ପ୍ରଥମ ସର୍ବଭାରତୀୟ ଜନଜାତି କ୍ରୀଡ଼ାରେ ଝଲସିଲେ ଯଶିପୁରର ଦୁଇ ତୀରନ୍ଦlଜ ଖେଳାଳୀ ଭାଇ ସୂର୍ଯ୍ୟ ଓ ଅଭିରାମ : Ommtv

ପ୍ରଥମ ସର୍ବଭାରତୀୟ ଜନଜାତି କ୍ରୀଡ଼ାରେ ଝଲସିଲେ ଯଶିପୁରର ଦୁଇ ତୀରନ୍ଦlଜ ଖେଳାଳୀ ଭାଇ ସୂର୍ଯ୍ୟ ଓ ଅଭିରାମ

ପ୍ରଥମ ସର୍ବଭାରତୀୟ ଜନଜାତି କ୍ରୀଡ଼ାରେ ଝଲସିଲେ ଯଶିପୁରର ଦୁଇ ତୀରନ୍ଦlଜ ଖେଳାଳୀ ଭାଇ ସୂର୍ଯ୍ୟ ଓ ଅଭିରାମ : Ommtv
ପ୍ରଥମ ସର୍ବଭାରତୀୟ ଜନଜାତି କ୍ରୀଡ଼ାରେ ଝଲସିଲେ ଯଶିପୁରର ଦୁଇ ତୀରନ୍ଦlଜ ଖେଳାଳୀ ଭାଇ ସୂର୍ଯ୍ୟ ଓ ଅଭିରାମ : Ommtv
ଯଶିପୁର, ୧୧/୬(ଓ଼ମ ରିପୋର୍ଟ : ନିହାର ) ପ୍ରଥମ ଥର ପାଇଁ ଭୁବନେଶ୍ଵରର କିସ ଓ କିଟ ବିଶ୍ୱବିଦ୍ୟାଳୟ ପରିସରରେ ଚଳିତ ମାସ ୯ ତାରିଖ ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ସର୍ବଭାରତୀୟ ଜନଜାତି ଖେଲ ମହୋତ୍ସବରେ ଆଜି ଯଶିପୁରର ଦୁଇ ଜନଜାତି ତୀରନ୍ଦାଜ ଖେଳାଳୀ ଭାଇ କୃତିତ୍ବ ପ୍ରଦର୍ଶନ କରି ଏ ଅଞ୍ଚଳ ପାଇଁ ସୁନାମ ଆଣି ଦେଇଛନ୍ତି l ବିଭିନ୍ନ କ୍ରୀଡା ଛାତ୍ରାବାସରେ ରହି ପୂର୍ବରୁ ଅନୁଷ୍ଠିତ ବହୁ ଜାତୀୟ କ୍ରୀଡ଼ାରେ ଯଶିପୁର ବ୍ଲକ ବନାଞ୍ଚଳ ବେଷ୍ଟିତ ଆଦିବାସୀ ଅଧ୍ୟୁଷିତ ପୋଡ଼ାଗଡ଼ ପଞ୍ଚାୟତ ରାଜପାଳ ଗାଁର ଦୁଇ ଭାଇ ସୂର୍ଯ୍ୟ ପାଳୟା ଓ ଅଭିରାମ ପାଳୟl ନିଜର କୃତିତ୍ବ ପ୍ରଦର୍ଶନ କରି ଚଳିତ ଜାତୀୟଖେଳରେ ଓଡିଶା ଟିମରେ ସ୍ଥାନ ହାସଲ କରି ପାରିଥିଲେ l ସାରା ଦେଶର ୨୬ ରାଜ୍ଯର ଟିମ୍ ସିନିୟର ତୀରନ୍ଦାଜରେ ଭାଗ ନେଇଥିବା ବେଳେ ସେମି ଫାଇନାଲ କୁ ଉନ୍ନୀତ ହୋଇଥିଲା ଓଡିଶା ଟିମ୍ ସେମି ଫାଇନାଲରେ ଛତ୍ତିଶଗଡ଼ ଠାରୁ ଓଡିଶା ହାରିଗଲା ପରେ ତୃତୀୟ ସ୍ଥାନ ପାଇଁ କର୍ଣାଟକ ସହିତ ଖେଳ ଅନୁଷ୍ଠିତ ହୋଇଥିଲା l ଏଥିରେ ଓଡ଼ିଶା ଟିମ୍ ବିଜଯ ହାସଲ କରିବା ସହିତ ବ୍ରୋଞ୍ଜ ପଦକ ହାସଲ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା l ଏହି ବିଜଯ ପାଇଁ ଅବଦାନ ରଖିଥିବା ଦୁଇ ଭାଇ ସୂର୍ଯ୍ୟ ଓ ଅଭିରାମ ଉନ୍ନତ ପ୍ରଦର୍ଶନ କରି ଦଳକୁ ଏହି ପଦକ ହାସଲରେ ସହାୟତା କରିଥିଲେ l ଏହି ଦଳଗତ ପଦକ ହାସଲ ସହିତ ସୂର୍ଯ୍ୟ ପାଲୟl ମଧ୍ଯ ନିଜ ବ୍ୟକ୍ତିଗତ ପ୍ରତିଯୋଗିତାରେ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ହାସଲ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ଆସନ୍ତା କାଲି ଦଳଗତ ଓ ବ୍ୟକ୍ତିଗତ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ l ବିଶେଷ ଉଲ୍ଲେଖଯୋଗ୍ୟ ଏହି ଦୁଇ ଭାଇଙ୍କୁ ଅତି ଛୋଟ ବୟସରୁ ପ୍ରଶିକ୍ଷଣ ଦେଇ ଆସିଛନ୍ତି ପାଖ ପଡ଼ୋଶୀ ଗାଁ କୁଣ୍ଡାଗଡ଼ର ରାଜ୍ଯ ସ୍ତରୀୟ ତୀରନ୍ଦାଜ ପ୍ରଶିକ୍ଷକ ନାରାୟଣ ବାନାରl l ଚଳିତ ଜନ ଜାତି ଖେଲରେ ମଧ୍ଯ ସେ ରାଜ୍ଯ ସରକାରଙ୍କ ଦ୍ବାରା ମନୋନୀତ ହୋଇ ଏହି ଜନଜାତି କ୍ରୀଡ଼ାରେ ଅଫିସିଅlଲ କୋଚ୍ ନିଯୁକ୍ତ ହୋଇ କ୍ରୀଡ଼ା ପରିଚାଳନା କରୁଛନ୍ତି l ଏହି ଖେଲ ମହୋତ୍ସବ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ଏବଂ କିସ୍ ଶିକ୍ଷାନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି l ଦୁଇ ଭାଇଙ୍କ କୃତିତ୍ଵରେ ଆଜି ଯଶିପୁରର ପ୍ରମୂଖ କ୍ରୀଡ଼ା ସଂଗଠନ ଛତ୍ରପତି କ୍ଲବର ସଭାପତି ତ୍ରିଲୋଚନ ମହାନ୍ତ ଓ ସମ୍ପାଦକ ଟ୍ରେନିଂ ନାଥ ମହାନ୍ତ ଓ ଅନ୍ୟାନ୍ୟ କ୍ରୀଡ଼ା ପ୍ରେମୀ ମାନେ ଅଭିନନ୍ଦନ ଜଣାଇଛନ୍ତି l ମୟୂରଭଞ୍ଜ ରୁ ନୀହାର ରଞ୍ଜନ ମହାନ୍ତ। ଓମ୍ ଟିଭି #Mayurbhanja #Jasipur #Sports #Odisha #NBPC #Kalingacinearts #Ommtv #Omtv