ଟାଇମ୍ସ ହାୟର ଏଜୁକେସନ୍ ୟଙ୍ଗ୍ ୟୁନିଭରସିଟି ର୍ୟାଙ୍କିଙ୍ଗ୍ : Ommtv
କିଟ୍ ୧୨ତମ ଶ୍ରେଷ୍ଠ ଭାରତୀୟ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର,୪ ।୭: କିଟ୍ ସର୍ବଦା ବିଭିନ୍ନ ର୍ୟାଙ୍କିଙ୍କ ଓ ମାନ୍ୟତାରେ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଆସିଛି । ପ୍ରତିବର୍ଷ ସମୟକୁ ସମୟ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଦ୍ୱାରା ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ବିଭିନ୍ନ ମାନଦଣ୍ଡକୁ ନେଇ ମାନ୍ୟତା ପ୍ରଦାନ କରାଯାଇଥାଏ । ଓଡ଼ିଶାର ଏକମାତ୍ର ଅନୁଷ୍ଠାନ ଭାବେ କିଟ୍ ସର୍ବଦା ନିଜର ଗୁଣବତ୍ତା ଯୋଗୁଁ ଉନ୍ନତ ପ୍ରଦର୍ଶନ କରିଥାଏ ।
ମଙ୍ଗଳବାର ଟାଇମ୍
ସ ହାଇଅର ଏଜୁକେସନ୍
ପକ୍ଷରୁ ପ୍ରକାଶ ପାଇଥିବା ୟଙ୍ଗ୍
ୟୁନିଭରସିଟି ର୍ୟାଙ୍କିଙ୍ଗ୍
୨୦୨୩ରେ ସମଗ୍ର ବିଶ୍ୱରେ କିଟ୍
ବିଶ୍ୱବିଦ୍ୟାଳୟ ୧୫୧ରୁ ୨୦୦ ସ୍ଥାନ ମଧ୍ୟରେ ରହିଥିବା ବେଳେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ୧୨ତମ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି । ପୂର୍ବରୁ ନିକଟରେ ପ୍ରକାଶିତ ଟାଇମ୍
ସ ହାୟର ଏଜୁକେସନ୍
ଏସିଆ ବିଶ୍ୱବିଦ୍ୟାଳୟ ର୍ୟାଙ୍କିଙ୍ଗ୍
୨୦୨୩ରେ ମଧ୍ୟ କିଟ୍
ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ୧୩ତମ ସ୍ଥାନରେ ରହିଥିବା ବେଳେ ସମଗ୍ର ଏସିଆରେ ୧୪୭ତମ ସ୍ଥାନରେ ରହିଛି । କିଟ୍
ବିଶ୍ୱବିଦ୍ୟାଳୟ ୨୫ ବର୍ଷର ଶିକ୍ଷାନୁଷ୍ଠାନ ଓ ୧୯ ବର୍ଷର ବିଶ୍ୱବିଦ୍ୟାଳୟ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହା ଭାରତର ୫୦ବର୍ଷରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟଗୁଡିକର ସମକକ୍ଷ ହୋଇପାରିଛି । ଶିକ୍ଷାଦାନ ମାନ, ଗବେଷଣା କ୍ଷେତ୍ରରେ ସଫଳତା, ସାଇଟେସନ୍
ଇମ୍ପାକ୍
ଟ ଅନ୍ତର୍ଜାତୀୟ ଆଉଟ୍
ଲୁକ୍
, ଇଣ୍ଡଷ୍ଟ୍ରି ଇନ୍
କମ୍
ଆଦି ମାନଦଣ୍ଡ ଆଧାରରେ ଟାଇମ୍
ସ ହାୟର ଏଜୁକେସନ୍
ପକ୍ଷରୁ ୟଙ୍ଗ୍
ୟୁନିଭରସିଟି ର୍ୟାଙ୍ଗିଙ୍ଗ୍
କରାଯାଇଥାଏ । ଏହି ସଫଳତା ପାଇଁ କିଟ୍
ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ କିଟ୍
ଓ କିସ୍
ର ପ୍ରତିଷ୍ଠାତା ଅଚ୍ୟୁତ ସମାନ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ କିଟ୍
ର ଉେଲ୍ଲେଖନୀୟ ସଫଳତା ପଛରେ ଶ୍ରୀ ସାମନ୍ତଙ୍କ ଦୂରଦୃଷ୍ଟି ଏବଂ ଉତ୍ସର୍ଗୀକୃତ ତ୍ୟାଗର ପ୍ରମୁଖ ଭୂମିକା ରହିଛି ବୋଲି ପ୍ରକାଶ କରିଛନ୍ତି ।
#Photonews #Ommtv #OmTV #Kalingacinearts #NBPC #Kiituniversity #Times