ହିମାଂଶୁ ଖଟୁଆ ଏସ୍‌ଆର୍‌ଏଫ୍‌ଟିଆଇ ନିର୍ଦ୍ଦେଶକ : ଓମଟିଭି

ହିମାଂଶୁ ଶେଖର ଖଟୁଆଙ୍କୁ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ୍ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ (ଏସ୍‌ଆର୍‌ଏଫ୍‌ଟିଆଇ), କୋଲକାତା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। କ୍ୟାବିନେଟ୍ ପକ୍ଷରୁ ପ୍ରକାଶିତ ଆଦେଶରେ ନିଯୁକ୍ତି ସଂକ୍ରାନ୍ତ ସୂଚନା ଦିଆଯାଇଛି। ଏ ସଂପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଅବଗତ କରାଯାଇଛି।

ହିମାଂଶୁ ଖଟୁଆ ଏସ୍‌ଆର୍‌ଏଫ୍‌ଟିଆଇ ନିର୍ଦ୍ଦେଶକ : ଓମଟିଭି

ହିମାଂଶୁ ଶେଖର ଖଟୁଆଙ୍କୁ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ୍ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ (ଏସ୍‌ଆର୍‌ଏଫ୍‌ଟିଆଇ), କୋଲକାତା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। କ୍ୟାବିନେଟ୍ ପକ୍ଷରୁ ପ୍ରକାଶିତ ଆଦେଶରେ ନିଯୁକ୍ତି ସଂକ୍ରାନ୍ତ ସୂଚନା ଦିଆଯାଇଛି। ଏ ସଂପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଅବଗତ କରାଯାଇଛି। ସୂଚନା ମୁତାବକ, ହିମାଂଶୁ ଶେଖର ଖଟୁଆ ଜଣେ ଭାରତୀୟ ସିନେ ନିର୍ଦ୍ଦେଶକ, ଶିକ୍ଷାବିତ୍ ତଥା ସାମ୍ବାଦିକ। ସେ ୧୯୯୬ ଏବଂ ୨୦୦୫ରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ‘ଶୂନ୍ୟ ସ୍ୱରୂପ’ ଏବଂ ‘କଥାନ୍ତର’ର ନିର୍ଦ୍ଦେଶନା ଦେଇଥିଲେ । ସେହିପରି ତାଙ୍କ ନିର୍ଦ୍ଦେଶିତ ‘କ୍ରାନ୍ତିଧାରା’ ସିନେମା ମଧ୍ୟ ପୁରସ୍କୃତ ହେବା ସହ ପ୍ରଶଂସା ସାଉଣ୍ଟି ଥିଲା । ବର୍ତ୍ତମାନ ସେ କଳିଙ୍ଗ ମିଡିଆ ଏବଂ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ (KMEPL)ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଅଛନ୍ତି । ନ୍ୟୁଜ ଚ୍ୟାନେଲ କଳିଙ୍ଗ ଟିଭି ଏବଂ ଡିଜିଟାଲ ପ୍ଲାଟଫର୍ମ କେନ୍ୟୁଜ ଓଡିଶାର ମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି। ଆହୁରି ମଧ୍ୟ ସେ କିଟ୍‌ ସ୍କୁଲ ଅଫ୍‌ ଫିଲ୍ମ ଆଣ୍ଡ ମିଡିଆ ସାଇନସେସ୍‌, ସ୍କୁଲ ଅଫ୍‌ ଫ୍ୟାସନ ଟେକନୋଲୋଜି୍‌, ସ୍କୁଲ ଅଫ ମାସ କମ୍ୟୁନିକେସନର ମଧ୍ୟ ମୁଖ୍ୟ ଅଛନ୍ତି । ୨୦୦୫ରେ ଶ୍ରେଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶନା ପାଇଁ ହିମାଂଶୁ ଖଟୁଆଙ୍କୁ ମିଳିଥିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ୪୪ତମ ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ସର୍ବଶ୍ରେଷ୍ଠ ଡେବ୍ୟୁ ଚଳଚ୍ଚିତ୍ର ‘ଶୂନ୍ୟ ସ୍ୱରୂପ’ ପାଇଁ ସେ ଜାତୀୟ ପୁରସ୍କାର ପାଇଥିଲେ। ତେବେ ୧୯୯୦ ଦଶକରେ ସେ ଏକ ବୃତ୍ତିଗତ ଅଡିଓଗ୍ରାଫର ଭାବରେ କାମ କରିବା ପାଇଁ ମୁମ୍ବାଇ ଯାଇଥିଲେ। ମାତ୍ର ଗୋଟିଏ ବର୍ଷ ପରେ ସେ ନିଜ ରାଜ୍ଯ ଓଡ଼ିଶାକୁ ଫେରି ଏଠାରେ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ । ସୂଚନା ଥାଉକି, ଶ୍ରୀ ଖଟୁଆ ୧୯୬୫ ମସିହାରେ ଭଦ୍ରକର ଖାଟୁଆ ପାଟନାରେ ଜନ୍ମଗ୍ରହଣ କରିଥିଲେ। ରବୀନ୍ଦ୍ର ଖଟୁଆ ଏବଂ ଶ୍ରୀମତୀ କୁଞ୍ଜଲତା ଖଟୁଆଙ୍କର ସେ ଜ୍ୟେଷ୍ଠ ପୁତ୍ର । ଶ୍ରୀ ଖଟୁଆ ପୁନେ ସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆରେ ଶିକ୍ଷା ଲାଭ କରିବା ପରେ ସିନେମା ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ଏହା ସହିତ କଟକରେ ଥିବା ବିଜୁ ପଟ୍ଟନାୟକ ଫିଲ୍ମ ଇନଷ୍ଟିଚ୍ୟୁସନ୍‌ରେ ମଧ୍ୟ ଶିକ୍ଷାଦାନ କରିଥିଲେ । ବର୍ତ୍ତମାନ ରାଜ୍ୟ ତଥା ରାଜ୍ୟ ବାହାରେ ତାଙ୍କର ଅନେକ ଛାତ୍ର ଛାତ୍ରୀ ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି ।