖ୍ୟ ମଙ୍ଗ ଧରିଥିଲେ "କଳାହାଣ୍ଡି ଯୁବ ବିକାଶ ପରିଷଦ" ମୁଖ୍ୟ ବା ସଭାପତି ଶସିଦେବ ମହାନନ୍ଦଙ୍କ ନେତୃତ୍ୱରେ ଆଜି ଅପରାହ୍ନ ୦୧ ଘଣ୍ଟା ସମୟରେ ବେଦାନ୍ତ ମୁଖ୍ୟ ଫାଟକ ସମ୍ମୁଖରେ ଆସି ବିକ୍ଷୋଭ କରିଥିଲେ I ଏହି ବିକ୍ଷୋଭ କରିବାର ମୁଖ୍ୟ ଉଦେଶ୍ୟ ହେଲା ବେଦାନ୍ତ କୁ ୧୭ ଦଫା ଦାବିପତ୍ର ପ୍ରଦାନ କରିବା ଆଉ ବେଦାନ୍ତ ଦାବିପତ୍ରରେ ଲେଖା ଯାଇଥିବା ସତର ଦଫାକୁ ଅତିଶୀଘ୍ର ବା ୧୫ ଦିନ ମଧ୍ୟରେ ସେହି ଦାବି ଗୁଡିକୁ କାମରେ କରି ଦେଖେଇବା ମୂଳ ଉଦେଶ୍ୟ I ଶ୍ରୀ ମହାନନ୍ଦ କହିବା କଥା ଯେ ବେଦାନ୍ତ ଆଜକୁ ୨୨ ବର୍ଷ ପୁରି ୨୩ ବର୍ଷ ହେଲା ପଛେ ଆମର କଳାହାଣ୍ଡି ଜିଲ୍ଲାରେ କୌଣସି ଗୋଟିଏ ଉର୍ନ୍ନତି ମୂଳକ କାମ କରୁନାହିଁ,ପୁଣି ଶ୍ରୀ ମହାନନ୍ଦ କହିଛନ୍ତି ଯେ କଳାହାଣ୍ଡି ଜିଲ୍ଲାରେ ଟାଣୁଆ ନେତା ବୋଲଉ ଥିବା "ଓଡିଶା ପ୍ରଦେଶ କଂଗ୍ରେସ" ସଭାପତି ଭକ୍ତ ଚରଣ ଦାଶ,ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଓ ପୂର୍ବତନ ରାଜ୍ୟସଭା ସଭ୍ୟ ଭୂପେନ୍ଦ୍ର ସିଂ ଏଇମାନେଙ୍କ ପାଇଁ ଆଜି କଳାହାଣ୍ଡି ଜିଲ୍ଲା ବୋହୁ ପଛକୁ ଚାଲିଯାଇଛି,ଯାହାଫଳରେ କଳାହାଣ୍ଡି ଜିଲ୍ଲାରେ କୌଣସି ବିକାଶ ହେଇ ପାରୁନାହିଁ I ଶ୍ରୀ ମହାନନ୍ଦ ତତ ସଙ୍ଗେ ସଙ୍ଗେ ଆଉଗୋଟିଏ କଥା କହିଥିଲେ ଯେ ବେଦାନ୍ତ ବାହର ଜିଲ୍ଲା ଆଉ ବାହର ରାଜ୍ୟରୁ ଲୋକଙ୍କୁ ଆଣି ବେଦାନ୍ତ କମ୍ପାନୀରେ ସିଧା ସଳଖ ଭଲ ଭଲ ବିଭାଗୀୟ ମାନଙ୍କରେ ଚାକିରୀ ଦେଉଅଛି କିନ୍ତୁ କଳାହାଣ୍ଡି ଜିଲ୍ଲାରେ କଳକାରଖାନା ହୋଇ ମଧ୍ୟ କଳାହାଣ୍ଡି ଜିଲ୍ଲାର ଲୋକଙ୍କୁ ସହଯୋଗୀ କମ୍ପାନୀରେ ଭଲ ଚାକିରୀ କାହିଁଙ୍କି ଦିଆଯାଉଅଛି ? କଳାହାଣ୍ଡି ଜିଲ୍ଲାର ପୁଅ ସେହି ସମାନ ପାଠ ପଢି ଆସିଥିଲେ ମଧ୍ୟ ତାଙ୍କୁ ସେହି ସମାନ ଅଧିକାର କାହିଁଙ୍କି ବେଦାନ୍ତ ଦେଉ ନାହିଁ ? ବେଦାନ୍ତ କମ୍ପାନୀ ପାତର ଅନ୍ତର କରୁଛି ବୋଲି ବେଦାନ୍ତକୁ ସାମ୍ବାଦିକ ମାନଙ୍କ ଜରିଆରେ ପ୍ରଶ୍ନ ପଚାରି ଥିଲେ ଶ୍ରୀ ମହାନନ୍ଦ,ବେଦାନ୍ତ କମ୍ପାନୀର ଦଲାଲ ମାନେ ସିଧା ସଳଖ ଚାକିରୀ କରି ଲୋକଙ୍କୁ ଚାକିରୀ ଦେବୁ ବୋଲି କହି ଲୋକଙ୍କ ଠାରୁ ଲାଞ୍ଚରେ ଟଙ୍କା ନେଇ ବେଦନ୍ତର ସହଯୋଗୀ କମ୍ପାନୀରେ ତଳ ତଳିଆ ଖଣ୍ଡେ ଖଣ୍ଡେ ଚାକିରୀ ଦେଉଛନ୍ତି ବୋଲି କହିଥିଲେ I ତାପରେ ଶ୍ରୀ ମହାନନ୍ଦ କହିଥିଲେଯେ ଯଦି ଏଇ ୧୭ ଦଫା ଦାବି ବେଦାନ୍ତ ଆଗାମୀ ପନ୍ଦରଦିନ ମଧ୍ୟରେ ନ ଶୁଣେ ତେବେ ହେଲେ ବେଦାନ୍ତ କମ୍ପାନୀର ମୁଖ୍ୟ ଫାଟକ ନିକଟରେ ତୀବ୍ରରୁ ତୀବ୍ର ତର ଜନ ଆନ୍ଦୋଳନ କରିବୁ ବୋଲି ଆମ ସମ୍ମୁଖରେ ପରି ପ୍ରକାଶ କରିଛନ୍ତି I

ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ "କଳାହାଣ୍ଡି ଯୁବ ବିକାଶ ପରିଷଦ" ସଙ୍ଘଠନର ସଭାପତି ଶସିଦେବ ମହାନନ୍ଦ,ଉପ ସଭାପତି ଭୁବନେଶ୍ୱର ଦୁର୍ଗା,ସମ୍ପାଦକ ଯୋତି ରଞ୍ଜନ ପଟ୍ଟନାୟକ,କୋଷାଧକ୍ଷ ମହେନ୍ଦ୍ର ରଣା, ସଭ୍ୟ କିରନ ମାଝୀ,ସଭ୍ୟ ଦୁର୍ଯ୍ୟୋଧନ କୁମାର, ସଭ୍ୟ ଧର୍ମେନ୍ଦ୍ର ନାଏକ,ସଭ୍ୟ ଭଗବାନ ସାହୁ, ସଭ୍ୟ ସୁବାଷ ବାଗ,ସଭ୍ୟ ସୁଜିତ ନାଗ ଏଇ ସମସ୍ତ ବ୍ୟକ୍ତି ବିକ୍ଷୋଭରେ ଉପସ୍ଥିତ ରହିଥିଲେ I
