ଅଶ୍ରୁର ୧୮ତମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ : ଓମଟିଭି

ଅନୁଗୁଳ ତା୨୧.୦୮.୨୨ରିଖ, ଓଡିଶା ସେଲ୍ସ ରିପ୍ରେଜେଣ୍ଟିଭ୍ ୟୂନିୟନ୍ ଅନୁଗୁଳ ଶାଖାର ୧୮ ତମ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ତ୍ରିମୂର୍ତ୍ତି ଗେଷ୍ଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି ।ଅଶ୍ରୁର ଜିଲ୍ଲା ସଭାପତି ରଞ୍ଜନ କୁମାର ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ,ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ଦିଗାମ୍ବର ସାହୁ ମୁଖ୍ୟ ଅତିଥି ଭାବେ, ସିଟୁନେତା ବସନ୍ତ ପଟ୍ଟନାୟକ ସମ୍ମାନୀତ ଭାବେ ଯୋଗ ଦେଇଥିଲେ ବେ

ଅଶ୍ରୁର ୧୮ତମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ : ଓମଟିଭି

ଅଶ୍ରୁର ୧୮ତମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ : ଓମଟିଭି

(ରିପୋର୍ଟ: ଜିତେନ୍ ସାହୁ): ଅନୁଗୁଳ ତା୨୧.୦୮.୨୨ରିଖ, ଓଡିଶା ସେଲ୍ସ ରିପ୍ରେଜେଣ୍ଟିଭ୍ ୟୂନିୟନ୍ ଅନୁଗୁଳ ଶାଖାର ୧୮ ତମ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ତ୍ରିମୂର୍ତ୍ତି ଗେଷ୍ଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି ।ଅଶ୍ରୁର ଜିଲ୍ଲା ସଭାପତି ରଞ୍ଜନ କୁମାର ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ,ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ଦିଗାମ୍ବର ସାହୁ ମୁଖ୍ୟ ଅତିଥି ଭାବେ, ସିଟୁନେତା ବସନ୍ତ ପଟ୍ଟନାୟକ ସମ୍ମାନୀତ ଭାବେ ଯୋଗ ଦେଇଥିଲେ ବେଳେ ଅଶ୍ରୁର ରାଜ୍ୟ ମହେନ୍ଦ୍ର ସାହୁ,ଅଶ୍ରୁ ଜିଲ୍ଲା ସମ୍ପାଦକ ଏନ୍.ପି. ବର୍ମା ମଞ୍ଚାସୀନ ଥିଲେ ।ସଭା ଆରମ୍ଭରେ ସମ୍ପାଦକ ବିବରଣୀ ପାଠ କରିଥିଲେ ।ୟୂନିୟନର ଉତ୍ତୋରତ୍ତର କାମନା କରିବା ସହିତ ଜଣେ ଶିକ୍ଷିତ ଓ ସଚେତନ ନାଗରିକ ଭାବରେ ସାମାଜିକ ଦାୟିତ୍ୱ ବା କର୍ତ୍ତବ୍ୟ ନିର୍ବାହ କରିବା ପାଇଁ ଆହ୍ୱାନ ଦେଇଥିଲେ ।ଅସହାୟ ରୋଗୀ ସେବା କ୍ଷେତ୍ରରେ ମଧ୍ୟ ଅଶ୍ରୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।ସିଟୁର ନେତୃତ୍ୱରେ  ବିଭିନ୍ନ ଦାବୀ ନେଇ ରାଜ୍ୟ ସ୍ତରୀୟ ଆନ୍ଦୋଳନ କରାଯିବା ସହିତ ସ୍ବାସ୍ଥ୍ୟ ମନ୍ତ୍ରୀ ଓ ଶ୍ରମ ମନ୍ତ୍ରୀଙ୍କକୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରାଯାଇଥିବା ନେଇ ସଭାପତି ରଞ୍ଜନ ନନ୍ଦ ପ୍ରକାଶ କରିଥିଲେ ।ଦାବୀ ମଧ୍ୟରେ ମୂଖ୍ୟତଃ ଔଷଧର ଦରଦାମ କମ କରିବା,ଅତ୍ୟାବଶ୍ୟକ ଔଷଧ ଉପରେ ୦% ଜିଏସଟି ଲାଗୁ କରିବା, ଅନଲାଇନ ଔଷଧ ଯୋଗାଣ ସେବା ବନ୍ଦ କରିବା,ଦୈନିକ ୮ ଘଟିକା କାର୍ଯ୍ୟ କରିବା ଓ ମାସିକ ସର୍ବନିମ୍ନ ବେତନ ୨୧ ହଜାର ଟଙ୍କା   ଇତ୍ୟାଦି ଦାବୀ ୨୦୧୯ ମସିହା ଠାରୁ  ଅଶ୍ରୁ ତରଫରୁ କରାଯାଇ ଆସୁଥିବାରୁ ଏହାକୁ ତୁରନ୍ତ କାର୍ଯ୍ୟ କରିବା ନିମନ୍ତେ ୟୁନିୟନ ଅନୁରୋଧ  ରଖିଛି ।ଆସନ୍ତାବର୍ଷ ପରିଚାଳନା ନିମନ୍ତେ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଗଲା ।ସଭାପତି ଭାବେ ପ୍ରହଲ୍ଲାଦ ରଥ,ଉପ ସଭାପତି ମହେଶ କୁମାର ଦେଓ,ସମ୍ପାଦକ ସାଗର ସଂଗ୍ରାମ ମହାପାତ୍ର, କୋଷାଧ୍ୟକ୍ଷ ନିର୍ମଳ କୁମାର ମହାନ୍ତି ଓ କାର୍ଯ୍ୟକାରୀ ସଦସ୍ୟ ଭାବେ ୧୫ ଜଣ କାର୍ଯ୍ୟକର୍ତ୍ତା ମନୋନୀତ ହୋଇଥିଲେ ।ଶୃଙ୍ଖଳିତ ସଦସ୍ୟ ଭାବେ ୟୂନିୟନର ଅନୁଶାସନକୁ ମାନି କାର୍ଯ୍ୟ କରିବା ଉପସ୍ଥିତ ସଦସ୍ୟ ମାନେ ସଙ୍କଳ୍ପ ନେଇଥିଲେ ।