ଶିଶୁ ଗଢ଼ିଲେ ଶିଶୁ ଉଦ୍ୟାନ : Ommtv

କୁନି ଆଦିବାସୀଙ୍କ କାରୁକୃତିରେ ଗଢ଼ିଉଠିଛି ‘କିସ୍ କୀର୍ତ୍ତି ଉଦ୍ୟାନ’

ଶିଶୁ ଗଢ଼ିଲେ ଶିଶୁ ଉଦ୍ୟାନ : Ommtv

ଶିଶୁ ଗଢ଼ିଲେ ଶିଶୁ ଉଦ୍ୟାନ : Ommtv

କୁନି ଆଦିବାସୀଙ୍କ କାରୁକୃତିରେ ଗଢ଼ିଉଠିଛି ‘କିସ୍ କୀର୍ତ୍ତି ଉଦ୍ୟାନ’

: କଥାରେ ଅଛି ଗଢ଼ି ଜାଣିଲେ ଘର ସୁନ୍ଦର। ଏମିତି ଏକ କଥାକୁ ସଫଳ କରି ଦେଖାଇଛନ୍ତି କିଛି ପ୍ରଥମ ଶ୍ରେଣୀର କୁନି ଆଦିବାସୀ କଳାକାର। ନିଜ ଶିକ୍ଷାନୁଷ୍ଠାନ ନିକଟରେ ଥିବା ଏକ ପଡ଼ିଆକୁ ସାନ୍ତାଳ ପରମ୍ପରା ଅନୁଯାୟୀ ମାରାମବୁରୁ(କୂଳ ଦେବତା)ଙ୍କ ପ୍ରତିମୃତି ସହିତ ଆଦିବାସୀ ଚିତ୍ରକଳା ଓ କାରୁକୃତିରେ ସଜେଇ ଚିତାକର୍ଷକ ପରିବେଶ ସୃଷ୍ଟିକରିଛନ୍ତି। କୁନି କୁନି ହାତରେ ଗୋବର ଲିପି ସେଥିରେ ବିଭିନ୍ନ ପ୍ରକାର ସଚେତନାତ୍ମକ ବାର୍ତାକୁ ମାଟି, ପଥର, କପଡ଼ା ଓ ସଢ଼େଇ କଣ୍ଢେଇ ମାଧ୍ୟମରେ ସଜେଇ ଦେଇଛନ୍ତି। ଆଦିବାସୀ ଚିତ୍ରଆଙ୍କି ବୃକ୍ଷ ଆମର ବନ୍ଧୁ ବୋଲି ଦର୍ଶାଇ ନିର୍ମାଣକରିଛନ୍ତି ଏକ ସୁନ୍ଦର ବାଟିକା। ଏହି ବାଟିକାଟିର ନାମ ‘କିସ୍ କୀର୍ତ୍ତି ଉଦ୍ୟାନ’ ବୋଲି ଦିଆଯାଇଛି। ବାଟିକାଟି ବର୍ତମାନ ଶିକ୍ଷାନୁଷ୍ଠାନର ଶୋଭା ବଢ଼ାଇବା ସହିତ ସ୍କୁଲର ସବୁଠାରୁ ଅଧିକ ଆକର୍ଷଣୀୟ ସ୍ଥାନ ପାଲଟିଛି। ଆଦିବାସୀ କଳାକୁନେଇ ଏକ ବଗିଚା ତିଆରି କରିଛନ୍ତି କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ୍ ସାଇନସେସ୍‌(କିସ୍) କୁନି ଛାତ୍ରୀମାନେ। ପାଖାପାଖି ଦେଢ଼ ମାସର ପରିଶ୍ରମ କରିବାକୁ ପଡ଼ିଥିଲା ଏହି କୁନି ପିଲାମାନଙ୍କୁ। ସେମାନେ ସମସ୍ତେ ଆଦିବାସୀ ସାନ୍ତାଳ ପିଲା ହୋଇଥିବାରୁ ଏହିଭଳି ସେମାନଙ୍କର ଘର ସବୁ ସଜାଯାଏବୋଲି ପରିପ୍ରକାଶ କରିଛନ୍ତି। ନିଜ ଅଞ୍ଚଳର ପରିବେଶକୁ ଦେଖି ସ୍କୁଲରେ ଥିବା ଏକ ଖାଲି ସ୍ଥାନରେ ଅବସର ସମୟରେ ସେମାନେ ଆରମ୍ଭ କରିଥିଲେ ବାଲି ଧୂଳିର ସଢ଼େଇ ଖେଳ। ଯାହାକୁ ଦେଖି ସୁବ୍ରତ ମହଲା ନାମକ ଜଣେ ଚିତ୍ର ଶିକ୍ଷକ ସେମାନଙ୍କ ପରମ୍ପରା ବିଷୟରେ ପଚାରି ବୁଝିଥିଲେ। କୁନି ପିଲାମାନେ ସେମାନଙ୍କ ଗ୍ରାମାଅଞ୍ଚଳରେ ପର୍ବ ଆସିଲେ ଏହି ଭଳି ସବୁ ଘର ସଜାଯାଏ ବୋଲି କହିଥିଲେ। ଏହାପରେ ଶିକ୍ଷୟତ୍ରୀ ଜଣଙ୍କ ସହଯୋଗରେ ପିଲାମାନେ ଗଢ଼ିଥିଲେ ଆଦିବାସୀ କଳାକୃତି ବଗିଚା ‘କିସ୍ କୀର୍ତ୍ତି ଉଦ୍ୟାନ’। ଯାହାକୁ ନିକଟରେ ଅନୁଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନକରିଛନ୍ତି। ନିଜ ଶିକ୍ଷାନୁଷ୍ଠାନକୁ ସଜେଇବାର ଏହି ପ୍ରଚେଷ୍ଟାକୁ ଦେଖି କୁନି କୁନି ପିଲାମାନଙ୍କ କଳା କୌଶଳକୁ ଏବେ ଅନୁଷ୍ଠାନର ସମସ୍ତେ ପ୍ରଶଂସାକରୁଛନ୍ତି।