ହଷ୍ଟେଲରେ ମେଡ଼ିକାଲ କୋଚିଂ ଛାତ୍ରମୃତ୍ୟୁ ଘଟଣା / ଆମ ପିଲାକୁ ଆଲେନ୍ ଅନୁଷ୍ଠାନ କତୃପକ୍ଷ ମାରିଦେଲେ : ଅଭିଭାବକ : Ommtv 

ହଷ୍ଟେଲରେ ମେଡ଼ିକାଲ କୋଚିଂ ଛାତ୍ରମୃତ୍ୟୁ ଘଟଣା / ଆମ ପିଲାକୁ ଆଲେନ୍ ଅନୁଷ୍ଠାନ କତୃପକ୍ଷ ମାରିଦେଲେ : ଅଭିଭାବକ : Ommtv 

ହଷ୍ଟେଲରେ ମେଡ଼ିକାଲ କୋଚିଂ ଛାତ୍ରମୃତ୍ୟୁ ଘଟଣା / ଆମ ପିଲାକୁ ଆଲେନ୍ ଅନୁଷ୍ଠାନ କତୃପକ୍ଷ ମାରିଦେଲେ : ଅଭିଭାବକ : Ommtv 

ହଷ୍ଟେଲରେ ମେଡ଼ିକାଲ କୋଚିଂ ଛାତ୍ରମୃତ୍ୟୁ ଘଟଣା / ଆମ ପିଲାକୁ ଆଲେନ୍ ଅନୁଷ୍ଠାନ କତୃପକ୍ଷ ମାରିଦେଲେ : ଅଭିଭାବକ : Ommtv 

(ଭୁବନେଶ୍ବର: ଓମ): ପଟିଆଛକ ଚନ୍ଦ୍ରଶେଖରପୁର ଥାନା ନିକଟରେ ଥିବା ଆଲେନ୍ କୋଚିଂ ସେଣ୍ଟର କତୃପକ୍ଷଙ୍କ ବିରୋଧରେ ଅଭିଯୋଗ ଆଣିଲେ ଝାଡ଼ଖଣ୍ଡ ଧାନବାଗର ଅଭିଭାବକ। ତାଙ୍କ ପୁଅ ଅର୍ନବ କିଷ୍ଣା(୧୭) ଉକ୍ତ କୋଚିଂ ସେଣ୍ଟରରେ ଯୁକ୍ତ ଦୁଇ ପରେ ମେଡ଼ିକାଲ କ‌ୋଚିଂ ନେଉଥିଲା ବେଳେ ଅନୁଷ୍ଠାନର ହଷ୍ଟେଲରେ ରହୁଥିଲେ। ତେବେ ହଠାତ ଗତମାସ ୨୯ ତାରିଖଦିନ ତାଙ୍କୁ ସୂଚନା ଦିଆଯାଇଥିଲା ଅର୍ନବର ମୃତଦେହ ହଷ୍ଟେଲ ଭିତରେ ଝୁଲୁଛି। ଯାହାନେଇ ଅଭିଭାବକ ୩୦ ତାରିଖରେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ପୁଅର ଗଳିତ ଶବକୁ ଦେଖିଥିଲେ। ଚନ୍ଦ୍ରଶେଖରପୁର ଥାନା ପ୍ରାଥମିକ ତଦନ୍ତରେ ସିସିଟିଭି ଫୁଟେଜକୁ ଆଧାରକରି ଏହି ଘଟଣାକୁ ଏକ ଅପମୃତ୍ୟୁ ମାମଲାବ‌ୋଲି କହୁଥିଲା ବେଳେ ଆଜି ଅର୍ନବର ପରିବାରଲୋକ ଓଡ଼ିଶା ସରକାର ଏବଂ ଓଡ଼ିଶା ପୁଲିସ୍ ସେମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁବୋଲି ଅନୁରୋଧ କରିଛନ୍ତି। ପରିବାରଲୋକ ଏକ ଭିଡ଼ିଓ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ, ତାଙ୍କ ପୁଅ ଆତ୍ମହତ୍ୟା କରିବା ସହ‌ଜରେ ଗ୍ରହଣ କରିହେଉନାହିଁ। ଏନେଇ ଆଲେନ୍ କତୃପକ୍ଷ କୌଣସି ସଡ଼ଯନ୍ତ୍ର କରିଥାଇ ପାରନ୍ତି। ଆଲେନ ଅନୁଷ୍ଠାନରେ ତାଙ୍କୁ ମାନସିକ ଅତ୍ୟାଚାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ପୁଲିସ୍ କେବଳ ଅପମୃତ୍ୟୁ ଘଟଣା ରୁଜୁନକରି  ଅଧିକ ତଦନ୍ତକଲେ ସତ୍ୟାସତ ଜଣାପଡ଼ନ୍ତା ବ‌ୋଲି ଅଭିଭାବକ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏନେଇ ଚନ୍ଦ୍ରଶେଖରପୁର ଥାନା ଆଇଆଇସି ପ୍ରକାଶଚନ୍ଦ୍ର ମାଝିଙ୍କ ସୂଚନା ଅନୁଯାୟୀ ହଷ୍ଟେଲ ସିସିଟିଭି ଫୁଟେଜକୁ ତଦନ୍ତକରିବାରୁ ଜଣାପଡ଼ିଛି ଛାତ୍ରଜଣଙ୍କ ରୁମରେ ଏକାଥିଲେ। ଘଟଣାପୂର୍ବରୁ ଓ ପରେ କେହି ସେଠାକୁ ଯାଇନଥିଲେ। ତେବେ ପରିବାର ଅଭିଯୋଗକୁ ଆଖିଆଗରେ ରଖି ଘଟଣାର ଅଧିକ ତଦନ୍ତ ଚାଲିଛି। ପ୍ରମାଣ ମିଳିଲେ ଆଲେନ୍ ଅନୁଷ୍ଠାନ କତୃପକ୍ଷଙ୍କୁ ଥାନାକୁ ଡ଼ାକି ଜେରା କରାଯିବ ଏବଂ ମାମଲା ବଦଳିବ।   

The parents of a Jharkhand paddy farmer have lodged a complaint against the authorities of Allen Coaching Centre near Chandrasekharpur police station in Patiachak. His son, Arnab Krishna (17), used to stay in the institute's hostel while taking medical coaching after joining the coaching centre. Suddenly, on the 29th of last month, he was informed that Arnab's body was hanging inside the hostel. However, the parents reached the Capital Hospital in Bhubaneswar on May 30 and saw the decomposed body of the boy. Based on the CCTV footage of the Chandrasekharpur police station, the family of Arnab has demanded justice from the Odisha government and the Odisha police. The family said in a video message that their son's suicide was not easy to accept. Allen could have done anything. She alleged that she was subjected to mental torture at the Allen Institute. Hence, the police should have investigated the matter more thoroughly, the parents alleged. On the other hand, Prakash Chandra Majhi, IIC of Chandrasekharpur Police Station, said that after examining the CCTV footage of the hostel, it was found that the student was alone in the room. No one was there before or after. Further investigation into the matter is underway on the basis of the family's complaint. If evidence is found, the Allen Institute authorities will be called to the police station and the case will be changed.