ଗୁରୁଶିଷ୍ୟ ପରମ୍ପରା ଆମର ପରିଚୟ, ଗୁରୁ ଗୋପାଳଚନ୍ଦ୍ର ପଣ୍ଡା ଓ ଶ୍ୟାମାମଣୀ ଦେବୀଙ୍କୁ ଗୁରୁ ସମ୍ମାନ : Ommtv

BBSR: ଗୁରୁଦିବସ ଅବସରରେ ପ୍ରୟାସ ଓ ପରିଚୟ ଫାଉଣ୍ଡେସନ ମିଳିତ ସହଯୋଗରେ ଆଜି ସନ୍ଧ୍ୟାରେ ହୋଟେଲ ସାଣ୍ଡିଟାୱାର ସମ୍ମିଳନୀ କକ୍ଷରେ ଗୁରୁଶିଷ୍ୟ ପରମ୍ପରାକୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ପୂର୍ବତନ ସାଂସଦ ପ୍ରଶନ୍ନ କୁମାର ପାଟଶାଣୀ ଓ ପ୍ରୟାସ ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରିୟଦର୍ଶୀ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ ପିଢିର ଗୁରୁ ମାନଙ୍କୁ ଦ୍ୱିତୀୟ ପିଢିର ଶିଷ୍ୟମାନେ ଏବଂ ଦ୍ୱିତୀୟ ପିଢିର ଗୁରୁ ମାନଙ୍କୁ ତାଙ୍କ ଶିଷ୍ୟମାନେ ଯଥାବିଧି ପୂଜାର୍ଚ୍ଚନା କରିଥିଲେ । ପରେ ପରେ ଗୁରୁ ସମ୍ମାନରେ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା ଓ ଶ୍ୟାମାମଣୀ ଦେବୀଙ୍କ ସମେତ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଗୁରୁ ଓ ଅନୁଷ୍ଠାନ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଅଲିଭା ଆରତୀ ପଣ୍ଡା ଓ ରୋଜାଲିନ ମିଶ୍ର ପାଟଶାଣୀଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିବା ବେଳେ ଆଦ୍ୟାଶା ଦାଶଙ୍କ କଣ୍ଠରୁ ଚକାନୟନ ସଂଗୀତରୁ ଓଡିଶୀ ସଂଗୀତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପରେ ପରେ ଗୁରୁ ମହାପାତ୍ର ମିନତୀ ଭଞ୍ଜ, ଗୁରୁ ନିମାକାନ୍ତ ରାଉତରାୟ ସଂଗୀତ ଗୋସାଇଁ, ସଂଗୀତା ପଣ୍ଡା, ମିତାଲି ଚିନାରା, ତନୁଶ୍ରୀ ଜେନା, ଗୁରୁ ଲକ୍ଷ୍ମୀକାନ୍ତ ପାଲିତ ପ୍ରମୁଖ ବହୁ ବିଶିଷ୍ଟ ଗୁରୁମାନେ ଓଡିଶୀ ସଂଗୀତ ପରିବେଷଣ କରିଥିଲେ । ଓଡିଶୀ ନୃତ୍ୟ ଅବସରରେ ଶାସ୍ୱତ ଯୋଶୀ ଓ ତାଙ୍କ ଦଳଙ୍କ ଦ୍ୱାରା ଓଡିଶୀ ନୃତ୍ୟ କରିଥିବା ବେଳେ ଏଥିରେ ବହୁ ଗୁରୁ ଓ ଶିଶ୍ୟ ଏବଂ ଓଡିଶୀ ସଂଗୀତ ଓ ନୃତ୍ୟ ପ୍ରେମୀ ଯୋଗଦେଇଥିଲେ ।